• About Us
  • Contact Us
Saturday, March 28, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଓଡ଼ିଶାକୁ ଶିଳ୍ପସମୃଦ୍ଧ କରିବା ଆମର ସଂକଳ୍ପ: ମୁଖ୍ୟମନ୍ତ୍ରୀ

by Voice of Victims
October 18, 2024
in ଦେଶ ବିଦେଶ, ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ଓଡ଼ିଶାକୁ ଶିଳ୍ପସମୃଦ୍ଧ କରିବା ଆମର ସଂକଳ୍ପ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର :ଓଡ଼ିଶାକୁ ଶିଳ୍ପସମୃଦ୍ଧ କରିବା ହିଁ ଆମର ସଂକଳ୍ପ। ୨୦୩୦ ସୁଦ୍ଧା ଓଡ଼ିଶାକୁ ୫୦ ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ କରିବାକୁ ଲକ୍ଷ୍ୟରେ ଆମେ ନୂଆ ଓଡ଼ିଶାରେ ପୁଞ୍ଜିନିବେଶ କରିବାକୁ ବିଶ୍ୱକୁ ଆମନ୍ତ୍ରଣ କରୁଛୁ। ପ୍ଲାଷ୍ଟିକ, ଫୁଡ୍ ପ୍ରୋସେସିଂ, ଗ୍ରୀନ୍ ଏନର୍ଜି, ଆଇଟି, କେମିକାଲ, ପେଟ୍ରୋ କେମିକାଲ କ୍ଷେତ୍ରରେ ପୁଞ୍ଜିନିବେଶକୁ ପ୍ରାଥମିକତା ଦିଆଯାଇଛି। ବେଦାନ୍ତ, ଗ୍ରାସିମ,ବର୍ଜର, ସାଲିମାର, ସୁପ୍ରିମ୍‌, ଆର୍ଶିବାଦ, ଶ୍ରୀଚକ୍ର ଓ ସିଣ୍ଟେକ୍ସ ଭଳି କମ୍ପାନୀମାନେ ପୁଞ୍ଜି ନିବେଶ କରିବେ ସମ୍ମତି ଜଣାଛନ୍ତି। ବେଦାନ୍ତ ଆଉ ଏକ ଲକ୍ଷ ଟଙ୍କା ବିନିଯୋଗ କରିବ ବୋଲି ଘୋଷଣା କରିଛନ୍ତି। ଓଡ଼ିଶା ଏକ ଶିଳ୍ପ ହବ୍‌ରେ ପରିଣତ ହେବ। ତେଣୁ ୨୦୪୭ ସୁଦ୍ଧା ପ୍ରଧାନମନ୍ତ୍ରୀଙ୍କ ବିକଶିତ ଭାରତ ପରିକଳ୍ପନା ଓ ପୂର୍ବୋଦ୍ୱୟ ସ୍ୱପ୍ନ ପ୍ରତି ଓଡ଼ିଶାର ନୂତନ ଡବଲ ଇଞ୍ଜିନ ସରକାର ପ୍ରତିଶ୍ରୁତିବଦ୍ଧ। ଏଭଳି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଶୁକ୍ରବାର ମୁମ୍ବାଇରେ ନିବେଶକ ସମ୍ମିଳନୀ ପାଇଁ ଅୟୋଜିତ ରୋଡ୍ ସୋ’ରେ ଅଂଶଗ୍ରହଣ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆସନ୍ତା ବର୍ଷ ଜାନୁଆରୀ ୨୮ ୨୮ ଓ ୨୯ରେ ଉତ୍କର୍ଷ ଓଡ଼ିଶା : ମେକ୍ ଇନ୍ ଓଡ଼ିଶା ୨୦୨୫ କନକ୍ଲେଭ୍ ପାଇଁ ଦିନଧାର୍ଯ୍ୟ କରାଯାଇଛି। ଓଡ଼ିଶାରେ ପୁଞ୍ଜି ଲଗାଣ ତଥା ଶିଳ୍ପ ପ୍ରତିଷ୍ଠା ନେଇଥିବା ସକାରାତ୍ମକ ଇକୋ-ସିଷ୍ଟମ ସଂପର୍କରେ ନିବେଶକାରୀଙ୍କୁ ଅବଗତ କରାଯାଇଛି। ଓଡ଼ିଶାକୁ ବଡ଼ ସଂଖ୍ୟାରେ ପୁଞ୍ଜିନିବେଶକାରୀଙ୍କୁ ଆକୃଷ୍ଟ କରିବା ହିଁ ଉଦ୍ୟମ ସଫଳ ହେବାକୁ ଯାଉଛି। ଏହି ଗସ୍ତ କାଳରେ ପୁଞ୍ଜିନିବେଶକାରୀଙ୍କ ସମ୍ମିଳନୀରେ ବିଭିନ୍ନ ପୁଞ୍ଜିନିବେଶକାରୀଙ୍କ ସହ ୱାନ୍ ଟୁ ୱାନ୍ ଆଲୋଚନା କରାଯାଇଛି। ଆମେ ଜାନୁଆରୀ ୨୦୨୫ରେ ମେକ୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମ ଉତ୍କର୍ଷ ଓଡ଼ିଶା ଆୟୋଜନ କରୁଛୁ ଏବଂ ଆଜି ପ୍ରି-ଇଭେଣ୍ଟ ରୋଡ୍ ସୋ’ ସମୟରେ ଆମେ ବେଦାନ୍ତ ଅଧ୍ୟକ୍ଷ ଅନୀଲ ଅଗ୍ରୱାଲଙ୍କ ସହ ଫଳପ୍ରଦ ଆଲୋଚନା କରିଛୁ ଯିଏ କି ଆମର ନୂତନ ସୁଦୃଢ଼ ନୀତି ଢାଞ୍ଚାରେ ପ୍ରଭାବିତ ହୋଇଛନ୍ତି। ଏହି ଅବସରରେ ବେଦାନ୍ତ ଲିମିଟେଡ୍ ୧ ଲକ୍ଷ କୋଟି ଟଙ୍କାର ନୂଆ ପୁଞ୍ଜିନିବେଶ ଘୋଷଣା କରିବା ସହ ଅକ୍ଷୟ ଶକ୍ତି ଦ୍ୱାରା ପରିଚାଳିତ ସବୁଜ ଆଲୁମିନିୟମ ଉତ୍ପାଦନ ଉପରେ ଗୁରୁତ୍ୱ ଦେଇ ବାର୍ଷିକ ୬ ନିୟୁତ ଟନ୍ ଆଲୁମିନିୟମ ରିଫାଇନାରୀ ଓ ୩ ମିଲିୟନ ଟନ୍ କ୍ଷମତା ବିଶିଷ୍ଟ ଆଲୁମିନିୟମ କାରଖାନା ପ୍ରତିଷ୍ଠା ଦିଗରେ ପୁଞ୍ଜିନିବେଶ କରିବ। ଅଟୋ, ଶକ୍ତି, ର୍ନିମାଣ ଏବଂ ରେଲୱେ ଭଳି ଶତାଧିକ କ୍ଷେତ୍ରରେ ବ୍ୟବହୃତ ହେଉଥିବା ଆଲୁମିନିୟମର ଅଧିକ ପ୍ରୟୋଗ ହେଉଥିବାରୁ ଆନୁଷଙ୍ଗିକ ଶିଳ୍ପ ପାଇଁ ଏକ ବିଶାଳ ଶିଳ୍ପ କମ୍ପେ୍ଲକ୍ସ ସୃଷ୍ଟି କରିବ। ଏଥିପାଇଁ ବେଦାନ୍ତ କମ୍ପାନୀକୁ ଧନ୍ୟବାଦାହଃ। ଏହିଭଳି ବହୁ ନାମୀଦାମୀ କମ୍ପାନୀ ଓଡ଼ିଶାରେ ପୁଞ୍ଜିନିବେଶ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି।
ଶିଳ୍ପ ମନ୍ତ୍ରୀ ସଂପଦ ସ୍ୱାଇଁ କହିଛନ୍ତି ଯେ, ପୁଞ୍ଜି ନିବେଶ ପାଇଁ ଓଡ଼ିଶା ଏକ ପ୍ରକୃଷ୍ଟ ସ୍ଥାନ। ନିବେଶକ ସମ୍ମିଳନୀରେ ବହୁ ନାମିଦାମୀ କମ୍ପାନୀ ଯୋଗଦେଇଛନ୍ତି। ଏନେଇ ‘ରୋଡ୍ ସୋ’ ବି ହୋଇଛି। ଫଳରେ ଓଡ଼ିଶାର ବିଶ୍ୱସ୍ତରୀୟ ଉପସ୍ଥିତି ଜାହୀର ହୋଇଛି। ବେଦାନ୍ତ ଅଧ୍ୟକ୍ଷ ଅନୀଲ ଅଗ୍ରୱାଲ କହିଛନ୍ତି ଯେ, କେବଳ ଓଡ଼ିଶାର ବିକାଶରେ ବେଦାନ୍ତର ଏକ ପ୍ରମୁଖ ଅଂଶୀଦାର ଭାବରେ ସ୍ଥିତିକୁ ଦୋହରାଇନାହିଁ, ବରଂ ଆଲୁମିନିୟମ ଓ ଶିଳ୍ପ ଉଦ୍ଭାବନ ପାଇଁ ଏକ ବିଶ୍ୱ ସ୍ତରୀୟ କେନ୍ଦ୍ରରେ ପରିଣତ ହେବାର ରାଜ୍ୟର ସମ୍ଭାବନାକୁ ସୁଦୃଢ଼ କରିଛି। ବେଦାନ୍ତର ଅଭିବୃଦ୍ଧିରେ ଓଡ଼ିଶା ସବୁବେଳେ ଗୁରୁôବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଆମର ପୁଞ୍ଜିନିବେଶ ରାଜ୍ୟର ସାମଗ୍ରିକ ଅଭିବୃଦ୍ଧି ଏବଂ ବୃହତ ଶିଳ୍ପାୟନ ପ୍ରତି ଆମର ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ। ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଆମେ ରାଜ୍ୟର ଅର୍ଥନୈତିକ ପ୍ରଗତିରେ ଯୋଗଦାନ ଜାରି ରଖିବୁ। ଓଡ଼ିଶାରେ ଏହା ହେଉଛି ସର୍ବବୃହତ୍ ପୁଞ୍ଜିନିବେଶ ଯାହା ୧୦୦୦ ଏମ୍‌ଏସ୍‌ଏମ୍‌ଇ ପାଇଁ ସୁଯୋଗ ସୃଷ୍ଟି ସହିତ ୨ ଲକ୍ଷ ନିଯୁକ୍ତି ସୃଷ୍ଟି କରିବ। ଆଲୁମିନିୟମ ଭବିଷ୍ୟତର ଭିତ୍ତିଭୂମି ହୋଇଥିବାରୁ ୨୦୩୦ ସୁଦ୍ଧା ଆଲୁମିନିୟମ୍‌ର ଚାହିଦା ସମାନ ଭାବରେ ବୃଦ୍ଧି ପାଇବ। ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ସ୍ୱାଗତ ଭାଷଣ ଦେଇ କହିଛନ୍ତି ଯେ, ଓଡ଼ିଶାକୁ ଶିଳ୍ପର ହବ୍ କରିବାକୁ ମୁଖ୍ୟମନ୍ତ୍ରୀ ଯେଉଁ ସ୍ୱପ୍ନ ଦେଖିଛନ୍ତି, ତାହା ନିଶ୍ଚିତ ଭାବରେ ବାସ୍ତବ ରୂପ ନେବ। ଅନ୍ୟପକ୍ଷରେ ଶିଳ୍ପ ସଚିବ ହେମନ୍ତ ଶର୍ମା ମେକ୍ ଇନ ଓଡ଼ିଶା-୨୦୨୫ ଉପରେ ଏକ ରିପୋର୍ଟ ପ୍ରଦାନ କରିବା ସହ ରାଜ୍ୟ ସରକାର ଏବେ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ(ଏମ୍‌ଏସ୍‌ଏମଇ) ଉପରେ ଗୁରୁତ୍ୱ ଦେଇଛନ୍ତି ବୋଲି ପ୍ରକାଶ କରିଛନ୍ତି। ଉଲ୍ଲେଖନୀୟ ଯେ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୂର୍ବରୁ ଏକ ଘରୋଇ ହୋଟେଲରେ ଦୁଇ ଉପମୁଖ୍ୟମନ୍ତ୍ରୀ କେଭି ସିଂଓଦେଓ ଓ ପ୍ରଭାତୀ ପରିଡ଼ାଙ୍କ ଉପସ୍ଥିତିରେ ‘ଉତ୍କର୍ଷ ଓଡ଼ିଶା : ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭ -୨୦୨୫’ ପାଇଁ ‘ଲୋଗୋ’ ଉନ୍ମୋଚନ କରିଥିଲେ। ଏହି ଅବସରରେ ଶିଳ୍ପ ମନ୍ତ୍ରୀ ସଂପଦ ସ୍ୱାଇଁ, ଏମ୍‌ଏସ୍‌ଏମଇ ମନ୍ତ୍ରୀ ଗୋକାଳାନ୍ଦ ମଲ୍ଲିକ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଶିଳ୍ପମନ୍ତ୍ରୀ ହେମନ୍ତ ଶର୍ମା ବି ଉପସ୍ଥିତ ଥିଲେ। 

Post Views: 103
Share208Tweet130Send
Voice of Victims

Voice of Victims

Recent Posts

  • କରୋନା ଭୂତାଣୁର ଏକ ନୂଆ ରୂପ, ୨୩ଟି ଦେଶକୁ ମାଡ଼ିଗଲାଣି ‘ସିକାଡ଼ା’
  • ଲଦାଖରେ ବଡ ଧରଣର ହିମସ୍ଖଳନ, ୭ ମୃତ ଓ ୫ ଗୁରୁତର ଆହତ
  • ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ସ୍ଥଳସେନା ମୁଖ୍ୟ, ଶ୍ରୀଜିଉଙ୍କୁ କଲେ ଦର୍ଶନ
  • ବାରିପଦାରେ କାଳବୈଶାଖୀ ତାଣ୍ଡବ, ୨ ମୃତ ଓ ୩ ଆହତ
  • ପତଞ୍ଜଳି ପକ୍ଷରୁ ରାମନବମୀ ଓ ସନ୍ୟାସ ଦିକ୍ଷା ଦିବସ ପାଳନ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In