• About Us
  • Contact Us
Thursday, May 28, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଏବେ ମୁଁ ନିଜ ଘରକୁ ଫେରି ଆସିଛି – ଦେବାଶିଷ ସାମନ୍ତରାୟ

by Voice of Victims
May 28, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ଏବେ ମୁଁ ନିଜ ଘରକୁ ଫେରି ଆସିଛି – ଦେବାଶିଷ ସାମନ୍ତରାୟ

ଭୁବନେଶ୍ୱର : ଏବେ ମୁଁ ନିଜ ଘରକୁ ଫେରି ଆସିଛି। ପଦ୍ମ ଧରିବା ପରେ ସାମ୍ବାଦିକ ସମ୍ମିଳନୀରେ ଏପରି କହିଛନ୍ତି ବିଜେପି ନେତା ଦେବାଶିଷ ସାମନ୍ତରାୟ। ବିଜେପିରେ ଯୋଗ ଦେବା ପରେ ମନେ ହେଉଛି, ଯେପରି ନିଜ ଘରେ ଅଛି। ପୂର୍ବରୁ ହିଁ ମୁଁ ଏନଡିଏରେ ଥିଲି, ଏବେ ପୁଣି ନିଜ ଘରକୁ ଫେରିଛି। ବିଜେଡିରେ ଥିବା ବେଳେ ମୁଁ ଅଣନିଶ୍ୱାସୀ ହୋଇ ରହିଥିଲି। ହଠାତ୍ ମୋତେ ନବୀନ ନିବାସକୁ ଯିବାକୁ ମନା କରାଗଲା। ନବୀନ ବାବୁ କହିଥିଲେ ପାଣ୍ଡିଆନ୍ ମୋ ଉତ୍ତରାଧିକାରୀ ନୁହେଁ। ପାଣ୍ଡିଆନ୍ ଭୈରବ ହୋଇ ନବୀନଙ୍କ ପାଖକୁ କାହରିକୁ ଛାଡୁ ନାହିଁ। ନବୀନ ନିବାସରେ ପାଣ୍ଡିଆନ୍ କିଏ ବୋଲି ମଧ୍ୟ ଦେବାଶିଷ ପ୍ରଶ୍ନ କରିଛନ୍ତି। ବିଜୁ ବାବୁଙ୍କୁ ଜାଣିନଥିବା ଲୋକେ କରିଛନ୍ତି ବିଜୁ ଫାଉଣ୍ଡେସନ୍। ବିଜୁ ବାବୁଙ୍କୁ ସମ୍ମାନ ଦେବାରେ ବିଜେଡି ଅସମର୍ଥ ବୋଲି ମଧ୍ୟ କହିଛନ୍ତି। ଏବେ ବିଜୁ ଜନତା ଦଳରେ ମାଆ ବାପା ନାହାଁନ୍ତି। ଏବେ ବିଜେପି ମତେ ଯେଉଁ କାମ ଦେବ ସେ କାମ କରିବି।

ଏବେ ବିଜେଡି ସହିତ ମୁଁ ସିଧାସଳଖ ଲଢେଇ କରିବି। ଲୋକଙ୍କ ସୁଖଦୁଃଖରେ ରହୁଥିବା ଲୋକଙ୍କୁ ବିଜେପିକୁ ଆଣିବା। ବିଜେପି ନେତା ଦେବାଶିଷ ସାମନ୍ତରାୟ ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀ କରି ଏପରି କହିଛନ୍ତି। ବିଜେଡି ଛାଡିବା ପରେ ବିଜେପିରେ ମୁଖ୍ୟ କାର୍ଯ୍ୟାଳୟର ଦିଲ୍ଲୀରେ ଯୋଗ ଦେଇଥିଲେ ଦେବାଶିଷ ସାମନ୍ତରାୟ। ସେ ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହ, ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ, ପ୍ରଦେଶର ସଭାପତି ମନ ମୋହନ ସାମଲ, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମେତ ଅନ୍ୟ କର୍ମୀଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ସେ ବିଜେଡିକୁ ଟାର୍ଗେଟ କରି ଅନ୍ୟାନ୍ୟ ଆରୋପ ପ୍ରତ୍ୟାରୋପ କରିଥିବା ଦେଖାଯାଇଛି।

Post Views: 19
Share198Tweet124Send
Voice of Victims

Voice of Victims

Recent Posts

  • ଓଡ଼ିଶା ସିଭିଲ ସର୍ଭିସ୍ ପରୀକ୍ଷାରେ ପ୍ରଥମ ସ୍ଥାନ ହାସଲ କରିଥିବା ବୁବୁନ ସାହୁଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ
  • ତ୍ବିଶା ଶର୍ମା ମୃତ୍ୟୁ ମାମଲା, ଜାମିନ ଆବେଦନ ଖାରଜ ପରେ ଶାଶୁ ଗିରିବାଳାଙ୍କୁ ଗିରଫ କଲା ସିବିଆଇ
  • ସଚିନ ତେନ୍ଦୁଲକରଙ୍କ ପ୍ରଶଂସା ଶୁଣି ଆଶ୍ଚର୍ଯ୍ୟ ହେଲେ ବୈଭବ ସୂର୍ଯ୍ୟବଂଶୀ: କହିଲେ…
  • ଇସ୍ତଫା ଘୋଷଣା କଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା
  • ନମ୍ବର ୧ ହେଲେ ବୈଭବ ସୂର୍ଯ୍ୟବଂଶୀ: ଅରେଞ୍ଜ କ୍ୟାପ୍ ପାଇଁ ବିରାଟ କୋହଲିଙ୍କ ସମ୍ଭାବନା କେତେ?

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In