• About Us
  • Contact Us
Saturday, March 28, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ନୋଏଲ ଟାଟା ଟାଟା ଟ୍ରଷ୍ଟର ନୂଆ ଅଧ୍ୟକ୍ଷ

by Voice of Victims
October 11, 2024
in ଦେଶ ବିଦେଶ, ବିଶେଷ ପୃଷ୍ଠା, ମୁଖ୍ୟ ଖବର
ନୋଏଲ ଟାଟା ଟାଟା ଟ୍ରଷ୍ଟର ନୂଆ ଅଧ୍ୟକ୍ଷ

ମୁମ୍ବାଇ : ରତନ ଟାଟାଙ୍କ ବିୟୋଗ ପରେ ନୋଏଲ ଟାଟାଙ୍କୁ ଟାଟା ଟ୍ରଷ୍ଟର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ଶୁକ୍ରବାର ମୁମ୍ବାଇ ଠାରେ ରତନ ଟାଟାଙ୍କ ନେତୃତ୍ୱରେ ପରିଚାଳିତ ହେଉଥିବା ପ୍ରାୟ ୧୩ଟି ଟ୍ରଷ୍ଟ ବୋର୍ଡ ପକ୍ଷରୁ ଏକ ସାମୂହିକ ବୈଠକ ବସିଥିଲା। ଏହି ବୈଠକରେ ୬୭ ବର୍ଷୀୟ ନୋଏଲ ଟାଟାଙ୍କ ନାଁରେ ମୋହର ବାଜିଥିଲା। ତେଣୁ ସେ ଟାଟା ଟ୍ରଷ୍ଟର ପରବର୍ତ୍ତୀ ଅଧ୍ୟକ୍ଷ ହୋଇଛନ୍ତି। ୧୯୫୭ରେ ଜନ୍ମଗ୍ରହଣ କରିଥିବା ନୋଏଲ ଟାଟା ହେଉଛନ୍ତି ରତନ ଟାଟାଙ୍କ ସାନ ଭାଇ (ସାବତ ଭାଇ)। ନୋଏଲ ଜଣେ ଭାରତ ଜନ୍ମିତ ଆୟଲ୍ୟାଣ୍ଡ୍ ବିଜନେସ୍ ଟାଇକୁନ୍ ଭାବେ ପରିଚିତ। ତେବେ ସେ ରତନ ଟାଟା ଟ୍ରଷ୍ଟ ଏବଂ ସାର ଦୋରାବ୍‌ଜୀ ଟାଟା ଟ୍ରଷ୍ଟ ବୋର୍ଡର ଟ୍ରଷ୍ଟି ଥିଲେ। ଏତଦ୍‌ବ୍ୟତୀତ ସେ ସମ୍ପ୍ରତି ଟାଟା ଇଣ୍ଟରନ୍ୟାସନାଲ ଲିମିଟେଡ୍‌, ଭୋଲଟାସ ଲିମିଟେଡ୍‌, ଟାଟା ଇନଭେଷ୍ଟମେଣ୍ଟ କର୍ପୋରେସନ ଲିମିଟେଡ୍‌ର ଅଧ୍ୟକ୍ଷ ଏବଂ ଟାଇଟନ କମ୍ପାନୀର ଉପାଧ୍ୟକ୍ଷ ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି। ରତନ ଟାଟାଙ୍କ ନିଧନ ପରେ ସେ ଟାଟା ପରିବାରର ମଙ୍ଗ ଧରିବା ନେଇ ଚର୍ଚ୍ଚା ଜୋର ଧରିଥିଲା। ରତନ୍‌ଙ୍କ ଉତ୍ତରାଧିକାରୀ ଭାବେ ତାଙ୍କୁ ଏହି ଗୁରୁଦାୟିତ୍ୱ ଦେବାକୁ ଟାଟା ଟ୍ରଷ୍ଟ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ପ୍ରକାଶ, ନୋଏଲ ଟାଟା, ଟାଟା ଗ୍ରୁପରେ ୪୦ ବର୍ଷରୁ ଅଧିକ ସମୟ ଧରି ଯୋଗଦାନ ଦେଇଆସିଛନ୍ତି। ଟାଟା ଗ୍ରୁପ୍‌ର ରିଟେଲ ଟ୍ରେଣ୍ଟରେ ତାଙ୍କ ନେତୃତ୍ୱ ଉଲ୍ଲେଖନୀୟ ରହିଥିଲା। ୧୧ ବର୍ଷରୁ ଅଧିକ ସମୟ ପାଇଁ ଟ୍ରେଣ୍ଟର ପରିଚାଳନା ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଛନ୍ତି। ସେ ୨୦୧୦ରୁ ୨୦୨୧ ପର୍ଯ୍ୟନ୍ତ ଟାଟା ଇଣ୍ଟରନ୍ୟାସନାଲର ପରିଚାଳନା ନିର୍ଦ୍ଦେଶକ ମଧ୍ୟ ଥିଲେ, ଏହି ସମୟରେ ସେ କମ୍ପାନୀର କାରବାରକୁ ୫୦୦ ମିଲିୟନ୍ ଡଲାରରୁ ୩ ବିଲିୟନ ଡଲାରକୁ ବୃଦ୍ଧି କରିଥିଲେ। ଏତଦ୍‌ବ୍ୟତୀତ ୨୦୧୪ ପରଠାରୁ ସେ ଟ୍ରେଣ୍ଟ ଲିମିଟେଡର ଚେୟାରମ୍ୟାନ୍ ଭାବରେ କାର୍ଯ୍ୟ କରିଛନ୍ତି। ତାଙ୍କ ନେତୃତ୍ୱର ଗତ ଦଶନ୍ଧି ମଧ୍ୟରେ ଟ୍ରେଣ୍ଟର ଶେଆର ୬,୦୦୦% ବୃଦ୍ଧି ପାଇଛି। ପ୍ରକାଶ, ନୋଏଲ ୨୦୧୯ରେ ସାର ରତନ ଟାଟା ଟ୍ରଷ୍ଟ ବୋର୍ଡରେ ଯୋଗ ଦେଇଥିଲେ ଏବଂ ୨୦୧୮ରେ ଟାଇଟନ କମ୍ପାନୀର ଭାଇସ ଚେୟାରମ୍ୟାନ ହୋଇଥିଲେ, ଏହା ପରେ ସେ ମାର୍ଚ୍ଚ ୨୦୨୨ରେ ଟାଟା ଷ୍ଟିଲର ଉପାଧ୍ୟକ୍ଷ ହୋଇଥିଲେ। ୧୯୯୮ରେ ଗୋଟିଏ ଷ୍ଟୋରରୁ ୭୦୦ରୁ ଅଧିକ ଷ୍ଟୋର୍ସକୁ ଟ୍ରେଣ୍ଟ ବିସ୍ତାର କରିବାରେ ନୋଏଲ ଟାଟା ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଏବଂ ୱେଷ୍ଟ ସାଇଡ୍‌, ଷ୍ଟାର ବଜାର ଏବଂ ଜୁଡିଓ ଭଳି ବ୍ରାଣ୍ଡ୍ ସହିତ ବିଭିନ୍ନ ଖୁଚୁରା ଉଦ୍ୟୋଗର ନେତୃତ୍ୱ ନେଇଥିଲେ। ୮୬ ବର୍ଷୀୟ ବିଶିଷ୍ଟ ଶିଳ୍ପପତି ରତନ ଟାଟାଙ୍କର ବୁଧବାର ରାତିରେ ବିୟୋଗ ଘଟିଥିଲା। ଶାନ୍ତ, ସରଳ ଓ ଦୟାଳୁ ସ୍ୱଭାବର ବ୍ୟକ୍ତି ଭାବେ ସେ ବିଶ୍ୱବ୍ୟାପୀ ପରିଚିତ ଥିଲେ। ଜୀବନସାରା ସେ ଜନସେବାରେ ନିଜକୁ ବ୍ରତୀ କରାଇଥିଲେ। ନିଜ ଆୟର ୭୦%ରୁ ଅଧିକ ଅଂଶଧନକୁ ସେ ସମାଜସେବାରେ ବିନିଯୋଗ କରୁଥିଲେ। ଗୁରୁବାର ଅପରାହ୍ନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ଅନ୍ତିମ ସଂସ୍କାର ପୂର୍ବରୁ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ତାଙ୍କର ଶେଷ ଦର୍ଶନ କରିଥିଲେ। ତେବେ ରତନ୍‌ଙ୍କ ଦେହାନ୍ତ ପରେ ତାଙ୍କର କେହି ଉତ୍ତରାଧିକାରୀ ନଥିବାରୁ ସେ ଚଳାଇଆସୁଥିବା ଟ୍ରଷ୍ଟର ପରବର୍ତ୍ତୀ ଅଧ୍ୟକ୍ଷ କିଏ ହେବେ ସେନେଇ ବିଚାରବିମର୍ଶ କରାଯାଉଥିଲା। ତେବେ ବୋର୍ଡ ବୈଠକର ନିଷ୍ପତ୍ତି କ୍ରମେ ନୋଏଲ ଟାଟା ଟାଟା ଟ୍ରଷ୍ଟର ଅଧ୍ୟକ୍ଷ ହୋଇଛନ୍ତି। ସେହିପରି ଅନ୍ୟ ଏକ ରିପୋର୍ଟ ଅନୁସାରେ ନୋଏଲ ଟାଟା ଟାଟା ଟ୍ରଷ୍ଟର ନୂଆ ଅଧ୍ୟକ୍ଷ ହେବା ମାତ୍ରେ ସେୟାର ମାର୍କେଟ୍‌ରେ ଏହାର ଜବରଦସ୍ତ ପ୍ରଭାବ ଦେଖିବାକୁ ମିଳିଛି। ଶୁକ୍ରବାର ଟାଟା ଗ୍ରୁପ୍‌ର ଅନେକ ଶେୟାର ହଠାତ୍ ବୃଦ୍ଧି ପାଇଛି। ଆଜି ଟ୍ରେଣ୍ଟ ସେୟାର ୨.୯୪% ବୃଦ୍ଧି ହୋଇ ୮୨୬୯.୩୦ ଟଙ୍କା ହୋଇଛି। ସେହିପରି ଟାଇଟନ କମ୍ପାନୀର ଶେୟାର ୧%ରୁ ଅଧିକ ବୃଦ୍ଧି ପାଇ ୩,୪୯୧ ଟଙ୍କା, ଭୋଲ୍ଟାସ ଶେୟାର ୦.୬୦% ବୃଦ୍ଧି ପାଇ ୧,୧୮୭.୧୦ ଟଙ୍କା, ଟାଟା ଷ୍ଟିଲର ଶେୟାର ୦.୬୬% ବୃଦ୍ଧି ସହ ୧୬୧ ଟଙ୍କା, ଟାଟା ଇନଭେଷ୍ଟମେଣ୍ଟ କର୍ପୋରେସନ ଲିମିଟେଡର ଶେୟାର ୨.୬୬ % ବୃଦ୍ଧି ହୋଇ ୭,୧୦୮.୩୦ ଟଙ୍କା, ଟାଟା ମୋଟର୍ସ ଶେୟାର ୦.୨୭% ବୃଦ୍ଧି ହୋଇ ୯୩୧ ଟଙ୍କା, ଟାଟା ଟେଲିକମ୍ୟୁନିକେସନ୍ ଶେୟାର ୦.୬୬% ବୃଦ୍ଧି ପାଇ ୧,୯୬୬.୪୫ ଟଙ୍କା ଏବଂ ଟାଟା ଗ୍ରାହକ ଉତ୍ପାଦ ଲିମିଟେଡର ଶେୟାର ୦.୩୮% ବୃଦ୍ଧି ପାଇ ୧,୧୧୭.୧୫ ଟଙ୍କା ହୋଇଥିବା ଦେଖିବାକୁ ମିଳିଛି।

Post Views: 41
Share199Tweet125Send
Voice of Victims

Voice of Victims

Recent Posts

  • କରୋନା ଭୂତାଣୁର ଏକ ନୂଆ ରୂପ, ୨୩ଟି ଦେଶକୁ ମାଡ଼ିଗଲାଣି ‘ସିକାଡ଼ା’
  • ଲଦାଖରେ ବଡ ଧରଣର ହିମସ୍ଖଳନ, ୭ ମୃତ ଓ ୫ ଗୁରୁତର ଆହତ
  • ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ସ୍ଥଳସେନା ମୁଖ୍ୟ, ଶ୍ରୀଜିଉଙ୍କୁ କଲେ ଦର୍ଶନ
  • ବାରିପଦାରେ କାଳବୈଶାଖୀ ତାଣ୍ଡବ, ୨ ମୃତ ଓ ୩ ଆହତ
  • ପତଞ୍ଜଳି ପକ୍ଷରୁ ରାମନବମୀ ଓ ସନ୍ୟାସ ଦିକ୍ଷା ଦିବସ ପାଳନ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In