• About Us
  • Contact Us
Tuesday, March 24, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ପଦ୍ମ ଧରିଲେ ସମୀର

by Voice of Victims
May 19, 2024
in ମୁଖ୍ୟ ଖବର, ରାଜ୍ୟ
ପଦ୍ମ ଧରିଲେ ସମୀର

ଭୁବନେଶ୍ୱର: ଚର୍ଚ୍ଚାର ହେଲା ଅନ୍ତ । ଶେଷର ଶଙ୍ଖ ଛାଡ଼ି ପଦ୍ମ ଧରିଲେ ସମୀର । ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ସମୀର ଦାସ ବିଧିବଦ୍ଧଭାବେ ପଦ୍ମ ଶିବିରରେ ସାମିଲ ହୋଇଛନ୍ତି । ବିଜୟପାଲ ସିଂ ତୋମାର ଓ ମନମୋହନ ସାମଲଙ୍କ ଉପସ୍ଥିତିରେ ସମୀର ଦାସ ନିଜର ଶତାଧିକ ସମର୍ଥକଙ୍କ ସହ ବିଜେପିରେ ସାମିଲ ହୋଇଛନ୍ତି । ଟିକେଟ କଟିବାରୁ ଆଜି ସେ ବିଜେଡିରୁ ଇସ୍ତଫା ଦେଇଥିଲେ । ବିଜେପିରେ ସେ ମିଶିବା ପରେ ସେ କହିଛନ୍ତି ଯେ ମୋ ଉପରେ ବିଜେଡି ନେତାଙ୍କ ଭରସା ରହିଲାନି । ନେତୃତ୍ୱର ଭରସା ନରହିଲେ ଦଳରେ କାର୍ଯ୍ୟ କରିବା ସମ୍ଭବପର ନୁହେଁ । ତେବେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେପିରେ ମିଶିଲି ବୋଲି ସମୀର ଦାସ କହିଛନ୍ତି । ନିମାପଡ଼ା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସମୀର ରଞ୍ଜନ ଦାଶ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ର ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି। ଦଳ ଛାଡ଼ିଥିବା ନେଇ ଭିଡିଓ ବାର୍ତ୍ତା ମାଧ୍ୟମରେ ସୂଚନା ଦେଇଛନ୍ତି ସମୀର।  ଏଥିରେ ସେ ଦଳ ଛାଡ଼ିବାର କାରଣ ସଂପର୍କରେ କହିଛନ୍ତି। ସେ କହିଛନ୍ତି, ୨୦୦୬ ମସିହାରୁ ବିଜୁ ଜନତା ଦଳର ଜଣେ ଶୃଙ୍ଖଳିତ କାର୍ୟ୍ୟକର୍ତ୍ତା ଭାବରେ କାର୍ୟ୍ୟ କରିଆସୁଛି। ଆଜିର ଦିନରେ ରାଜ୍ୟ ବିଜୁ ଜନତା ଦଳର ନେତା ମୋ ଉପରେ ଆସ୍ଥା ହରାଇଛନ୍ତି। ନିମାପଡ଼ା, ଗୋପ ବିଜେଡି ସଂଗଠନ ଉପରେ ଆସ୍ଥା ହରାଇଛନ୍ତି। ନେତା ଯେହେତୁ ମୋ ଉପରେ ଆସ୍ଥା ହରାଇଛନ୍ତି, ତେଣୁ ଦଳରେ ରହିବା ମୋ ପାଇଁ ସମୀଚୀନ ହେଉ ନାହିଁ। ସୁତରାଂ ଦଳର ପ୍ରାଥମିକ ପଦରୁ ଆଜି ଇସ୍ତଫା ଦେଉଛି। ୨୦୦୯, ୨୦୧୪ ଓ ୨୦୧୯ରେ ବିଜେଡି ଟିକେଟରେ ନିମାପଡ଼ାରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ସମୀର। ଏଥର ଟିକେଟ କଟିବାରୁ ସେ ଅସନ୍ତୁଷ୍ଟ ଥିଲେ। ନିମାପଡ଼ାରେ ସେ ବାରମ୍ବାର ଶକ୍ତି ପ୍ରଦର୍ଶନ କରିଥିଲେ। ତଥାପି ଦଳ ତାଙ୍କୁ ଗୁରୁତ୍ୱ ଦେଇ ନଥିଲା। ଓଲଟି ଦଳ ସମୀର ଙ୍କୁ ପ୍ରାୟ ଦୁଇ ସପ୍ତାହ ତଳେ ଢେଙ୍କାନାଳ ସଂସଦୀୟ କ୍ଷେତ୍ର ପର୍ୟ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇ ନିମାପଡ଼ା ବିଧାନସଭା ଆସନ ପାଇଁ ଘୋଷିତ ଦଳୀୟ ଟିକେଟର ପୁନର୍ବିଚାର କରିବ ନାହିଁ ବୋଲି ସ୍ପଷ୍ଟ ସନ୍ଦେଶ ଦେଇଥିଲା। ବିଜେଡି ଏଥର ଦିଲ୍ଲୀପ ନାୟକଙ୍କୁ ନିମାପଡ଼ାରୁ ବିଧାୟକ ପ୍ରାର୍ଥୀ କରିଛି। 

Post Views: 54
Share198Tweet124Send
Voice of Victims

Voice of Victims

Recent Posts

  • ୩୪ ତମ ବିଶ୍ୱ ଜଳ ଦିବସ, ଦର୍ପନାରାୟଣପୁର ଶୁକୃ ବେହେରା ପାଣିପଞ୍ଚାୟତ ଅଧୀନରେ ରେ ଭାରତ ର ପ୍ରଥମ ସ୍ୱୟଂ ଚାଳିତ କେନାଲ ପ୍ରଣାଳୀ ଲୋକାର୍ପିତ
  • ଇରାନ ରାଜଧାନୀ ଉପରେ ଆମେରିକାର ଭୟଙ୍କର ବୋମା ! ବିଦ୍ୟୁତ ସେବା ଠପ୍, ଅନ୍ଧାରରେ ବୁଡ଼ିଲା ସାରା ସହର
  • ବିଜେଡିରୁ ୬ ନିଲମ୍ବିତ ସଦସ୍ୟଙ୍କ ସଭ୍ୟ ପଦ ରଦ୍ଦ ପାଇଁ ଆଜି ଦରଖାସ୍ତ ! ବାଚସ୍ପତିଙ୍କ ନିଷ୍ପତ୍ତି ଉପରେ ନିର୍ଭର
  • ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ଗ୍ୟାସ୍ ମହଜୁଦ ଅଛି, ଭୟଭୀତ ହୁଅନ୍ତୁ ନାହିଁ: ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
  • ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର, ବର୍ତ୍ତମାନ ୩ ଜିଲ୍ଲାରେ ସକ୍ରିୟ ଅଛନ୍ତି ୧୫ ମାଓବାଦୀ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In