ସତ୍ୟବାଦୀ (ଭିଓଭି): ସାରଙ୍ଗ ଯୋଡ଼ି ଠାରୁ ସୁଆଣ୍ଡୋ ବ୍ରିଜ ପର୍ଯ୍ୟନ୍ତ ରାସ୍ତା ମରଣଯନ୍ତାରେ ପରିଣତ ହୋଇ ପଡ଼ିଛି। ଦୈନିକ ହଜାର ହଜାର ଲୋକ, ଗାଡ଼ି ମୋଟର ଯାତାୟାତ କରୁଥିବା ଏହି ନଦୀବନ୍ଧ ରାସ୍ତା ମରାମତି ଅଭାବରୁ ଏବେ ବିପଦ ସଙ୍କୁଳ ଅବସ୍ଥାରେ ରହିଛି। ପ୍ରତ୍ୟେକ ଦିନ ଛୋଟ ବଡ଼ ଦୁର୍ଘଟଣା ଘଟୁଥିବା ଏହି ରାସ୍ତା ଯଥାଶୀଘ୍ର ମରାମତି କରି ସ୍ଥିତି ସ୍ବାଭାବିକ କରିବାକୁ ସ୍ଥାନୀୟ ବାସିନ୍ଦାମାନେ ଦାବି କରିଛନ୍ତି।

