ନୟାଗଡ଼ (ଭିଓଭି): ମୋଦୀ ସରକାରଙ୍କ ଜନ ବିରୋଧୀ କେନ୍ଦ୍ର ବଜେଟ ୨୦୨୫ -୨୬ ର ପ୍ରତିପାଦରେ କେନ୍ଦ୍ରୀୟ ଟ୍ରେଡ଼ ୟୁନିଅନ ର ମିଳିତ ମଞ୍ଚ ଓ ସଂଯୁକ୍ତ କିଷାନ ମୋର୍ଚ୍ଚା ଡାକରାରେ ଆଜି ଦେଶ ତମାମ ପ୍ରତିବାଦ ପରିପ୍ରେକ୍ଷୀ ରେ ସିଆଇଟିୟୁ ଓ କୃଷକ ସଭା ତରଫରୁ ଏକ ଶୋଭାଯାତ୍ରା ନୟାଗଡ଼ ପୂର୍ତ୍ତ ବିଭାଗ ବଙ୍ଗଳା ଠାରୁ ବାହାରି ବଜାର ପରିକ୍ରମା ପରେ ପୁରୁଣା ବସଷ୍ଟାଣ୍ଡଠାରେ ପ୍ରତିବାଦ କରାଯାଇଥିଲା। ସାଥୀ ବିଶ୍ଵନାଥ ମହାପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ପ୍ରତିବାଦ ସଭାରେ ବକ୍ତା ମାନେ ବିଜେପି ନେତୃତାଧୀନ ଏନଡିଏ ତୃତୀୟ ପାଳିର ମୋଦୀ ସରକାର ଗତ ଫେବ୍ରୁୟାରୀ ୧ ତାରିଖରେ ଉପସ୍ଥାପନ କରିଥିବା ଶ୍ରମିକ ଓ କୃଷକ ସ୍ଵାର୍ଥ ବିରୋଧୀ ୨୦୨୫ -୨୬ କେନ୍ଦ୍ରୀୟ ବଜେଟକୁ ଦୃଢ଼ ବିରୋଧ ସହ ନିନ୍ଦା କରିଥିଲେ। ମୋଦୀ ସରକାର ଉଦାର ଅର୍ଥନୀତିକୁ ଆଦାନୀ ଆମ୍ବାନୀ ଭଳି ବୃହତ ପୁଞ୍ଜିପତିଙ୍କ ପାଇଁ କ୍ଷିପ୍ର ଗତିରେ ଅଧିକ ଲାଭ ଦେଉ ଥିଲା ବେଳେ ଗରୀବ, ଚାଷୀ,ଖାଉଟି , ଶ୍ରମିକ, ଯୁବକ , ଛାତ୍ର ଓ ମହିଳା ସ୍ଵାର୍ଥ ବିରୋଧୀ ବୋଲି ଆନ୍ଦୋଳନ ତରଫରୁ ଅଭିଯୋଗ କରାଯାଇଥିଲା। ସରକାର ଚାଷୀଙ୍କ ଫସଲର ସର୍ବନିମ୍ନ ସହାୟକ ମୂଲ୍ଯ, ଠିକା ଶ୍ରମିକଙ୍କୁ ସ୍ଥାୟୀକରଣ ଓ ସର୍ବନିମ୍ନ ଦରମା,ଯୁବକଙ୍କୁ ନିଯୁକ୍ତି ଓ ଆକାଶ ଛୁଆଁ ଦରବୃଦ୍ଧି ନିୟନ୍ତ୍ରଣ ଭଳି ମୌଳିକ ଦାବିଗୁଡିକୁ କାର୍ଯ୍ୟକାରୀ ନ କରି ମୋଦୀ ସରକାରର ସାମ୍ପ୍ରଦାୟିକ ବିଦ୍ୱେଷ,ଭାଇଚାରା ବିଚ୍ଛିନ୍ନ ପାଇଁ ଏକ ଦେଶ ଏକ ନିର୍ବାଚନ ଓ ମସଜିଦ ତଳେ ମନ୍ଦିର ଥିବା ଭଳି ଅଯଥା ବାଦାନୁବାଦ କଥା କହି ସମାଜରେ ବିବାଦ ସୃଷ୍ଟି କରୁଛନ୍ତି।ମୋଦୀ ସରକାର ଏ ବଜେଟରେ କର୍ପୋରେଟ ସପକ୍ଷରେ ଅଧିକ ଅର୍ଥ ବରାଦ କରି ଗରୀବ ଓ ମଧ୍ୟବିତ୍ତଙ୍କୁ ନିରାଶ କରିଥିବାରୁ ସଙ୍ଗଠନ ତରଫରୁ ଏହାକୁ ପ୍ରତ୍ୟାଖ୍ୟାନ କରିବା ସହ ସର୍ବସାଧାରଣରେ ଆନ୍ଦୋଳନକାରୀମାନେ ବଜେଟକୁ ପୋଡା ଜଳା କରିଥିଲେ।
ଏହି ପ୍ରତିବାଦ ସଭାରେ ସାଥୀ ବିଶ୍ବନାଥ ମହାପାତ୍ର, ଚାଷୀ ନେତା ହରିଶ୍ଚନ୍ଦ୍ର ମିଶ୍ର, ଶ୍ରମିକ ନେତା ସୁରେଶ ସ୍ଵାଇଁ, କ୍ଷେତ ମୁଲିଆ ନେତା ନିତ୍ୟାନନ୍ଦ ପରିଡା, ସରୋଜ ନାୟକ, ଚାପ ଧାରୀ ରାଉତ, ପବିତ୍ର ଇନ୍ଦ୍ରଜିତ, ମହିଳା ନେତ୍ରୀ ଜ୍ୟୋତିପ୍ରଭା ଜେନା ଓ ରଂଜୁଲତା ମହାପାତ୍ର ପ୍ରମୁଖ ବକ୍ତବ୍ୟ ଦେଇଥିଲେ।
