• About Us
  • Contact Us
Tuesday, March 24, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମ ରାଜ୍ୟରେ ଥିବା ନିବେଶ ସମ୍ଭାବନାକୁ ବିଶ୍ୱସ୍ତରରେ ଉପସ୍ଥାପନ କରିଛି: ଅଶ୍ୱିନୀ ବୈଷ୍ଣବ

by Voice of Victims
January 28, 2025
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମ ରାଜ୍ୟରେ ଥିବା ନିବେଶ ସମ୍ଭାବନାକୁ ବିଶ୍ୱସ୍ତରରେ ଉପସ୍ଥାପନ କରିଛି: ଅଶ୍ୱିନୀ ବୈଷ୍ଣବ

ଭୁବନେଶ୍ୱର: କେନ୍ଦ୍ର ରେଳ, ସୂଚନା ଓ ପ୍ରସାରଣ, ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଉତ୍କର୍ଷ ଓଡ଼ିଶା – ମେକ ଇନ୍‌ ଓଡ଼ିଶା ସମ୍ମିଳନୀରେ ଆଇଟି/ଆଇଟିଇଏସ/ଇଏସଡିଏମ ଉପରେ ଆୟୋଜିତ କ୍ଷେତ୍ରୀୟ ଅଧିବେଶନକୁ ସମ୍ବୋଧିତ କରିଛନ୍ତି। କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ଓଡ଼ିଶା ଏକ ବଜେଟ ବଳକା ରାଜ୍ୟ। ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମ ଓଡ଼ିଶାରେ ଥିବା ସମ୍ଭାବନାକୁ ବିଶ୍ୱସ୍ତରରେ ଉପସ୍ଥାପନ କରିଛି। ଶ୍ରୀ ବୈଷ୍ଣବ କହିଥିଲେ, ଓଡ଼ିଶାରେ ରେଳବାଇ କ୍ଷେତ୍ରରେ ୭୩ ହଜାର କୋଟି ଟଙ୍କା ଏବଂ  ଦୂରସଞ୍ଚାର କ୍ଷେତ୍ରରେ ୫୦୩୩ କୋଟି ଟଙ୍କା ନିବେଶ କରାଯାଇଥିବା ବେଳେ ଆଇଟି କ୍ଷେତ୍ରରେ ୭ହଜାର କୋଟି ଟଙ୍କା ନିବେଶ ପାଇଁ ଆଜି ଘୋଷଣା ହୋଇଛି। ଏହା ଓଡ଼ିଶା ପାଇଁ ଲାଭଦାୟକ ହେବ। ଓଡ଼ିଶାକୁ ଖୁବଶୀଘ୍ର ଏକ ଆଇଟି କେନ୍ଦ୍ରସ୍ଥଳୀରେ ପରିଣତ କରାଯିବ। ଓଡ଼ିଶା ସରକାର ଏଥିପାଇଁ ଭୁବନେଶ୍ୱର ମଧ୍ୟଭାଗରେ ୩ ଲକ୍ଷ ବର୍ଗଫୁଟ ଜମି ଆବଣ୍ଟନ କରିଛନ୍ତି ଏବଂ ଆଇଟି ଶିଳ୍ପର ବିକାଶ ପାଇଁ ଖୁବଶୀଘ୍ର ଆଉ ୧୨ ଲକ୍ଷ ବର୍ଗଫୁଟ ଜମି ଯୋଗାଇ ଦେବାକୁ ରାଜ୍ୟ ସରକାର ପ୍ରତିଶ୍ରୁତି ଦେଇଛନ୍ତି। ଆଇଟି କମ୍ପାନୀଗୁଡ଼ିକ ପାଇଁ ମୋଟ୍‌ ୧୫ ଲକ୍ଷ ବର୍ଗଫୁଟ ଅଞ୍ଚଳରେ ଉଚ୍ଚ ମାନର ସୁବିଧା ଯୋଗାଇ ଦିଆଯିବ। କେନ୍ଦ୍ର ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଥିଲେ, ୧ ଜାନୁଆରୀ ୨୦୨୨ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଘୋଷଣା କରାଯାଇଥିବା ସେମିକଣ୍ଡକ୍ଟର ମିଶନ ବେଶ୍‌ ପ୍ରଗତି ହାସଲ କରିଛି । ପ୍ରାରମ୍ଭରେ ବିଶ୍ୱ ଏହାର ସଫଳତାକୁ ନେଇ ସନ୍ଦେହ କରିଥିଲା। ବର୍ତ୍ତମାନ ୫ଟି ପ୍ରକଳ୍ପକୁ ମଞ୍ଜୁରି ମିଳିସାରିଛି। ମାତ୍ର ୬୦ରୁ ୯୦ ଦିନ ମଧ୍ୟରେ ପ୍ରକଳ୍ପଗୁଡ଼ିକୁ ମଞ୍ଜୁରି ମିଳିଥିବା ସେ କହିଥିଲେ। ଡାଭୋସରେ ଅନୁଷ୍ଠିତ ବିଶ୍ୱ ଆର୍ଥିକ ମଞ୍ଚ ବୈଠକରେ ଭାରତରେ ସେମିକଣ୍ଡକ୍ଟର ପାଇଁ ରହିଥିବା ଏଭଳି ବ୍ୟବସାୟିକ ସୁଗମତା ବିଷୟରେ ଜାଣି ଉଦ୍ୟୋଗ ଜଗତ ଚକିତ ହୋଇଛି। ସେମାନେ ମଧ୍ୟ ଭାରତରେ ନିବେଶ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ଖୁବଶୀଘ୍ର ଭାରତ ବିଶ୍ୱର ସେମିକଣ୍ଡକ୍ଟର ଶିଳ୍ପ କେନ୍ଦ୍ର ହେବାକୁ ଯାଉଥିବା ନେଇ ବିଶ୍ୱସ୍ତରୀୟ ନିବେଶକଙ୍କ ମଧ୍ୟରେ ବିଶ୍ୱାସ ସୃଷ୍ଟି ହୋଇଛି। ସେମିକଣ୍ଡକ୍ଟର ଶିଳ୍ପ ବିକାଶ ପାଇଁ ଭାରତର ଏହି ଯାତ୍ରାରେ ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ ବୋଲି ଶ୍ରୀ ବୈଷ୍ଣବ କହିଥିଲେ। ସେ କହିଥିଲେ, ଓଡ଼ିଶାରେ ପ୍ରତିଭାବାନ ଇଞ୍ଜିନିୟର ଏବଂ ଛାତ୍ରଛାତ୍ରୀ ଅଛନ୍ତି ଯେଉଁମାନେ ବିଶ୍ୱବ୍ୟାପୀ ଭଲ ପ୍ରଦର୍ଶନ କରୁଛନ୍ତି। ସେମାନେ ମଧ୍ୟ ଏଠାରେ କାର୍ଯ୍ୟ କରିପାରିବେ। କେନ୍ଦ୍ର ମନ୍ତ୍ରୀ ଆହୁରି କହିଥିଲେ, ଇଣ୍ଡିଆ ଏଆଇ ମିଶନ ମଧ୍ୟ ଯଥେଷ୍ଟ ପ୍ରଗତି ହାସଲ କରିଛି। ଭାରତ ଖୁବଶୀଘ୍ର ନିଜସ୍ୱ ଏଲଏଲଏମ ବିକଶିତ କରିବାକୁ ଯାଉଛି । ଇଣ୍ଡିଆ ଏଆଇ କମ୍ପ୍ୟୁଟ୍‌ କେନ୍ଦ୍ର ଠାରେ ୧୮ହଜାର ଜିପିୟୁ ସୃଷ୍ଟି କରିବା ଲାଗି ଭାରତକୁ କମ୍ପ୍ୟୁଟ୍‌ ବିଡ୍‌ ମିଳିସାରିଛି। ଏହା ଧାର୍ଯ୍ୟ ଲକ୍ଷ୍ୟ ୧୦ହଜାର ଜିପିୟୁ ଠାରୁ ବେଶ ଅଧିକ ବୋଲି ଶ୍ରୀ ବୈଷ୍ଣବ କହିଥିଲେ। ସେ କହିଥିଲେ, ପୂର୍ବରୁ ଭାରତ ମାତ୍ର ୭୦୦ ଜିପିୟୁ ବିଶିଷ୍ଟ ସୁପର କମ୍ପ୍ୟୁଟର ବିକଶିତ କରିଥିଲା। ବର୍ତ୍ତମାନର କ୍ଷମତା ଏହାଠାରୁ ଅନେକ ଗୁଣ ଅଧିକ । ଯେଉଁମାନେ ଇଣ୍ଡିଆ ଏଆଇ ମିଶନରେ ନିବେଶ କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଅପାର ସୁଯୋଗ ଓ ସମ୍ଭାବନା ରହିଛି। ରାଜ୍ୟ ସରକାରଙ୍କ ସହଯୋଗରେ ଓଡ଼ିଶାରେ ମଧ୍ୟ ଏଆଇ କମ୍ପୁଟ୍‌ ଫେସିଲିଟି ଓ ଡେଟା ସେଣ୍ଟର ପ୍ରତିଷ୍ଠା କରାଯିବ ବୋଲି ଶ୍ରୀ ବୈଷ୍ଣବ ଘୋଷଣା କରିଥିଲେ। ପ୍ରତିଭାଙ୍କୁ ପ୍ରୋତ୍ସାହନ ଉପରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱ ଉପରେ ଆଲୋକପାତ କରି ଶ୍ରୀ ବୈଷ୍ଣବ କହିଥିଲେ, 5-ଜି ପ୍ରଯୁକ୍ତି ଆରମ୍ଭ କରିବା ସମୟରେ ଏହି ବିଷୟ ପ୍ରତି ଧ୍ୟାନ ଦିଆଯାଇ ୧୦୦ଟି ବିଶ୍ୱ ବିଦ୍ୟାଳୟରେ 5-ଜି ଲ୍ୟାବ୍‌ ଖୋଲିବାକୁ ଲକ୍ଷ୍ୟ ରଖାଯାଇଥିଲା। ବର୍ତ୍ତମାନ ୨୪୦ଟି ବିଶ୍ୱବିଦ୍ୟାଳୟରେ  5-ଜି ଲ୍ୟାବ୍‌ ଖୋଲାଯାଇଛି ଏବଂ ଏଠାରେ ଛାତ୍ରଛାତ୍ରୀମାନେ  ଇଡିଏ ସୁବିଧା ପାଇପାରୁଛନ୍ତି ଏବଂ ନୂଆ ସମାଧାନ ଖୋଜିବା ଦିଗରେ କାମ କରୁଛନ୍ତି । ଚିପ୍ସ, କାର୍ଡ ଆଦି ପ୍ରଯୁକ୍ତିଭିତ୍ତିକ ଉପକରଣ ମିଳିବା ଫଳରେ ଛାତ୍ରଛାତ୍ରୀ ବାସ୍ତବ ଶିଳ୍ପ ଅଭିଜ୍ଞତା ହାସଲ କରିପାରୁଛନ୍ତି। ଓଡ଼ିଶାର ୪ଟି ବିଶ୍ୱବିଦ୍ୟାଳୟରେ ପୂର୍ବରୁ ଏହି ସୁବିଧା ଥିଲା, ବର୍ତ୍ତମାନ ଏଥିପାଇଁ ଆଉ ୭ଟି କଲେଜ ଓ ବିଶ୍ୱବିଦ୍ୟାଳୟକୁ ଚୟନ କରାଯାଇଛି। ଖୁବଶୀଘ୍ର ଏସବୁ ଉଚ୍ଚ ଶିକ୍ଷାନୁଷ୍ଠାନରେ ସେମିକଣ୍ଡକ୍ଟର କାର୍ଯ୍ୟକ୍ରମ ଆରମ୍ଭ କରାଯିବ। ଏହି କାର୍ଯ୍ୟକ୍ରମରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ, ଯାଜପୁର ସାଂସଦ ରବୀନ୍ଦ୍ର ନାରାୟଣ ବେହେରା, ଆଇଟି ଓ ଆଇଟିଇଏସ କ୍ଷେତ୍ରର ଶିଳ୍ପପତି, ଗବେଷକ ଓ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ।

Post Views: 51
Share198Tweet124Send
Voice of Victims

Voice of Victims

Recent Posts

  • ୩୪ ତମ ବିଶ୍ୱ ଜଳ ଦିବସ, ଦର୍ପନାରାୟଣପୁର ଶୁକୃ ବେହେରା ପାଣିପଞ୍ଚାୟତ ଅଧୀନରେ ରେ ଭାରତ ର ପ୍ରଥମ ସ୍ୱୟଂ ଚାଳିତ କେନାଲ ପ୍ରଣାଳୀ ଲୋକାର୍ପିତ
  • ଇରାନ ରାଜଧାନୀ ଉପରେ ଆମେରିକାର ଭୟଙ୍କର ବୋମା ! ବିଦ୍ୟୁତ ସେବା ଠପ୍, ଅନ୍ଧାରରେ ବୁଡ଼ିଲା ସାରା ସହର
  • ବିଜେଡିରୁ ୬ ନିଲମ୍ବିତ ସଦସ୍ୟଙ୍କ ସଭ୍ୟ ପଦ ରଦ୍ଦ ପାଇଁ ଆଜି ଦରଖାସ୍ତ ! ବାଚସ୍ପତିଙ୍କ ନିଷ୍ପତ୍ତି ଉପରେ ନିର୍ଭର
  • ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ଗ୍ୟାସ୍ ମହଜୁଦ ଅଛି, ଭୟଭୀତ ହୁଅନ୍ତୁ ନାହିଁ: ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
  • ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର, ବର୍ତ୍ତମାନ ୩ ଜିଲ୍ଲାରେ ସକ୍ରିୟ ଅଛନ୍ତି ୧୫ ମାଓବାଦୀ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In