• About Us
  • Contact Us
Thursday, February 5, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ସିପିଆ(ଏମ୍) ଓ କଂଗ୍ରେସ ତରଫରୁ ରଣପୁର ରେ ଓଡ଼ିଶା ବନ୍ଦ କୁ ସଫଳ

by Voice of Victims
January 28, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ସିପିଆ(ଏମ୍) ଓ କଂଗ୍ରେସ ତରଫରୁ ରଣପୁର ରେ ଓଡ଼ିଶା ବନ୍ଦ କୁ ସଫଳ

ରଣପୁର , ୨୮ ଫେବୃଆରୀ:-– ସରକାରୀ ଧାନ ମଣ୍ଡିରେ ବେଆଇନ କଟନୀ ଛଟନୀ ପ୍ରତିବାଦ ଓ ଚାଷି ଫସଲ ର ଲାଭ ଜନକ ଦର ଦାବୀ ରେ ନବ ନିର୍ମାଣ କୃଷକ ସଂଗଠନ ତରଫରୁ ଆହୁତ ଆଜି ଓଡ଼ିଶା ବନ୍ଦ କୁ ରଣପୁର ରେ ଭାରତର କମ୍ୟୁନିଷ୍ଟ ପାର୍ଟି (ମାର୍କସବାଦୀ) ଓ କଂଗ୍ରେସ ତରଫରୁ ଦୃଢ଼ ସମର୍ଥନ କରାଯାଇ ସରକାରୀ କାର୍ଯ୍ୟାଳୟ ଗୁଡିକ ଆଗରେ ପିକେଟିଙ୍ଗି, ସଭା ଓ ଶୋଭାଯାତ୍ରା ମାନ ଅନୁଷ୍ଠିତ ହୋଇଥିଲା। ସରକାରୀ କାର୍ଯ୍ୟାଳୟ ଓ ବ୍ୟାଙ୍କ ଗୁଡ଼ିକ ଖୋଲିଵା ପୂର୍ବରୁ ଆନ୍ଦୋଳନକାରୀ ମାନେ ପିକେଟିଙ୍ଗି କରିବାରେ ଅଫିସ ଗୁଡ଼ିକ ସ୍ଵାଭାବିକ ବନ୍ଦ ହୋଇଥିବା ବେଳେ ଉଭୟ ଦଳର ଖଣ୍ଡା ଗେଟ ରେ ମାରି ସିଲି କରା ଯାଇଥିଲା।

ଗାଡ଼ି ଚଳାଚଳ ଏକ ରକମ ବନ୍ଦ ଥିଲା ବେଳେ ଦୋକାନ ବଜାର ସାମୟିକ ଖୋଲା ଥିଲା । ପରିଶେଷରେ ପଞ୍ଚୁଦୋଳ ପଡ଼ିଆ ସ୍ଥିତ ରଘୁ ଦିବାକର ସହିଦ୍ ମଣ୍ଡପରେ ସାଥୀ ନିତ୍ୟାନନ୍ଦ ପରିଡ଼ା ଙ୍କ ସଭାପତିତ୍ଵ ରେ ଅନୁଷ୍ଠିତ ପ୍ରତିବାଦ ସଭାରେ ବକ୍ତା ମାନେ ବିଜେପି ନେତୃତ୍ୱାଧୀନ ଡବଲ ଇଞ୍ଜିନ ସରକାର ର ଚାଷୀ ଓ ଶ୍ରମିକ ଶୋଷଣ ନୀତି କୁ ତୀବ୍ର ସମାଲୋଚନା କରିଥିଲେ। ଚାଷୀଙ୍କ ଠାରୁ ଧାନ କ୍ରୟ ବ୍ୟବସ୍ଥା ର ଚରମ ବିଫଳତା, କୃଷକ ଶୋଷଣ, ଅନେକ ଜିଲ୍ଲାରେ ଧାନ ମଣ୍ଡି ଖୋଲିବ ରେ ବିଳମ୍ବ, ଟୋକନ ର ଅନିୟମିତତା, ଆବଶ୍ୟକତା ଠାରୁ କମ କ୍ରୟ, ଓଜନ ଅନ୍ୟାୟ ଭାବେ କଟନି ଛଟନୀ, କ୍ରୟ ଧାନ ର ଦୀର୍ଘ ସମୟ ପର୍ଯ୍ୟନ୍ତ ଟଙ୍କା ନ ମିଳିବା ଇତ୍ୟାଦି କାରଣରୁ ଚାଷୀ ମାନେ ନାହିଁ ନ ଥିବା ହଇରାଣ ହେଇଛନ୍ତି ବୋଲି ବକ୍ତା ମାନେ କହିଥିଲେ।

ରାଜ୍ୟ ବିଜେପି ମୋହନ ସରକାର ଦେଉଥିବା ପ୍ରତିଶୃତି ପାଳନ ନ କରି ଚାଷୀ ଙ୍କୁ ଶୋଷଣ ପାଇଁ ପ୍ରୟାସ ଜାରି ରଖି ଥିଲା ବେଳେ ଦଲାଲ, ମିଲି ମାଲିକ ଓ ଦୁର୍ନୀତି ଗ୍ରସ୍ତ ସରକାରୀ ଦଳର ନେତାଙ୍କ ମଧୁ ଚନ୍ଦ୍ରିକା ଯୋଗୁଁ ପ୍ରତି ମଣ୍ଡି ରେ ୭ ରୁ ୮ କେଜି ଧାନ କଟନୀ ଛଟନୀ ର ଚାଷି ଅନ୍ୟାୟ ଶିକାର ହେଉଛି ବୋଲି ବକ୍ତା ମାନେ ଅଭିଯୋଗ କରି ଥିଲେ। ସମସ୍ତ ଚାଷୀ ଙ୍କ ଧାନର ଏମ ଏସ ପି , ଏବଂ ଇନପୁଟ ସବସିଡି ମିଶାଇ, କୁଇଁଟାଲ ପିଛା ୩୧୦୦ ଟଙ୍କା ରେ ଧାନ କିଣା, କଟନୀ ଓ ଛଟନୀ ବନ୍ଦ କରିବା, ଦଲାଲ ମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, ଅଧିକ ଟୋକନ ଦେଇ ଚାଷୀ ଓ ଭାଗଚାଷୀଙ୍କ ର ସମସ୍ତ ଧାନ କିଣିବା ପାଇଁ ଦାବୀ କରିଥିଲେ। ସରକାର ଏହାକୁ କାର୍ଯ୍ୟ କାରୀ ନ କଲେ ଏହା ବିରୋଧରେ ଦୃଢ଼ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି।

କେନ୍ଦ୍ର ମୋଦୀ ସରକାର ର ଶ୍ରମିକ, କୃଷକ, ମୂଲିଆ, ଖାଉଟି ଓ ଶ୍ରମ ଜିବି ଜନଗଣ ବିରୋଧୀ ନୀତି ଓ ମାଲିକ ସପକ୍ଷ ନୀତି ବିରୁଦ୍ଧରେ ଆସନ୍ତା ଫେବୃୟାରୀ ୧୨ ତାରିଖ ଟ୍ରେଡ ୟୁନୀୟନ୍ ମାନଙ୍କର ସାଧାରଣ ଧର୍ମଘଟ କୁ ସଫଳ ସର୍ବାନ୍ତ କରଣେ ସଫଳ କହିବାକୁ ଆହ୍ବାନ ଦେଇଥିଲେ। ଉକ୍ତ ଆନ୍ଦୋଳନ କୃଷକ ସଭା ର ରାଜ୍ୟ ନେତା ହରିଶ୍ଚନ୍ଦ୍ର ମିଶ୍ର, କଂଗ୍ରେସ ସଭାପତି ଶତ୍ରୁଘ୍ନ ପାଇକେରା, ଶ୍ରମିକ ନେତା ସୁରେଶ ସ୍ବାଇଁ, ଦୁଃଶାସନ ଜେନା, ସତ୍ୟ ରଞ୍ଜନ ମତ୍ତା, ସୁଶୀଲ ମହାନ୍ତି,ଅମୁଲି ପରିଡ଼ା, ଗଦାଧର ପ୍ରଧାନ, ନବକିଶୋର ସାମନ୍ତରାୟ କୃଷ୍ଣ ଚନ୍ଦ୍ର ସେଠୀ,ହାଡିବନ୍ଧୁ ପ୍ରଧାନ ଓ କୁଳମଣି ପାଲେଇ ପ୍ରମୁଖ ବକ୍ତବ୍ୟ ଦେଇ ଥିଲେ।

Post Views: 23
Share199Tweet124Send
Voice of Victims

Voice of Victims

Recent Posts

  • SIR କୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି, ପଶ୍ଚିମବଙ୍ଗ ସହିତ ଅନ୍ୟାୟ ହେଉଛି ବୋଲି କହିଲେ ମମତା ବାନାର୍ଜୀ
  • ଆଉ ଲୋକଙ୍କୁ ବାରମ୍ବାର ତହସିଲ ଅଫିସକୁ ଦୌଡ଼ିବାକୁ ପଡ଼ିବନି ହ୍ବାଟସଆପରେ ମିଳିବ ରାଜସ୍ବ ସେବା
  • ମନ୍ଦିର ବେଢାରେ ଝାଡ଼ୁ ମାରିଲେ ରାଷ୍ଟ୍ରପତି, କଡାକଡି କରାଯାଇଛି ସୁରକ୍ଷା ବ୍ୟବସ୍ଥା
  • ପରସ୍ପର ସହିତ ଧକ୍କା ହେଲା ୨ ବିମାନର ଡେଣା, ମୁମ୍ବାଇ ବିମାନବନ୍ଦରରେ ଅବତରଣ କଲା ଇଣ୍ଡିଗୋ ବିମାନ
  • ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ, ଚାରି ଜିଲ୍ଲାରେ ଚାରି ନେତାଙ୍କୁ ନୂଆ ଦାୟିତ୍ବ ଦେଲେ ବିଜେଡି ସୁପ୍ରିମୋ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In