• About Us
  • Contact Us
Wednesday, February 4, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ, ଚାରି ଜିଲ୍ଲାରେ ଚାରି ନେତାଙ୍କୁ ନୂଆ ଦାୟିତ୍ବ ଦେଲେ ବିଜେଡି ସୁପ୍ରିମୋ

by Voice of Victims
February 4, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ବିଜେଡି ସଙ୍ଗଠନରେ ବଡ଼ ପରିବର୍ତ୍ତନ ; ହଟିଲା ସଙ୍ଗଠନ ସମ୍ପାଦକ ପଦ, ଉପ-ସଭାପତି ହେଲେ ବବି ଦାସ

ଭୁବନେଶ୍ୱର : ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ ।  ତା ପୂର୍ବରୁ ଚାରି ସାଙ୍ଗଠନିକ ଜିଲ୍ଲାରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଚାରି ଜଣ ନେତାଙ୍କୁ ନୂଆ ଦାୟିତ୍ବ ଦେଇଛନ୍ତି ।  ଭଦ୍ରକ ଜିଲ୍ଲା ବିଜେଡି ସଭାପତି ଭାବେ ବିଧାୟକ ବ୍ୟୋମକେଶ ରାୟଙ୍କୁ ନିଯୁକ୍ତି ଦେଇଛନ୍ତି ସୁପ୍ରିମୋ ।  ପୂର୍ବରୁ ଜଗନ୍ନାଥ ସ୍ବାଇଁ ଭଦ୍ରକ ଜିଲ୍ଲା ବିଜେଡି ସଭାପତି ଭାବେ ଦାୟିତ୍ବ ତୁଲାଉଥିଲେ ।  ତିନିଥରର ବିଧାୟକ ବ୍ୟୋମକେଶ ରାୟ । 

ଗତ ୨୦୨୪ ସାଧାରଣ ନିର୍ବାଚନରେ ଚାନ୍ଦବାଲିରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କୁ ନିର୍ବାଚନରେ ପରାସ୍ତ କରିଥିଲେ ।  ପୂର୍ବରୁ ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ଭାବେ ବିକ୍ରମ ପଣ୍ଡାଙ୍କୁ ଦାୟିତ୍ବ ମିଳିଥିଲା ।  କିନ୍ତୁ ଏବେ ସେ ଜେଲରେ ଅଛନ୍ତି ।  କିନ୍ତୁ ସାଙ୍ଗଠନିକ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ଗଞ୍ଜାମ ଜିଲ୍ଲାରେ ଦୁଇ ଜଣ କାର୍ଯ୍ୟକାରୀ ଜିଲ୍ଲା ସଭାପତି ଭାବେ ନିଯୁକ୍ତି ମିଳିଛି ।  ସେମାନେ ହେଲେ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ ଓ ଭଗବାନ ଗନ୍ତାୟତ ।  ରାୟଗଡାରେ ପି ଗୌରୀଶଙ୍କରଙ୍କୁ କାର୍ଯ୍ୟକାରୀ ସଭାପତି ଓ ରାଇସେନ ମୁର୍ମୁଙ୍କୁ ମୟୂରଭଞ୍ଜ -୨ ସାଙ୍ଗଠନିକ ଜିଲ୍ଲାର କାର୍ଯ୍ୟକାରୀ ସଭାପତି ଭାବେ ସୁପ୍ରିମୋ ନିଯୁକ୍ତି ଦେଇଛନ୍ତି ।

Post Views: 20
Share198Tweet124Send
Voice of Victims

Voice of Victims

Recent Posts

  • SIR କୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି, ପଶ୍ଚିମବଙ୍ଗ ସହିତ ଅନ୍ୟାୟ ହେଉଛି ବୋଲି କହିଲେ ମମତା ବାନାର୍ଜୀ
  • ଆଉ ଲୋକଙ୍କୁ ବାରମ୍ବାର ତହସିଲ ଅଫିସକୁ ଦୌଡ଼ିବାକୁ ପଡ଼ିବନି ହ୍ବାଟସଆପରେ ମିଳିବ ରାଜସ୍ବ ସେବା
  • ମନ୍ଦିର ବେଢାରେ ଝାଡ଼ୁ ମାରିଲେ ରାଷ୍ଟ୍ରପତି, କଡାକଡି କରାଯାଇଛି ସୁରକ୍ଷା ବ୍ୟବସ୍ଥା
  • ପରସ୍ପର ସହିତ ଧକ୍କା ହେଲା ୨ ବିମାନର ଡେଣା, ମୁମ୍ବାଇ ବିମାନବନ୍ଦରରେ ଅବତରଣ କଲା ଇଣ୍ଡିଗୋ ବିମାନ
  • ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ, ଚାରି ଜିଲ୍ଲାରେ ଚାରି ନେତାଙ୍କୁ ନୂଆ ଦାୟିତ୍ବ ଦେଲେ ବିଜେଡି ସୁପ୍ରିମୋ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In