ଭୁବନେଶ୍ବର (ଭିଓଭି): ସ୍ୱାୟତ୍ତ ଶାସନ ଦିବସରେ ନଗରବନ୍ଧୁ ସମ୍ମାନରେ ସମ୍ମାନିତ ହୋଇଛି ଏନଏସଏସ ଉଇଙ୍ଗ, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡିଶା, ଭୁବନେଶ୍ୱର l ଓଡିଶା ସରକାରଙ୍କର ଗୃହ ଓ ନଗର ଉନ୍ନୟନ ବିଭାଗର ମାନ୍ୟବର କ୍ୟାବିନେଟ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ସାଂସଦ ଅପରାଜିତା ଷଡ଼ଙ୍ଗୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ l ଭୁବନେଶ୍ୱର ମେୟର ସୁଲୋଚନା ଦାସ, ଡେପୁଟି ମେୟର ମଞ୍ଜୁଲତା କଂହାର , ଭୁବନେଶ୍ୱର ମହାନଗର ନିଗମର କମିଶନର ରାଜେଶ ପ୍ରଭାକର ପାଟିଲି, ମହାନଗର ନିଗମର ସ୍ଥାୟୀ କମିଟି ସଦସ୍ୟ ପ୍ରମୁଖ ଯୋଗଦେଇଥିଲେ l ଏହି କାର୍ଯ୍ୟକ୍ରମରେ ପ୍ରଦାନ କରାଯାଇଥିବା ଛଟି ପୁରସ୍କାର ମଧ୍ୟରୁ ତିନୋଟି ବ୍ୟକ୍ତି ବିଶେଷଙ୍କୁ ଦିଆଯାଇଥିବା ବେଳେ ତିନୋଟି ପୁରସ୍କାର ଅନୁଷ୍ଠାନକୁ ଦିଆଯାଇଥିଲା | ଜାତୀୟ ସେବା ଯୋଜନା, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ , ଓଡିଶା, ଭୁବନେଶ୍ୱରର କାର୍ଯ୍ୟକ୍ରମ ସଂଯୋଜକ ଡଃ ବିଶ୍ୱମୋହନ ଜେନା ଏହି ପୁରସ୍କାର ଗ୍ରହଣ କରିଥିଲେ l ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଜାତୀୟ ସେବା ଯୋଜନା ଦ୍ୱାରା ହାତୀ ମେରା ସାଥି, ବୃକ୍ଷ ରୋପଣ, ପାଗ ପରିବର୍ତ୍ତନ, କଠିନ ବର୍ଜ୍ୟବସ୍ତୁ ପରିଚାଳନା, ପକ୍ଷୀଙ୍କ ପାଇଁ ବସା, ପକ୍ଷୀଙ୍କ ପାଇଁ ପାଣି, ଶକ୍ତି ସଂରକ୍ଷଣ ପାଇଁ ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜନ କରିଛନ୍ତି l
