• About Us
  • Contact Us
Thursday, May 7, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ପୁଣି ପୁରୀ ଶ୍ରୀମନ୍ଦିର ଉପରେ ଉଡିଲା ଚିଲ, ଯାହାକୁ ଅଶୁଭ ସଙ୍କେତ ବୋଲି କହୁଛନ୍ତି ଶ୍ରଦ୍ଧାଳୁ

by Voice of Victims
March 14, 2026
in ଆଞ୍ଚଳିକ ଖବର, ଆଧ୍ୟାତ୍ମିକ, ମୁଖ୍ୟ ଖବର
ପୁଣି ପୁରୀ ଶ୍ରୀମନ୍ଦିର ଉପରେ ଉଡିଲା ଚିଲ, ଯାହାକୁ ଅଶୁଭ ସଙ୍କେତ ବୋଲି କହୁଛନ୍ତି ଶ୍ରଦ୍ଧାଳୁ

ପୁରୀ: ପୁଣି ପୁରୀ ଶ୍ରୀମନ୍ଦିର ଉପରେ ଉଡିଲା ଚିଲ । ଗତକାଲି ହଠାତ ନୀଳଚକ୍ର ଉପରେ ଶତାଧିକ ଚିଲ ଉଡୁଥିବା ଦେଖିବାକୁ ମିଳିଛି । ଯାହାକୁ ଅଶୁଭ ସଙ୍କେତ ବୋଲି କହୁଛନ୍ତି ଶ୍ରଦ୍ଧାଳୁ । ଏବେ ମଧ୍ୟପ୍ରାଚ୍ୟରେ ଘମାଘୋଟ ଯୁଦ୍ଧ ଚାଲିଥିବା ବେଳେ, କେହି କେହି ଏହାକୁ ପୃଥିବୀ ପ୍ରତି ମହାବିପତ୍ତି ଆସିବାକୁ ଯାଉଥିବା କହିଛନ୍ତି । ପୂର୍ବରୁ ମଧ୍ୟ ପତିତପାବନ ବାନା ଉପରେ ଚିଲ ବସିଥିଲା ।

ସେହିପରି ନୀଳଚକ୍ରରେ ସଂଯୋଗ ହୋଇଥିବା ମାନସିକ ବାନା ଛିଣ୍ଡିଯାଇଥିଲା । ବାରମ୍ବାର ଏଭଳି ଘଟଣା ଶ୍ରୀମନ୍ଦିର ଉପରେ ଘଟୁଥିବାରୁ ନାନା ଆଶଙ୍କା ଲାଗି ରହିଛି। ଶ୍ରୀମନ୍ଦିର ନୀଳଚକ୍ର ଉପରେ ଆଗରୁ ମଧ୍ୟ ଚିଲ ଉଡିବାର ନଜିର୍ ରହିଛି, ମାତ୍ର ଏତେ ସଂଖ୍ୟାରେ ଚିଲ ଉଡୁଥିବା ପ୍ରଥମଥର ପାଇଁ ଦେଖାଯାଇଛି । ତେଣୁ କେହିକେହି ଏହା ଅଶୁଭର ସଙ୍କେତ ବୋଲି ବିବେଚନା କରୁଥିବା ବେଳେ କେହିକେହି ଏହାକୁ ଚିରାଚରିତ ଘଟଣା ବୋଲି କହୁଛନ୍ତି ।

ସେହିପରି ବହୁତ ଦିନ ଆଗରୁ ମଧ୍ୟ ଏପରି ଘଟଣା ସାମ୍ନାକୁ ଆସିଥିଲା ଯେଉଁଥିରେ, ପୁରୀ ଶ୍ରୀମନ୍ଦିର ନୀଳଚକ୍ର ଉପରେ ଚିଲ ଉଡିଥିଲା । ସକାଳେ ଏକ ଚିଲ ନୀଳଚକ୍ର ଉପରେ ଉଡୁଥିବା ପତିତପାବନ ବାନା ଉପରେ ବସିଥିବା ଦେଖିବାକୁ ମିଳିଥିଲା । ପୂର୍ବରୁ ବିଭିନ୍ନ ସମୟରେ ଶ୍ରୀମନ୍ଦିର ନୀଳଚକ୍ର ଉପରେ ଚିଲ ବସିଥିବା ଦେଖିବାକୁ ମିଳିଥିଲା । କେତେକ ଏହାକୁ ଶୁଭ ସଙ୍କେତ ଓ କେତେକ ଏହାକୁ ଅଶୁଭ ବୋଲି ମାନିଥାନ୍ତି । ଚିଲ ବସିବା ଦ୍ୱାରା ଶ୍ରୀମନ୍ଦିରର ନୀତି କାନ୍ତି ପ୍ରଭାବିତ ହୋଇନାହିଁ । କିଛି ସମୟ ବସିବା ପରେ ଚିଲଟି ଉଡିଯାଇଥିଲା ।

Post Views: 34
Share2Tweet1Send
Voice of Victims

Voice of Victims

Recent Posts

  • ବେଙ୍ଗଲରେ ପରାଜୟ ପରେ ମମତାଙ୍କୁ ଭେଟିଲେ ଅଖିଳେଶ, ବଢାଇଲେ ମନୋବଳ
  • ବିଜେପି ସରକାର ଓଡ଼ିଶା ପାଇଁ ବଡ଼ ବୋଝ କହିଲେ ନବୀନ
  • ଶେଷ ହେଲା ତାମିଲନାଡୁ ସସ୍ପେନ୍ସ!: ‘ବିଜୟ’ ସରକାର ପାଇଁ ସବୁଜ ସଙ୍କେତ ଦେଲେ ରାଜ୍ୟପାଳ
  • ନାବାଳକଙ୍କୁ ଥାନାରେ ଅଟକ ମାମଲାରେ ଭଦ୍ରକ ଏସ୍‌ପିଙ୍କୁ ହାଜର ନିର୍ଦେଶ ଦେଲେ ହାଇ କୋର୍ଟ
  • ଆଜିବି ବର୍ଷିବ, ପୂରା ଓଡ଼ିଶାକୁ ଜାରି ହୋଇଛି ୟେଲୋ ଆଲର୍ଟ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In