• About Us
  • Contact Us
Sunday, August 9, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଓଡ଼ିଶା ହେବ ଦେଶର ସାଂସ୍କୃତିକ ରାଜଧାନୀ

by Voice of Victims
May 11, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ଓଡ଼ିଶା ହେବ ଦେଶର ସାଂସ୍କୃତିକ ରାଜଧାନୀ

ଭୁବନେଶ୍ୱର: ଆଧ୍ୟାତ୍ମିକ ଆକାଶରେ ହୋଇଛି ନୂଆ ସୂର୍ଯ୍ୟୋଦୟ। ଓଡ଼ିଶା ହେବ ଦେଶର ସାଂସ୍କୃତିକ ରାଜଧାନୀ। ସବୁ ମନ୍ଦିରର ହେବ ପୁନଃରୁଦ୍ଧାର। ସୋମନାଥ ମନ୍ଦିର ପୁନରୁଦ୍ଧାରର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଆଜି ଏକାମ୍ର କ୍ଷେତ୍ରସ୍ଥ ପ୍ରଭୁ ଲିଙ୍ଗରାଜଙ୍କ ପୀଠରେ ‘ସୋମନାଥ ସ୍ୱାଭିମାନ ପର୍ବ’ ଏକ ଆଧ୍ୟାତ୍ମିକ ପରିବେଶରେ ପାଳିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ସୋମନାଥଙ୍କ ଇତିହାସ ଆମକୁ ଶିଖାଏ ଧର୍ଯ୍ୟ ଏବଂ ଆତ୍ମସମ୍ମାନ। ସୋମନାଥ ଏବଂ ଲିଙ୍ଗରାଜ ମନ୍ଦିର ମଧ୍ୟରେ ସମାନତା ରହିଛି। ଉଭୟ ମନ୍ଦିର ଭାରତର ପ୍ରାଚୀନ ଆଧ୍ୟାତ୍ନିକ ଏବଂ ସ୍ଥାପତ୍ୟ ଐତିହ୍ୟକୁ ପ୍ରତିନିଧିତ୍ୱ କରନ୍ତି। ପ୍ରଭୁ ସୋମନାଙ୍କୁ ପଶ୍ଚିମ ଭାରତର ରକ୍ଷକ ଏବଂ ପ୍ରଭୁ ଲିଙ୍ଗରାଜ ପୂର୍ବର ଅଟଳ ଆଧ୍ୟାତ୍ମିକ ଶକ୍ତି ବୋଲି କୁହାଯାଏ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଭାରତୀୟ ସଂସ୍କୃତିର ପ୍ରତୀକ ଶ୍ରୀ ସୋମନାଥ ଜ୍ୟୋତିର୍ଲିଙ୍ଗଙ୍କ ୧୦୦୦ ବର୍ଷର ଗୌରବମୟ ଇତିହାସ ଏବଂ ମନ୍ଦିରର ପୁନରୁଦ୍ଧାରର ୭୫ତମ ବର୍ଷ ପୂର୍ତ୍ତି ଅବସରରେ ଆଜି ସାରା ଦେଶରେ ପାଳିତ ହେଉଛି “ସୋମନାଥ ସ୍ୱାଭିମାନ ପର୍ବ” । ଏହି ଐତିହାସିକ ଅବସର, ଭାରତୀୟ ସଭ୍ୟତାର ପୁନର୍ଜନ୍ମର କାହାଣୀ, ଗୌରବର ଗାଥା । ଯାହାକୁ ରକ୍ଷା କରିବା ପାଇଁ ହଜାର ହଜାର ସନାତନୀ ନିଜ ପ୍ରାଣ ବଳି ଉତ୍ସର୍ଗ କରିଛନ୍ତି। ଏହାକୁ ନଷ୍ଟ କରିବା ଲାଗି ବାରମ୍ବାର ଚେଷ୍ଟା ହୋଇଛି। ହେଲେ ସେହି ସନାତନୀଙ୍କ ପାଇଁ ଆଜି ତାହା ବଞ୍ଚିରହିଛି ।

ସଗର୍ବରେ ଆଜି ଵି ଠିଆ ହୋଇଛି ସୋମନାଥ ମନ୍ଦିର । ସେହିଭଳି ଆମ ସଂସ୍କୃତି, ପରମ୍ପରାକୁ ନେଇ ଆମକୁ ଆଗକୁ ବଢିବାକୁ ପଡ଼ିବ । ପ୍ରଭୁ ଲିଙ୍ଗରାଜଙ୍କ ଭୂମିରୁ ମୁଁ ପ୍ରଭୁ ସୋମନାଥଙ୍କୁ ପ୍ରଣାମ ଜଣାଉଛି । ସୋମନାଥ ମନ୍ଦିର ଆମର ଆତ୍ମସମ୍ମାନର ପ୍ରତୀକ । ଶାସ୍ତ୍ର କହେ ସୋମନାଥ ମନ୍ଦିର ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ପ୍ରଥମ । ଭାରତର ପୂର୍ବ ଭାଗରେ ଥିବା ଏକାମ୍ର କ୍ଷେତ୍ର ମଧ୍ୟ ଅନ୍ୟତମ । ପ୍ରଭୁ ଲିଙ୍ଗରାଜ ଏବଂ ପ୍ରଭୁ ସୋମନାଥଙ୍କ ମଧ୍ୟରେ ଗଭୀର ସମ୍ପର୍କ ରହିଛି । ଉଭୟ ସୋମନାଥ ଏବଂ ଲିଙ୍ଗରାଜ ମନ୍ଦିର ହେଉଛି ପ୍ରାଚୀନ ସଂସ୍କୃତି ଓ କଳାର ପରିଚୟ ।

Post Views: 46
Share199Tweet125Send
Voice of Victims

Voice of Victims

Recent Posts

  • ଭୁବନେଶ୍ବରରେ ତ୍ରିରଙ୍ଗା ପଦଯାତ୍ରା, ସାମିଲ ହେଲେ ମୁଖ୍ୟମନ୍ତ୍ରୀ
  • ଖୋଲିଲା ହୀରାକୁଦର ଆଉ ୪ ଗେଟ୍, ୧୨ଟି ଗେଟ୍ ଦେଇ ଚାଲିଛି ବନ୍ୟାଜଳ ନିଷ୍କାସନ
  • ଯୁବକଙ୍କୁ ଧକ୍କା ଦେଲା କଶ୍ମୀର ଉପମୁଖ୍ୟମନ୍ତ୍ରୀଙ୍କ କାରକେଡ୍, ଯୁବକଙ୍କ ମୃତ୍ୟୁ
  • ଫୁକେଟ୍-ଦିଲ୍ଲୀ ବିମାନରେ ଭୟଙ୍କର ଟର୍ବୁଲାନ୍ସ ଘଟଣା, ପାଇଲଟଙ୍କ ଡୋପ୍ ଟେଷ୍ଟ ପଜେଟିଭ୍
  • ମୋଦିଙ୍କୁ ଫୋନ୍ କଲେ ଜେଡି ଭାନ୍ସ, ଆହୁରି ମଜଭୁତ ହେବ ଭାରତ-ଆମେରିକା ସମ୍ପର୍କ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In