ପୁରୀ (ଭିଓଭି): ପ୍ରତିବର୍ଷ ପରି ଚଳିତ ବର୍ଷ ରଥଯାତ୍ରାରେ ପୁରୀର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ଆଞ୍ଚଳିକ ସେବାସଂଘ’ ତରଫରୁ ପୁରୀ ବଡଦାଣ୍ଡରେ ବଡଶଂଖ ଠାରେ ଭକ୍ତ ମାନଙ୍କୁ ମାଗଣା ଖାଦ୍ୟ ଏବଂ ପାନୀୟ ଜଳ ବଣ୍ଟନ କରାଯାଇ ସେବା ଯୋଗାଇ ଦିଆଯିବା ସହିତ ପ୍ରବଳ ଖରା ଗରମ ଏବଂ ଗୁଳୁ ଗୁଳିରୁ ରକ୍ଷା ପାଇବା ପାଇଁ ଭକ୍ତ ମାନଙ୍କ ଉପରେ ଥଣ୍ଡା ଜଳ ସିଞ୍ଚନ କରାଯାଇ ଅଛି । ଅନୁଷ୍ଠାନର ସଭ୍ୟମାନେ ଗତକାଲିଠାରୁ ପ୍ରସ୍ତୁତି ଆରମ୍ଭ କରି ସକାଳୁ ସକାଳୁ ବଡ଼ଦାଣ୍ଡରେ ପହଁଚି ଭକ୍ତମାନଙ୍କ ସେବାରେ ଲାଗି ପଡିଥିଲେ । ପ୍ରାୟ ୧୦୦୦ ଲୋକଙ୍କ ପାଇଁ ସୁଜି ହାଲୁଆ ଏବଂ ୨୦୦୦ ପାଣି ବୋତଲ ବଣ୍ଟନ କରାଯାଇଥିଲା । ୨୦ଟି ସ୍ପ୍ରେୟର ମେସିନ୍ ସହାୟତାରେ ଭକ୍ତ ମାନଙ୍କ ଉପରେ ଜଳ ସିଞ୍ଚନ କରାଯାଇଥିଲା । ଏହି ସେବା କାର୍ଯ୍ୟ ଦୀର୍ଘ ୫ ବର୍ଷ ହେଲାଣି ଆମ୍ଭ ଅନୁଷ୍ଠାନ ତରଫରୁ କରାଯାଉଅଛି ଏବଂ ଆଗକୁ ଏହା ଜାରି ରହିବ । ଏପରି ସେବା କାର୍ଯ୍ୟ କରି ଆମେ ଅତ୍ୟନ୍ତ ଆନନ୍ଦ ଅନୁଭବ କରୁଛୁ ବୋଲି ସଂଗଠନର ସଂପାଦକ ଗୌତମ ଜେନା ପ୍ରକାଶ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଲିଙ୍ଗରାଜ ସାହୁ, ରଙ୍ଗବଲ୍ଲବ ସ୍ୱାଇଁ, କମଳାକାନ୍ତ ସାହୁ, ସୁବାସ ଚନ୍ଦ୍ର ଜେନା ପ୍ରମୁଖ ସହଯୋଗ କରିଥିଲେ ଏବଂ ସଂଗଠନର ସଂପାଦକ ଗୌତମ ଜେନା, ସଭାପତି ଅକ୍ଷୟ କୁମାର ପ୍ରଧାନ, ଚେୟାରମ୍ୟାନ୍ ବିଜୟ କୁମାର ଜେନା ଏବଂ ଉପଦେଷ୍ଟା ରମେଶ ଚନ୍ଦ୍ର ପ୍ରଧାନ ପରିଚାଳନା କରିଥିଲେ ।

