• About Us
  • Contact Us
Monday, March 23, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ଜୁଲାଇ ମାସରୁ ଆଉ ବିଜୁଳି ବିଲ୍‍ ଦେବାକୁ ପଡ଼ିବ ନାହିଁ, ନିର୍ବାଚନ ପ୍ରଚାରରେ ପ୍ରତିଶୃତି ଦେଲେ ପାଣ୍ଡିଆନ

by Voice of Victims
May 11, 2024
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ଜୁଲାଇ ମାସରୁ ଆଉ ବିଜୁଳି ବିଲ୍‍ ଦେବାକୁ ପଡ଼ିବ ନାହିଁ, ନିର୍ବାଚନ ପ୍ରଚାରରେ ପ୍ରତିଶୃତି ଦେଲେ ପାଣ୍ଡିଆନ

ଭୁବନେଶ୍ବର: ଗତକାଲି ବିଜୁ ଜନତାଦଳର ବରିଷ୍ଠ ନେତା ଶ୍ରୀ କାର୍ତ୍ତିକ ପାଣ୍ଡିଆନ ସୁନ୍ଦରଗଡ଼ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତଳସରା ଓ ରାଜଗାଙ୍ଗପୁରରେ ବିଜୁ ଜନତା ଦଳର ପ୍ରାର୍ଥୀମାନଙ୍କ ପାଇଁ ନିର୍ବାଚନ ପ୍ରଚାର କରିଛନ୍ତି । ଲୋକସଭା ପ୍ରାର୍ଥୀ ଶ୍ରୀ ଦିଲୀପ ତିର୍କୀ ଓ ତଳସରା ବିଧାନସଭା ପ୍ରାର୍ଥୀ ଶ୍ରୀ ବିନୟ ଟପ୍ପୋ ଓ ରାଜଗାଙ୍ଗପୁର ବିଧାନସଭା ପ୍ରାର୍ଥୀ ଶ୍ରୀ ଅନିଲ ବରୁଆଙ୍କ ପାଇଁ ଯୋଡ଼ିଶଙ୍ଗରେ ଭୋଟ ଦେଇ ନବୀନ ପଟ୍ଟନାୟକଙ୍କୁ ଆଶିର୍ବାଦ କରିବା ପାଇଁ ଅନୁରୋଧ କରିଛନ୍ତି ।ବିରୋଧୀ ପ୍ରାର୍ଥୀଙ୍କୁ ଆକ୍ଷେପ କରି ସେ କହିଲେ ଯେ ଆପଣମାନେ ଏଠାରୁ ଜଣକୁ ୪/୫ ଥର ସାଂସଦ କରି ପଠାଇଲେଣି । ସେ କଣ ଆପଣଙ୍କ ସୁଖଦୁଃଖରେ ଆସି ଠିଆ ହେଉଛନ୍ତି ? ଆପଣଙ୍କ ପାଇଁ କାମ କରୁଛନ୍ତି । ସେହିଭଳି ଆପଣ ଯାହାକୁ ବିଧାୟକ କରି ପଠାଇଥିଲେ ୫ ବର୍ଷ ମଧ୍ୟରେ ଥରେ ବି ଆପଣଙ୍କର କୌଣସି ସମସ୍ୟା ନେଇ ସେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଆସିନାହାନ୍ତି । ସେ କହିଲେ ଯେ କେନ୍ଦ୍ରର ବିଜେପି ସରକାର ୨୦୧୪-୨୦୧୯ ସବୁ ନିର୍ବାଚନରେ ଦର ଦାମ୍‍ କମେଇବା କଥା କହିଛନ୍ତି, କିନ୍ତୁ ଆପଣଙ୍କ ଏଲ୍‍.ପି.ଜି. ସିଲିଣ୍ଡର ଦାମ୍‍ କମିଲା କି, ପେଟ୍ରୋଲ, ଡିଜେଲ ଦାମ କମିଲା କି ? ପ୍ରତିବର୍ଷ ୨ କୋଟି ଚାକିରୀ ଦେବେ ବୋଲି କହିଥିଲେ । ସେହି ହିସାବରେ ଓଡ଼ିଶାରେ ୮୦ ଲକ୍ଷ ନିଯୁକ୍ତି ମିଳିବା କଥା । ସୁନ୍ଦରଗଡ଼ରେ ୫ ଲକ୍ଷ ନିଯୁକ୍ତି ମିଳିବା କଥା । କିନ୍ତୁ ଆପଣମାନେ କେନ୍ଦ୍ରସରକାରଙ୍କ ଠାରୁ ଚାକିରୀ ପାଇଛନ୍ତି କି ? କେବଳ ମିଛ । ବଡ଼ ବଡ଼ ମିଛ କଥା କହି ସେମାନେ କୁମ୍ଭୀର କାନ୍ଦଣା କାନ୍ଦିବେ, ଭୋଟ ନେବେ ତା’ପରେ ଆଉ ଦେଖା ମିଳିବ ନାହିଁ । କେନ୍ଦ୍ରମନ୍ତ୍ରୀଙ୍କୁ ଟାରଗେଟ କରି କହିଲେ ଯେ, ଆପଣଙ୍କ କେନ୍ଦ୍ରଶିକ୍ଷା ମନ୍ତ୍ରୀ ୧୦ ବର୍ଷ ହେଲା ମନ୍ତ୍ରୀ ହେଲେଣି । ଓଡ଼ିଶାରେ ଗୋଟିଏ ହେଲେ ବି ଶିକ୍ଷାନୁଷ୍ଠାନ କରିଛନ୍ତି କି ? କୌଣସି ସ୍କଲାରସିପ ସ୍କିମ୍‍ କରିଛନ୍ତି କି ? କେବଳ ବଡ଼ ବଡ଼ କଥା କହିବା ଛଡ଼ା ସେମାନେ କିଛି ଜାଣନ୍ତି ନାହିଁ । ସେ ପୁଣି କହିଲେ ଯେ ଡବଲ ଇଞ୍ଜିନ ରାଜ୍ୟରେ ୧୦ ପ୍ରତିଶତରୁ ମଧ୍ୟ କମ୍ ପିଲା ସ୍କଲାରସିପ ପାଉଛନ୍ତି । କିନ୍ତୁ ମୁଖ୍ୟମନ୍ତ୍ରୀ ଆମର ୯୦ ପ୍ରତିଶତ ପିଲାଙ୍କୁ ନୂଆ ଓ ସ୍କଲାରସିପ ଦେଉଛନ୍ତି ।ବିଜୁ ଜନତା ଦଳର ଇସ୍ତାହାର ପ୍ରସଙ୍ଗରେ ସେ କହିଲେ ଯେ ମୁଖ୍ୟମନ୍ତ୍ରୀ ଆପଣମାନଙ୍କ ପାଇଁ ବହୁତ ଖୁସି ଖବର ଆଣିଛନ୍ତି । ଜୁଲାଇ ମାସରୁ ରାଜ୍ୟର ୯୦ ପ୍ରତିଶତ ପରିବାରକୁ ଆଉ ବିଜୁଳି ବିଲ୍‍ ଦେବାକୁ ପଡ଼ିବ ନାହିଁ । ନବୀନ ସରକାର ଆପଣମାନଙ୍କ ବୋଝ ହାଲ୍‍କା କରିବା ପାଇଁ ଅନେକ ପଦକ୍ଷେପ ନେଉଛନ୍ତି । ୫ ଟଙ୍କାରେ ମା’ମାନେ, ଛାତ୍ରଛାତ୍ରୀମାନେ ଲକ୍ଷ୍ମୀ ବସର ସୁବିଧା ପାଉଛନ୍ତି। ନୂଆ-ଓ ରେ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଚିନ୍ତା ଦୂର ହୋଇଛି, ଏବେ ପୁଣି ନୂଆ-ଓ ରେ ଝିଅଙ୍କୁ ୧୪ ହଜାର ଓ ପୁଅଙ୍କୁ ୧୨ ହଜାର ଦିଆଯିବ। ମୁଖ୍ୟମନ୍ତ୍ରୀଙ୍କର କୌଣସି ବାଛବିଚାର ନଥାଏ । ସାଢ଼େ ୪ କୋଟି ଓଡ଼ିଶାବାସୀ ହେଉଛନ୍ତି ତାଙ୍କ ପରିବାର, ତେଣୁ ସମସ୍ତଙ୍କୁ ଏବଂ ସବୁ ଅଞ୍ଚଳର ବିକାଶକୁ ସେ ସମାନଦୃଷ୍ଟିରେ ଦେଖନ୍ତି। ମୋର ବିଶ୍ୱାସ ଚଳିତ ନିର୍ବାଚନରେ ଆପଣମାନେ ମୁଖ୍ୟମନ୍ତ୍ରୀଙ୍କୁ ବହୁ ସଂଖ୍ୟାରେ ଆଶୀର୍ବାଦ କରିବେ । ଶ୍ରୀ ପାଣ୍ଡିଆନ ଆହୁରି ମଧ୍ୟ କହିଥିଲେ ଯେ ଚାଷୀ ଭାଇଭଉଣୀମାନଙ୍କ ବନ୍ଧୁ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ । ଚାଷୀ ଓ ଚାଷର ଉନ୍ନତି ପାଇଁ ସେ ସବୁବେଳେ କାମ କରିଥାନ୍ତି । ଗତକାଲି ଯେଉଁ ଇସ୍ତାହାର ପ୍ରକାଶ ପାଇଛି ସେଥିରେ ମୁଖ୍ୟମନ୍ତ୍ରୀ ଚାଷୀ ପରିବାରର ଝିଅ ବାହାଘର ପାଇଁ ୨୫,୦୦୦ ଟଙ୍କା, ପିଲାମାନଙ୍କ ପାଠ ପଢ଼ିବା ପାଇଁ କାଳିଆ ଛାତ୍ର ବୃତ୍ତି, ଚାଷୀମାନଙ୍କୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ ଓ ସେମାନଙ୍କର କୃଷିକାର୍ଯ୍ୟ ଓ ଘରୋଇକାର୍ଯ୍ୟରେ ବ୍ୟବହୃତ ବିଜୁଳି ବିଲ୍‍କୁ ଛାଡ଼ କରିଛନ୍ତି । ବି.ଏସ୍‍.କେ.ୱାଇରେ ସାମିଲ ହୋଇନଥିବା ପରିବାରଙ୍କୁ ଅନ୍ତର୍ଭୁକ୍ତ କରାଯିବ । ଇସ୍ତାହାର ଅନୁଯାୟୀ ନୂଆ-ଓ ଛାତ୍ରବୃତ୍ତିରେ ଝିଅଙ୍କ ପାଇଁ ୧୪,୦୦୦ ଓ ପୁଅଙ୍କ ପାଇଁ ୧୨,୦୦୦ ଟଙ୍କାର ବ୍ୟବସ୍ଥା କରାଯାଇଛି । ଓଡ଼ିଶାର ୯୫ ପ୍ରତିଶତ ପିଲା ଏହି ବୃତ୍ତି ପାଉଛନ୍ତି । ଅନ୍ୟ ଯେକୌଣସି ରାଜ୍ୟରେ ବି ଏହି ବୃତ୍ତି ଦିଆଯାଉଛି, କେଉଁଠାରେ ୧୦ ପ୍ରତିଶତରୁ ଅଧିକ ପିଲା ପାଉନାହାନ୍ତି । ସୁନ୍ଦରଗଡ଼ ଠାରେ ବିଶ୍ୱକପ୍‍ ହକି ଆୟୋଜନ କରି ସୁନ୍ଦରଗଡ଼କୁ ନୁଆ ପରିଚୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଆଦିବାସୀ ଭାଇଭଉଣୀମାନଙ୍କର କଳା, ସଂସ୍କୃତି, ପରମ୍ପରା ଓ କ୍ରୀଡ଼ାର ବିକାଶ ବିଷୟରେ ଅନ୍ୟ କୌଣସି ସରକାର ଚିନ୍ତା କରନ୍ତି ନାହିଁ, କିନ୍ତୁ ଆମ ମୁଖ୍ୟମନ୍ତ୍ରୀ ଏହାର ବିକାଶ ପାଇଁ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଠନ କରି କୋଟି କୋଟି ଟଙ୍କା ଅନୁଦାନ ଦେଉଛନ୍ତି। ତଳସରା ନିର୍ବାଚନ ମଣ୍ଡଳୀରେ ବିକାଶ ହିସାବ ଦେଇ ସେ କହିଥିଲେ ଯେ ଉରାମ୍‍, ଓରାମ୍‍, ଓରାଓଁ, ଧାଙ୍ଗରା ଓ ଓରାଓଁମୁଡି ସମ୍ପ୍ରଦାୟଙ୍କୁ ନୂତନ ଜନଜାତି ତାଲିକାରେ ଅନ୍ତର୍ଭୁକ୍ତ କରିଛନ୍ତି।ମାଦ୍ରି କାଲୋ ସ୍ମୃତି ସଦନ ପାଇଁ ୩୦ ଲକ୍ଷ, ମାଁ ସମଲେଶ୍ୱରୀ ପାଇଁ ୧୦ ଲକ୍ଷ, ସିକାଯୋର ମୁସଲିମ୍‍ ବିବାହ ମଣ୍ଡପ ପାଇଁ ୧୦ ଲକ୍ଷ, ଇବ୍‍ ନଦୀ କୁଡ଼ାବେଗା ନଦୀଗର୍ଭଜଳାଶୟ ପାଇଁ ୧୬୦ କୋଟି ଟଙ୍କା, ସରଫଗଡ଼ ଜଳସେଚନ ପ୍ରକଳ୍ପର ସମ୍ପ୍ରସାରଣ ପାଇଁ ୯.୬୦ କୋଟି ଟଙ୍କା, ବାଲିଶଙ୍କରା କୁକୁଡାନାଳ ଡ୍ୟାମ୍‍ ପାଇଁ ୪୦ କୋଟି ଟଙ୍କା, ବାଲିଶଙ୍କରା, ଲେଫ୍‍ରିପଡ଼ା, ସବଡେଗା ଓ ବଡ଼ଗାଁ ବ୍ଲକରେ ସିନ୍ଥେଟିକ୍‍ ହକି ଟର୍ଫ ତାଲିମ କେନ୍ଦ୍ର ପାଇଁ ୪୮ କୋଟି ଟଙ୍କାର କାମ ଚାଲିଛି । ଜିଲ୍ଲାରେ ୬୦,୫୦୦ କେନ୍ଦୁପତ୍ର ହିତାଧିକାରୀଙ୍କୁ ବୋନସ୍‍ ଏବଂ ଇନସେଣ୍ଟିଭ୍‍ ଜରିଆରେ ୮.୬ କୋଟି ଟଙ୍କା ପ୍ରଦାନ କରାଯାଇଛି ବୋଲି ସେ କହିଥିଲେ । ମୁଖ୍ୟମନ୍ତ୍ରୀ ଆପଣମାନଙ୍କୁ ଦୁଇଜଣ ଯୁବପ୍ରାର୍ଥୀ ଦେଇଛନ୍ତି। ସେମାନେ ଆପଣଙ୍କ ସୁଖଦୁଃଖର ସାଥୀ ହେବେ। ଆପଣ ସେମାନଙ୍କୁ ଯୋଡ଼ିଶଙ୍ଖରେ ଭୋଟ ଦେଇ ଆଶୀର୍ବାଦ କରନ୍ତୁ । ଦିଲ୍ଲୀପ ବାବୁ ଭାରତୀୟ ହକି ଟିମ୍‍ର କ୍ୟାପଟେନ୍‍ ଥିଲେ। ସେ ହେଉଛନ୍ତି ଆପଣମାନଙ୍କର ଗୌରବ, ସାରା ରାଜ୍ୟର ଗୌରବ । ତାଙ୍କୁ ଆପଣ ଭୋଟ ଦେଲେ ସାରା ଓଡ଼ିଶାର ସମ୍ମାନ ବଢ଼ିବ।

Post Views: 36
Tags: No need to pay electricity bills from July
Share198Tweet124Send
Voice of Victims

Voice of Victims

Recent Posts

  • ୩୪ ତମ ବିଶ୍ୱ ଜଳ ଦିବସ, ଦର୍ପନାରାୟଣପୁର ଶୁକୃ ବେହେରା ପାଣିପଞ୍ଚାୟତ ଅଧୀନରେ ରେ ଭାରତ ର ପ୍ରଥମ ସ୍ୱୟଂ ଚାଳିତ କେନାଲ ପ୍ରଣାଳୀ ଲୋକାର୍ପିତ
  • ଇରାନ ରାଜଧାନୀ ଉପରେ ଆମେରିକାର ଭୟଙ୍କର ବୋମା ! ବିଦ୍ୟୁତ ସେବା ଠପ୍, ଅନ୍ଧାରରେ ବୁଡ଼ିଲା ସାରା ସହର
  • ବିଜେଡିରୁ ୬ ନିଲମ୍ବିତ ସଦସ୍ୟଙ୍କ ସଭ୍ୟ ପଦ ରଦ୍ଦ ପାଇଁ ଆଜି ଦରଖାସ୍ତ ! ବାଚସ୍ପତିଙ୍କ ନିଷ୍ପତ୍ତି ଉପରେ ନିର୍ଭର
  • ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ଗ୍ୟାସ୍ ମହଜୁଦ ଅଛି, ଭୟଭୀତ ହୁଅନ୍ତୁ ନାହିଁ: ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
  • ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର, ବର୍ତ୍ତମାନ ୩ ଜିଲ୍ଲାରେ ସକ୍ରିୟ ଅଛନ୍ତି ୧୫ ମାଓବାଦୀ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In