କଟକ, ଗତବର୍ଷ ଜାମ୍ମୁକାଶ୍ମୀର ପହଲଗାମ ଠାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣାର ଏକବର୍ଷ ପୂର୍ତ୍ତି ଅବସରରେ ପତଞ୍ଜଳି ଯୋଗପୀଠ ପକ୍ଷରୁ ପ୍ରାଣ ହରାଇଥିବା ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ନୂଆବଜାର ନେହେରୁ କଲୋନୀ ସ୍ଥିତ ବରଦା ମହାବୀର ମନ୍ଦିର ପ୍ରାଙ୍ଗଣରେ ଯୋଗ ଶିକ୍ଷକ ସତ୍ୟ ରଞ୍ଜନ ଷଡ଼ଙ୍ଗୀଙ୍କ ପୌରହିତ୍ୟରେ ନିରବ ପ୍ରାର୍ଥନା କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ପୂର୍ଣ୍ଣଚନ୍ଦ୍ର ସାହୁ, କବିତା କରଣ, ହୃଷିକେଶ ସାହୁ, ଜୟନ୍ତ ପୃଷ୍ଟି, ପତିତପାବନ ରାମ, ଲକ୍ଷ୍ମଣ କରଣ, ଆରତୀ ପଣ୍ଡା, ହର୍ଷମଣି ମହାରଣା, ଝରଣା ଦାସ ଓ ପାର୍ବତୀ ବିଶ୍ଵାଳ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଏହି ଅବସରରେ ଅପରେସନ ସିନ୍ଦୂରର ସଫଳତା ପାଇଁ ଭାରତୀୟ ସେନାବାହିନୀକୁ ଅଭିନନ୍ଦନ ପ୍ରଦାନ କରାଯାଇଥିଲା।
