ଭୁବନେଶ୍ବର (ଭିଓଭି) : ଓଡ଼ିଆ ସାମ୍ବାଦିକତା ଦିବସ ଓ ବନ୍ଧୁତା ଦିବସ ଅବସରରେ ଆଜି ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟର ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗ ବିଜେବି କଲେଜ ଷ୍ଟଡି ସେଣ୍ଟର ୨୦୨୦ ବ୍ୟାଚ ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ ଅନୁଷ୍ଠିତ ହୋଇଯାଇଛି। ଉପସ୍ଥିତ ପୁରାତନ ଛାତ୍ରଛାତ୍ରୀମାନେ ସାମ୍ବାଦିକତାର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ବରିଷ୍ଠ ସଦସ୍ୟ ରଘୁନାଥ ଧଳସାମନ୍ତଙ୍କ କବିତା ସଙ୍କଳନ ‘ ପ୍ରେମାସ୍ପଦା ‘ ଉନ୍ମୋଚିତ ହୋଇଥିଲା।ଶ୍ରୀ ଧଳସାମନ୍ତ ଏହି ପୁସ୍ତକର ଏକ କବିତା ପାଠ କରିଥିଲେ। ଅନ୍ୟତମ ସଦସ୍ୟ କମଳ କୁମାର ଧଳ ନିକଟରେ ପିଏଚଡି ଉପାଧି ହାସଲ କରିଥିବାରୁ ତାଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।

