• About Us
  • Contact Us
Friday, April 3, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ପାକିସ୍ତାନ ଜାଫର ଏକ୍ସପ୍ରେସରେ ବିସ୍ଫୋରଣ ପରେ ଲାଇନଚ୍ୟୁତ, ୪ଟି ବଗି ଓଲଟିଲା

by Voice of Victims
June 18, 2025
in ଦେଶ ବିଦେଶ, ମୁଖ୍ୟ ଖବର
ପାକିସ୍ତାନ ଜାଫର ଏକ୍ସପ୍ରେସରେ ବିସ୍ଫୋରଣ ପରେ ଲାଇନଚ୍ୟୁତ, ୪ଟି ବଗି ଓଲଟିଲା

ନୂଆଦିଲ୍ଲୀ: ପାକିସ୍ତାନରେ ବଡ଼ ଧରଣର ରେଳ ଦୁର୍ଘଟଣା । ପେଶାୱରରୁ କ୍ୱେଟା ଯାଉଥିବା ଜାଫର ଏକ୍ସପ୍ରେସ ବିସ୍ଫୋରଣ ପରେ ଲାଇନଚ୍ୟୁତ ହୋଇଛି । ଟ୍ରେନର ୪ଟି ବଗି ଲାଇନଚ୍ୟୁତ ହୋଇଛି । ଦୁର୍ଘଟଣା ପାକିସ୍ତାନର ଜାକୋବାବାଦ ନିକଟରେ ଘଟିଛି । ତେବେ ଘଟଣାରେ ଏପର୍ଯ୍ୟନ୍ତ କୌଣସି ମୃତାହତଙ୍କ ସୂଚନା ନାହିଁ ।

କ୍ୱେଟାରୁ ପେଶାୱର ଯାଉଥିବା ଜାଫର ଏକ୍ସପ୍ରେସ ରାସ୍ତାରେ ବିସ୍ଫୋରଣ ହୋଇଥିଲା। ଟ୍ରେନର ଗତି କମ୍ ଥିବା ବେଳେ ଏକାଧିକ ଥର ବିସ୍ଫୋରଣ କରିବାରୁ ଟ୍ରେନଟି ଲାଇନଚ୍ୟୁତ ହୋଇଥିଲା । ଟ୍ରେନରେ ଅନେକ ସାଧାରଣ ନାଗରିକ ଥିଲେ । ସ୍ଥାନୀୟ ପ୍ରଶାସନ ଏବଂ ଅଧିକାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି ।

ଘଟଣାରେ ସମସ୍ତ ଯାତ୍ରୀ ସୁରକ୍ଷିତ ରହିଛନ୍ତି । କେହି ମଧ୍ୟ ଗୁରୁତର ଆହତ ହୋଇନାହାନ୍ତି । ବିକଳ୍ପ ବ୍ୟବସ୍ଥା କରାଯାଇ ଯାତ୍ରୀଙ୍କୁ ନିଜ ନିଜ ଗନ୍ତବ୍ୟ ସ୍ଥଳକୁ ପଠାଯାଉଛି । ତେବେ କ’ଣ ପାଇଁ ବିସ୍ଫୋରଣ ହୋଇଛି, ତା’ର କାରଣ ଖୋଜାଚାଲିଛି ।

ତେବେ କିଛିଦିନ ପୂର୍ବରୁ ଜାଫର ଏକ୍ସପ୍ରେସକୁ ବଲୁଚିସ୍ତାନ ଆର୍ମି ଅପହରଣ କରି ନେଇଥିଲା । ବଲୁଚ୍ ଲିବରେସନ୍ ଆର୍ମି ଦ୍ୱାରା ପେଶାୱର ଯାଉଥିବା ଜାଫର ଏକ୍ସପ୍ରେସକୁ ଅପହରଣ କରାଯାଇଥିଲା । ଟ୍ରେନ ଅପହରଣରେ ୨୧୪ ଜଣ ଯାତ୍ରୀଙ୍କୁ ବନ୍ଧକ ରଖାଯାଇଥିଲା । ଟ୍ରେନରେ ବହୁ ସଂଖ୍ୟକ ପାକିସ୍ତାନୀ ସେନା ସୈନିକ ଥିଲେ ।

Post Views: 48
Share198Tweet124Send
Voice of Victims

Voice of Victims

Recent Posts

  • ଆର୍ଜେଣ୍ଟିନା ଟିମ୍ ଏବଂ ମେସିଙ୍କ ଉପରେ ଆସିଲା ଅଭିଯୋଗ, ୨୫୦ କୋଟି ଟଙ୍କା ନେଇ ମଧ୍ୟ କେରଳ ଆସିଲେନି
  • ଆଜିଠୁ ସବୁ ସ୍କୁଲ ସକାଳୁଆ, ନିର୍ଦ୍ଦେଶ ଜାରି କଲେ ଗଣଶିକ୍ଷା ବିଭାଗ
  • ୧୨ ଦଫା ଦାବି ନେଇ ପୁରୀ ଜିଲ୍ଲାପାଳଙ୍କୁ ଘେରିଲେ ନିଖିଳ ଓଡ଼ିଶା ଅଙ୍ଗନୱାଡ଼ି କର୍ମୀ ସଂଘ
  • ଖରାକୁ ଦେଖି ରାଜ୍ୟ ସରକାରଙ୍କ ବଡ଼ ନିର୍ଦ୍ଦେଶ, ଆସନ୍ତା କାଲିଠାରୁ ରାଜ୍ୟରେ ସକାଳୁଆ ସ୍କୁଲ
  • ରଣପୁରରେ ଜନଗଣନା ତାଲିମ ଶିବିର ଶେଷ, ୧୯୮ ଜଣଙ୍କୁ ପ୍ରଶିକ୍ଷଣ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In