କଟକ, ପତଞଳି ଯୋଗ ପରିବାର ପକ୍ଷରୁ ସହ ରାଜ୍ୟ ପ୍ରଭାରୀ ସୁନିଲ ଶର୍ମାଙ୍କ ପୌରହିତ୍ୟରେ ଗୀତା ଜୟନ୍ତୀ ଅନୁଷ୍ଠିତ ହୋଇଯାଇଛି।

ଅନ୍ୟମାନଙ୍କ ମଧ୍ୟରେ ପ୍ରଭାରୀ ଶିଶିର ଜେନା, ତ୍ରିନାଥ ଦାଶ, ଦୂର୍ବାଦଳ ସାହୁ, ଚନ୍ଦେଶ୍ଵର ବେହେରା, ପ୍ରଦ୍ୟୁମ୍ନ ବେହେରା, ସତ୍ୟ ରଞ୍ଜନ ଷଡ଼ଙ୍ଗୀ, ଇତିଶ୍ରୀ ଦାଶ, ଯଶୋଦା ଦାସ ଓ ଶୋଭା ଦାଶ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ସୁରଭି ରାଉତ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଗୀତା ପାରାୟଣ ସହ ବୈଦିକ ଯଜ୍ଞ ଓ ଗୀତା ସମ୍ବନ୍ଧୀୟ ପ୍ରଶ୍ନୋତ୍ତର ଅନୁଷ୍ଠିତ ହୋଇଥିଲା।
