• About Us
  • Contact Us
Thursday, February 5, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ସୌମ୍ୟାଶ୍ରୀଙ୍କୁ ନ୍ୟାୟ ଦାବିରେ ଓଡ଼ିଶା ବନ୍ଦ; ସତ୍ୟବାଦୀରେ କଂଗ୍ରେସର ବନ୍ଦ ପାଳନ

by Voice of Victims
July 17, 2025
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା ଅଭିଯୋଗ
ସୌମ୍ୟାଶ୍ରୀଙ୍କୁ ନ୍ୟାୟ ଦାବିରେ ଓଡ଼ିଶା ବନ୍ଦ; ସତ୍ୟବାଦୀରେ କଂଗ୍ରେସର ବନ୍ଦ ପାଳନ

ସତ୍ୟବାଦୀ (୧୭-୦୭-୨୫) ଭିଓଭି : ଫକୀରମୋହନ ସ୍ବୟଂ ଶାସିତ ମହାବିଦ୍ୟାଳୟ ର ଛାତ୍ରୀ ସୌମ୍ୟାଶ୍ରୀ ବିଶି ଆତ୍ମଦାହ ଘଟଣାରେ କଂଗ୍ରେସ ଦଳର ରାଜ୍ୟବନ୍ଦ ଡାକରା ପରିପ୍ରେକ୍ଷୀରେ ସତ୍ୟବାଦୀ ବ୍ଲକ୍ କଂଗ୍ରେସ ତରଫରୁ ବ୍ଲକ୍ ସଭାପତି ସୁବାସ ଚନ୍ଦ୍ର ମହାପାତ୍ରଙ୍କ ନେତୃତ୍ବରେ ସତ୍ୟବାଦୀ ବ୍ଲକ୍ ଛକଠାରେ ରାସ୍ତା ଅବରୋଧ ପୂର୍ବକ ବନ୍ଦ ପାଳନ କରା ଯାଇଥିଲା।

ଅନ୍ୟ ମାନଙ୍କ ମଧ୍ୟରେ ଅବସର ପ୍ରାପ୍ତ ଶିକ୍ଷକ କାହ୍ନୁଚରଣ ପ୍ରଧାନ, ଅମୂଲ୍ୟରତ୍ନ ଜେନା, ମହେନ୍ଦ୍ର ଭାରତୀ,ତପନ ବେଜ,ପ୍ରସାଦ ନାୟକ, ରାଜେଶ ଜେନା ପ୍ରଭୃତି ଙ୍କ ସହ ଶତାଧିକ କଂଗ୍ରେସ କର୍ମୀ ରାସ୍ତାରୋକ କରି ଶାସକ ଦଳକୁ ଭର୍ତ୍ସନା କରିବା ସହ ମୂଖ୍ୟମନ୍ତ୍ରୀ ଓ ଶିକ୍ଷାମନ୍ତ୍ରୀ ପ୍ରଭୃତି ଙ୍କ ଇସ୍ତଫା ଦାବି କରିଥିଲେ, ଏଥିସହିତ ମୃତା ଛାତ୍ରୀଙ୍କୁ ଉପଯୁକ୍ତ ନ୍ୟାୟ ଓ କ୍ଷତିପୂରଣ ଦାବି କରିଥିଲେ। ବ୍ଲକ୍ ସଭାପତି ସୁବାସ ମହାପାତ୍ର ତାଙ୍କ ପ୍ରତିକ୍ରିୟାରେ କହିଥିଲେ ଯେ ରାଜ୍ୟରେ ମୋହନ ମାଝିଙ୍କ ସରକାର ଏକ ଅପାରଗ ସରକାର ଓ ଏହି ସରକାର ଅମଳରେ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପୁର୍ଣ୍ଣ ବିଗିଡି ଯିବା ସହ ଶାସନ ଏକପ୍ରକାର ସ୍ଥାଣୁ ହୋଇଯାଇଛି। ରାଜ୍ୟରେ ନାରୀ ନିର୍ଯ୍ୟାତନା, ହତ୍ୟା, ଲୁଟତରାଜ ପ୍ରଭୃତି ଆଶାତୀତ ଭାବରେ ବୃଦ୍ଧି ପାଇ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି ଓ ଜନସାଧାରଣ ନିଜକୁ ଆଉ ସୁରକ୍ଷିତ ମନେ କରୁନାହାଁନ୍ତି।

ଏହି ବନ୍ଦ ବେଳେ ସାକ୍ଷୀଗୋପାଳ ବଜାରରେ ଥିବା ସମସ୍ତ ବ୍ୟାଙ୍କ ଓ ବେସରକାରୀ ପ୍ରତିଷ୍ଠାନ ବନ୍ଦ ଥିବା ବେଳେ ସରକାରୀ କାର୍ଯ୍ୟାଳୟ ପ୍ରଭୃତିରେ ସତର୍କତା ସୂରୁପ ପଦକ୍ଷେପ ନିଆ ଯାଇଥିଲା।
ବନ୍ଦ ବେଳେ ଆନ୍ଦୋଳନକାରୀ ମାନେ ଶାନ୍ତିପୂର୍ଣ୍ଣ ଭାବରେ କରୁଥିଲେ ମଧ୍ୟ ସତ୍ୟବାଦୀ ଥାନା ଅଧିକାରୀ ବିଜୟ କେତନ ବେହେରା ତାଙ୍କ ସୁରକ୍ଷା ବଳ ସହିତ ଘଟଣାସ୍ଥଳରେ ଉପସ୍ଥିତ ରହି ଘଟଣା ଉପରେ କଡା ନଜର ରଖିଥିଲେ। ପ୍ରାୟ ଦିନ ଗୋଟାଏ ବେଳେ ଆନ୍ଦୋଳନକାରୀ ମାନେ ବନ୍ଦ ଡ଼ାକରା ପ୍ରତ୍ୟାହାର କରିବା ପରେ ଯାତାୟତ ସ୍ବାଭାବିକ ହୋଇଥିଲା।

Post Views: 493
Share210Tweet132Send
Voice of Victims

Voice of Victims

Recent Posts

  • ସିଭିଲ୍ ସର୍ଭିସେସ୍ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର, ବଦଳିଲା UPSC ନିୟମ
  • ରାଜସ୍ଥାନରେ ହନିମୁନ୍ ମର୍ଡର ୨.୦, ସ୍ବାମୀକୁ ମାରିବାକୁ ପତ୍ନୀ ରଚିଥିଲା ଭୟଙ୍କର ଷଡ଼ଯନ୍ତ୍ର
  • ୭ଟି ଜିଲ୍ଲାର ଇଂରାଜୀ ନାଁ ସଂଶୋଧନ କରିବେ ରାଜ୍ୟ ସରକାର, ରାଜସ୍ବ ବିଭାଗ ପକ୍ଷରୁ ପ୍ରକାଶ
  • ବଡ଼ ଦୁର୍ଘଟଣାରୁ ଟଳିଲା, ଚେନ୍ନାଇ ସେଣ୍ଟ୍ରାଲ ଏକ୍ସପ୍ରେସ୍ ଲାଇନଚ୍ୟୁତ
  • ଆଜିଠୁ ନକ୍ସଲମୁକ୍ତ ହେଲା କୋରାପୁଟ ଜିଲ୍ଲା, ଦକ୍ଷିଣପଶ୍ଚିମାଞ୍ଚଳ ଡିଆଇଜି କନୱର ବିଶାଳ ସିଂହଙ୍କ ସୂଚନା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In