• About Us
  • Contact Us
Tuesday, April 21, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ସେମାନଙ୍କ ସହ ସାକ୍ଷାତ କରିବାରେ କୌଣସି ଅସୁବିଧା ନାହିଁ, ଇରାନ ନେତାଙ୍କ ସହ ଫେସ୍ ଟୁ ଫେସ୍ ମିଟିଂ ପାଇଁ ଟ୍ରମ୍ପଙ୍କ ପ୍ରସ୍ତାବ

by Voice of Victims
April 21, 2026
in ଦେଶ ବିଦେଶ, ମୁଖ୍ୟ ଖବର
ସେମାନଙ୍କ ସହ ସାକ୍ଷାତ କରିବାରେ କୌଣସି ଅସୁବିଧା ନାହିଁ, ଇରାନ ନେତାଙ୍କ ସହ ଫେସ୍ ଟୁ ଫେସ୍ ମିଟିଂ ପାଇଁ ଟ୍ରମ୍ପଙ୍କ ପ୍ରସ୍ତାବ

ଆମେରିକା ଓ ଇରାନ ମଧ୍ୟରେ ସ୍ଥିତି ସୁଧାରିବା ପାଇଁ ପାକିସ୍ତାନ ଇସଲାମବାଦରେ ପ୍ରଥମ ପର୍ଯ୍ୟାୟ ମିଟିଂ ଫେଲ୍‌ ମାରିଛି । ଏବେ ପୁଣି ଥରେ ଦ୍ବିତୀୟ ମିଟିଂ ବସିବା ନେଇ ସୂଚନା ଆସୁଛି । ରିପୋର୍ଟ କହୁଛି ପୁଣି ଇସଲାମାବାଦରେ ବସିବ ଶାନ୍ତି ବୈଠକ । ଇରାନର ପ୍ରତିନିଧି ଦଳ ଯିବେ ପାକିସ୍ତାନ । ଆମେରିକାର ଉପରାଷ୍ଟ୍ରପତି ଜେ.ଡି ଭାନ୍ସ ମଧ୍ୟ ସାମିଲ ହେବେ । ବୁଧବାର ବୈଠକ ବସିବାର ସମ୍ଭାବନା ରହିଛି ।  ତଥାପିଅନିଶ୍ଚିତତାରେ ଆମେରିକା-ଇରାନ ଦ୍ବିତୀୟ ପର୍ଯ୍ୟାୟ ଶାନ୍ତି ଆଲୋଚନା  । ଏପଟେ ସରି ସରି ଆସୁଛି ଉଭୟ ଦେଶ ମଧ୍ୟରେ ହୋଇଥିବା ୨ ସପ୍ତାହର ଅସ୍ତ୍ରବିରତି । ବୁଧବାର ଅସ୍ଥାୟୀ ଶାନ୍ତି ଚୁକ୍ତିର ଡେଡ୍‌ଲାଇନ୍‌ । ଏବେ କେଉଁ ମୋଡ ନେବ ମଧ୍ୟପ୍ରାଚ୍ୟ ଯୁଦ୍ଧ । ଥମିବ ନା ଆହୁରି ଭୟଙ୍କର ହେବ । ବୁଧବାର ଠାରୁ ଆରମ୍ଭ ହୋଇଯିବ କି ମହାବିନାଶ ।

ଆମେରିକା ଗଣ୍ଡାଗିରି ଛାଡୁନଥିବାବେଳେ ଜିଦ୍‌ ଛାଡୁନି ଇରାନ । ଓମାନ ସାଗରରେ ଇରାନର ଜାହାଜକୁ ଆମେରିକା କବ୍‌ଜା କରିବା ପରେ ଉତ୍ତେଜନା ଆହୁରି ବଢିଛି । ଜବାବରେ ଆମେରିକାର ସାମରିକ ଜାହାଜ ଉପରେ ଡ୍ରୋନ ଆଟାକ କରିଛି ଇରାନ । ଡିଲ୍‌ ନମାନିଲେ ବହୁତ ଭୟଙ୍କର ହେବା ନେଇ ବାରମ୍ବାର ଚେତାଇ ଦେଉଛନ୍ତି ଟ୍ରମ୍ପ । କିନ୍ତୁ ଟ୍ରମ୍ପଙ୍କ ନାଲିଆଖିକୁ ଖାତିର କରୁନି ଇରାନ । ହର୍ମୁଜ ଖୋଲିବାର ଆଶା ଦେଖାଇ ପୁଣି ବନ୍ଦ କରି ଦେଇଛି । ଇରାନ କହିଛି ଧମକର ଛାୟା ତଳେ ଆମେ ଆଲୋଚନା କରିବାକୁ ଚାହୁଁନୁ । ଯଦି ଆମେରିକା ଓ ଇସ୍ରାଏଲ ପୁଣି ଯୁଦ୍ଧ ଆରମ୍ଭ କରନ୍ତି ଆମ ପାଖରେ ବି ନୂଆ ରଣନୀତି ରହିଛି ।  

ଏପରି ସ୍ଥିତିରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବୟାନକୁ ନେଇ ଯେତିକି ଚର୍ଚ୍ଚା ହେଉଛି ସମାଧାନ ଦିଗରେ ଆଶା ବି ବଢିଛି । ଟ୍ରମ୍ପ ନ୍ୟୁୟର୍କ ପୋଷ୍ଟକୁ କହିଛନ୍ତି ମୋତେ ଇରାନ ସହ ସାକ୍ଷାତ ଆଲୋଚନା କରିବାରେ କୌଣସି ଅସୁବିଧା ନାହିଁ । ଇରାନ ନେତାଙ୍କ ସହ ମୁହାଁମୁହିଁ ବୈଠକ କରିବାକୁ ଟ୍ରମ୍ପ ପ୍ରସ୍ତାବ ଦେଇଛନ୍ତି । କହିଛନ୍ତି ସିଧାସଳଖ ଆଲୋଚନା ପାଇଁ ମୁଁ ରାଜି । ସୋମବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯଦି ଇରାନ ସହ ଶାନ୍ତି ଆଲୋଚନାରେ ସଫଳତା ମିଳିପାରିବ ତେବେ ମୁଁ ଇରାନ ନେତାଙ୍କ ସହ ସାକ୍ଷାତ ପାଇଁ ଇଚ୍ଛୁକ । ସେ ଜୋର ଦେଇ କହିଛନ୍ତି ଗମ୍ଭୀର ଆଲୋଚନା ପାଇଁ ଟେବୁଲକୁ ଆସିବା ଦରକାର ।ଏସବୁ ଭିତରେ ଆମେରିକା ରାଷ୍ଟ୍ରପତିଙ୍କ ନୂଆ ଧମକ ବି ସାମ୍ନାକୁ ଆସିଛି । କୁହାଯାଉଛି ଟ୍ରମ୍ପଙ୍କୁ କିଛି ଗଣମାଧ୍ୟମ ପ୍ରତିନିଧି ପଚାରିଥିଲେ ଯୁଦ୍ଧ ବିରତି ଶେଷ ହେବା ପରେ କଣ ହେବ । ଉତ୍ତରରେ ଟ୍ରମ୍ପ କହିଥିଲେ ଶାନ୍ତି ବୈଠକ ନହେଲେ ବୋମା ଫୁଟିବ ।

ପ୍ରାୟ ୨ ମାସ ଧରି ଚାଲିଛି ଆମେରିକା-ଇରାନ ଯୁଦ୍ଧ । ଉଭୟ ଏହି ଯୁଦ୍ଧକୁ ଶେଷ କରିବାକୁ ଚାହୁଁଛନ୍ତି । କିନ୍ତୁ ଶାନ୍ତି ଆଲୋଚନାରେ ବାଧା ସାଜୁଛି ସାମୁଦ୍ରିକ ପଥ ହର୍ମୁଜ ପ୍ରଣାଳୀ  । ଉଭୟ ଦେଶ ହର୍ମୁଜ ନିକଟରେ ସାମରିକ ଶକ୍ତିକୁ ବଢାଉଛନ୍ତି । ଶାନ୍ତି ବୈଠକରେ ମଧ୍ୟ ହର୍ମୁଜ ମୁଖ୍ୟ ବିଷୟ ପାଲଟିଛି । ସେହିପରି ଇରାନର ପରମାଣୁ ଅସ୍ତ୍ର ବିବାଦର ଆଉ ଏକ କାରଣ ବୋଲି କୁହାଯାଉଛି ।

Post Views: 7
Share196Tweet123Send
Voice of Victims

Voice of Victims

Recent Posts

  • ସେମାନଙ୍କ ସହ ସାକ୍ଷାତ କରିବାରେ କୌଣସି ଅସୁବିଧା ନାହିଁ, ଇରାନ ନେତାଙ୍କ ସହ ଫେସ୍ ଟୁ ଫେସ୍ ମିଟିଂ ପାଇଁ ଟ୍ରମ୍ପଙ୍କ ପ୍ରସ୍ତାବ
  • ଆସନ୍ତାକାଲି ବିଜେପିର ବିଶାଳ ମହିଳା ଜନଆକ୍ରୋଶ ସମାବେଶ, ୨୪ ଏବଂ ୨୫ରେ ସମସ୍ତ ସାଂଗଠନିକ ଜିଲ୍ଲାରେ ହେବ ମହିଳା ଜନ ଆକ୍ରୋଶ ସମ୍ମିଳନୀ
  • ୩୩% ନାରୀ ଶକ୍ତିଙ୍କୁ ସଂରକ୍ଷଣ ପ୍ରସଙ୍ଗରେ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ
  • ଭୋଟର ତାଲିକାରୁ ୯.୮ ଲକ୍ଷ ନାମ ବାଦ୍: ସିଇସିଙ୍କୁ ସସ୍ମିତ ପାତ୍ରଙ୍କ ଚିଠି, ପୁନର୍ବିଚାର ଦାବି
  • ବଦଳିଲେ ଖଣ୍ଡପଡା SDPO, ବିବାହିତ ମହିଳାଙ୍କୁ ପ୍ରେମ ନିବେଦନ ମାମଲାରେ କାର୍ଯ୍ୟାନୁଷ୍ଠାନ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In