କଟକ, ମହାନଦୀ ବିହାର ପତଞଳି ଯୋଗ କେନ୍ଦ୍ର ଠାରେ ଯୋଗ ଶିକ୍ଷକ ସତ୍ୟ ରଞ୍ଜନ ଷଡ଼ଙ୍ଗୀଙ୍କ ନେତୃତ୍ବରେ ଲୌହ ପୁରୁଷ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ଏକତା ଦିବସ ପାଳିତ ହୋଇଯାଇଛି। ଅନ୍ୟମାନଙ୍କ ମଧ୍ୟରେ ସବିତା ଦାସ, ଅମିତା ପୃଷ୍ଟି, ଦୀପ୍ତି ସ୍ବାଇଁ, ନର୍ମଦା ଜେନା, ନିବେଦିତା ମହାନ୍ତି, ଅଞ୍ଜଳି ନାୟକ, ଦେବଯାନୀ ପ୍ରଧାନ, ଜୟନ୍ତୀ ମହାନ୍ତି, ନିରୂପମା ମହାନ୍ତି, ରାନୁବାଳା ସାହୁ, ଅନାମିକା ହୋତା, ଶ୍ରୀମନ୍ତ ପଟ୍ଟନାୟକ ଓ ମାନସ ସେଠୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
ଏହି ଅବସରରେ ଏକ ଭାରତ ଶ୍ରେଷ୍ଠ ଭାରତ ଗଠନରେ ସର୍ଦ୍ଦାର ପଟେଲଙ୍କ ଅବଦାନ ବିଷୟରେ ଆଲୋଚନା ହେବା ସହ ବନ୍ଦେ ଉତ୍କଳ ଜନନୀ ଗାନ, ବିଭିନ୍ନ ଯୋଗାସନ ଓ ଯୋଗ ନୃତ୍ୟ ପରିବେଷଣ କରାଯାଇଥିଲା। ଅଳକା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।
