• About Us
  • Contact Us
Friday, April 3, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଫାସ୍ ଟ୍ୟାଗକୁ ନେଇ ନୀତିନ ଗଡ଼କରୀଙ୍କ ବଡ଼ ଘୋଷଣା,୧୫ ଅଗଷ୍ଟରୁ ହେବ FASTag ପାସ୍

by Voice of Victims
June 18, 2025
in ଦେଶ ବିଦେଶ, ମୁଖ୍ୟ ଖବର
ଫାସ୍ ଟ୍ୟାଗକୁ ନେଇ ନୀତିନ ଗଡ଼କରୀଙ୍କ ବଡ଼ ଘୋଷଣା,୧୫ ଅଗଷ୍ଟରୁ ହେବ FASTag ପାସ୍

ନୂଆଦିଲ୍ଲୀ: ନ୍ୟାସନାଲ ହାଇେଓ୍ଵରେ ଅତିକ୍ରମ କରିବା ସମୟରେ ଗାଡ଼ି ଚାଳକମାନଙ୍କୁ ଟୋଲ୍ ଟାକ୍ସ ଦେବାକୁ ପଡ଼ିଥାଏ । ଟୋଲ ଟାକ୍ସକୁ ନେଇ ଚିନ୍ତାରେ ଅଛନ୍ତି କି ? ତେବେ ଆଉ ବେଶି କିଛି ଭାବନ୍ତୁ ନାହିଁ । ବହୁ ଦିନ ଧରି ଆଲୋଚନା ହେଉଛି ଯେ ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ସାରା ଦେଶରେ ଏକ ନୂତନ ଟୋଲ୍ ନୀତି ଆଣିବାକୁ ଯୋଜନା କରାଯାଉଛି I ଦେଶବ୍ୟାପୀ ଟୋଲ୍ ପ୍ଲାଜାରେ ଯାତ୍ରାକୁ ସହଜ କରିବା ପାଇଁ ଅନେକ ନୂତନ ସୁବିଧା ଯୋଗାଇ ଦିଆଯିବ । ଏହି ସମୟରେ, ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଆଜି ସୋସିଆଲ ନେଟୱାର୍କିଂ ସାଇଟ୍ ‘X’ ମାଧ୍ଯମରେ FASTag ବାର୍ଷିକ ପାସ୍ ଜାରି କରିବାର ଘୋଷଣା କରିଛନ୍ତି । ତେବେ ଆସନ୍ତୁ ଜାଣିବା ଏହି ପାସ୍ କେବେ ? କିପରି ପ୍ରଦାନ କରାଯିବ ଏବଂ ଏହାକୁ ପାଇବା ପାଇଁ ବ୍ୟବହାରକାରୀମାନଙ୍କୁ କ’ଣ କରିବାକୁ ପଡିବ ।

ନୀତିନ ଗଡକରୀ ଆଜି ସୋସିଆଲ ମିଡିଆ ମାଧ୍ଯମରେ ସାରା ଦେଶରେ ବାର୍ଷିକ FASTag ପାସ୍ ଜାରି କରିବାର ଘୋଷଣା କରିଛନ୍ତି । ଏହି ବାର୍ଷିକ ପାସ୍ ପାଇଁ ବ୍ୟବହାରକାରୀଙ୍କୁ ବର୍ଷକୁ କେବଳ ଥରେ ୩,୦୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ପରେ ଏହି ପାସ୍ ବ୍ୟବହାରକାରୀଙ୍କୁ ପ୍ରଦାନ କରାଯିବ । ସରକାର କହିଛନ୍ତି ଯେ, ଏହି ପାସ୍ ଆକ୍ଟିଭ୍ ହେବା ପରେ, ୧ ବର୍ଷ କିମ୍ବା ୨୦୦ ଥର ଯାତ୍ରା ପାଇଁ ବୈଧ ହେବ । ଅର୍ଥାତ୍, ଯଦି ସମୟ ପୂର୍ବରୁ ୨୦୦ ଥର ଯାତ୍ରା ସମାପ୍ତ ହୁଏ, ତେବେ ବ୍ୟବହାରକାରୀଙ୍କୁ ପୁଣି ଥରେ ପାସ୍ ନୂଆ କରିବାକୁ ପଡିବ ।

ତେବେ ଏହି ବାର୍ଷିକ ପାସ୍ ଆସନ୍ତା ୧୫ ଅଗଷ୍ଟରୁ ଉପଲବ୍ଧ ହେବ । ୩,୦୦୦ ଟଙ୍କା ମୂଲ୍ୟର ଏକ FASTag ଆଧାରିତ ବାର୍ଷିକ ପାସ୍ ପ୍ରଚଳନ କରାଯାଉଛି । ଏହି ପାସ୍ ସକ୍ରିୟ ହେବାର ତାରିଖରୁ ଗୋଟିଏ ବର୍ଷ ପାଇଁ କିମ୍ବା୨୦୦ ଥର ଯାତ୍ରା ପାଇଁ ଉପଲବ୍ଧ ହେବ । ଯଦି ଆପଣ ଗୋଟିଏ ବର୍ଷ ମଧ୍ୟରେ ୨୦୦ ଥର ଯାତ୍ରା କରିଦେଉଛନ୍ତି ତେବେ ଆପଣଙ୍କୁ ଆଉ ଥରେ ନୂଆ ପାସ୍ ବନାଇବାକୁ ପଡ଼ିବ । ତେବେ ଆପଣଙ୍କୁ ଜଣାଇ ଦେଉଛୁ ଯେ, ଏହି ପାସ୍ ବିଶେଷ ଭାବରେ କେବଳ ଅଣ-ବାଣିଜ୍ୟିକ ବ୍ୟକ୍ତିଗତ ଯାନ (କାର, ଜିପ୍, ଭ୍ୟାନ ଇତ୍ୟାଦି) ପାଇଁ କରାଯାଇଛି । ଏହା ସାରା ଦେଶରେ ଜାତୀୟ ରାଜପଥରେ ଯାନବାହନ ପାଇଁ ପ୍ରଯୁଜ୍ୟ ହେବ । ଏଥିରେ ବାଣିଜ୍ୟିକ ଯାନ ଅନ୍ତର୍ଭୁକ୍ତ ନୁହେଁ I

ଏହି ବାର୍ଷିକ ପାସ୍ ସମସ୍ତ ଉପଭୋକ୍ତାଙ୍କ ପାଇଁ ସହଜରେ ଉପଲବ୍ଧ କରିବା ପାଇଁ ସରକାର ଦ୍ରୁତ ଗତିରେ କାମ କରୁଛନ୍ତି । ଏହି ପାସ୍ ଆକ୍ଟିଭ୍ କିମ୍ବା ନବୀକରଣ କରିବା ପାଇଁ, ହାଇୱେ ଟ୍ରାଭେଲ୍ ଆପ୍ ଏବଂ NHAI / MoRTH ୱେବସାଇଟ୍ରେ ଏକ ପୃଥକ ଲିଙ୍କ୍ ଖୁବ୍ ଶୀଘ୍ର ଉପଲବ୍ଧ କରାଯିବ । ଯାହା ମାଧ୍ଯମରେ ଉପଭୋକ୍ତାମାନେ ଏହି ଲିଙ୍କ୍ ପରିଦର୍ଶନ କରିପାରିବେ ଏବଂ ବାର୍ଷିକ ପାସ୍ ଦାଖଲ କରିପାରିବେ । ଏହି ବାର୍ଷିକ ଫାଷ୍ଟାଗ୍ ପାସର ଅନେକ ଲାଭ ହେବ ବୋଲି ଆଶା କରାଯାଉଛି । ଏହା ବ୍ୟବହାରକାରୀମାନଙ୍କୁ ବାରମ୍ଵାର ଫାଷ୍ଟାଗ୍ ରିଚାର୍ଜ କରିବାର ଅସୁବିଧାରୁ ମଧ୍ଯ ମୁକ୍ତି ଦେବ । FASTag ବାର୍ଷିକ ପାସ୍ ଜାରି ହେବା ପରେ, ଜାତୀୟ ରାଜପଥରେ ଟୋଲ୍ ପ୍ଲାଜାରେ ଅପେକ୍ଷା ସମୟ ମଧ୍ୟ ହ୍ରାସ ପାଇବ । ଏହା ଟୋଲ୍ ପ୍ଲାଜାରେ ଭିଡ଼ ହ୍ରାସ କରିବା ଏବଂ ବିବାଦ ଦୂର କରିବାରେ ମଧ୍ୟ ସାହାଯ୍ୟ କରିବ ବୋଲି ଆଶା କରାଯାଉଛି ।

Post Views: 39
Share198Tweet124Send
Voice of Victims

Voice of Victims

Recent Posts

  • ଆର୍ଜେଣ୍ଟିନା ଟିମ୍ ଏବଂ ମେସିଙ୍କ ଉପରେ ଆସିଲା ଅଭିଯୋଗ, ୨୫୦ କୋଟି ଟଙ୍କା ନେଇ ମଧ୍ୟ କେରଳ ଆସିଲେନି
  • ଆଜିଠୁ ସବୁ ସ୍କୁଲ ସକାଳୁଆ, ନିର୍ଦ୍ଦେଶ ଜାରି କଲେ ଗଣଶିକ୍ଷା ବିଭାଗ
  • ୧୨ ଦଫା ଦାବି ନେଇ ପୁରୀ ଜିଲ୍ଲାପାଳଙ୍କୁ ଘେରିଲେ ନିଖିଳ ଓଡ଼ିଶା ଅଙ୍ଗନୱାଡ଼ି କର୍ମୀ ସଂଘ
  • ଖରାକୁ ଦେଖି ରାଜ୍ୟ ସରକାରଙ୍କ ବଡ଼ ନିର୍ଦ୍ଦେଶ, ଆସନ୍ତା କାଲିଠାରୁ ରାଜ୍ୟରେ ସକାଳୁଆ ସ୍କୁଲ
  • ରଣପୁରରେ ଜନଗଣନା ତାଲିମ ଶିବିର ଶେଷ, ୧୯୮ ଜଣଙ୍କୁ ପ୍ରଶିକ୍ଷଣ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In