କଟକ, ଯୋଗ ଶିକ୍ଷୟିତ୍ରୀ ସ୍ମୃତି ସ୍ନିଗ୍ଧା ମହାପାତ୍ରଙ୍କ ସଭାପତିତ୍ବରେ ମହାନଦୀ ବିହାର ପତଞଳି ଯୋଗ କେନ୍ଦ୍ରର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଶିଷ୍ଟ ହୃଦରୋଗ ବିଶେଷଜ୍ଞ ଡାକ୍ତର ଦୀପକ ରଞ୍ଜନ ଦାସ ମୁଖ୍ୟ ଅତିଥି ଓ କ୍ରିୟା ଯୋଗ ଆଶ୍ରମର ସନ୍ୟାସୀ ସ୍ବାମୀ ଶୁଦ୍ଧାନନ୍ଦ ଗିରି ମହାରାଜ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଥିଲେ।
ଅନ୍ୟମାନଙ୍କ ମଧ୍ୟରେ ସବିତା ପରିଡ଼ା, ଦୀପ୍ତି ସ୍ବାଇଁ, ଅଳକା ନାୟକ, ବିଦ୍ୟୁତଲତା ରାୟ, ଜୟଶ୍ରୀ ମହାନ୍ତି, ଜୟନ୍ତୀ ମହାନ୍ତି, ଖୁଲଣା ବଳ, ଗୀତାଞ୍ଜଳି ସାହୁ, ନିରୂପମା ମହାନ୍ତି, ସବିତା ଦାସ, ସ୍ୱାଗତିକା ମହାନ୍ତି, ଲୋପାମୁଦ୍ରା, ମମତା ଚୌଧୁରୀ, କବିତା କରଣ, ବନ୍ଦିତା ମହାପାତ୍ର, ଝୁନା ରାଣୀ ବେହେରା, ସ୍ବରୂପ ସାହୁ, ଉମେଶ ଚନ୍ଦ୍ର ସାହୁ, ଶ୍ରୀଧର ପଣ୍ଡା, ଶରତଚନ୍ଦ୍ର ପଣ୍ଡା, ଶ୍ୟାମସୁନ୍ଦର ସ୍ବାଇଁ, କୁରେଶ ପାତ୍ର, ରାମଚନ୍ଦ୍ର ସାହୁ, ଗୋଲେଖ ପ୍ରଧାନ, ପ୍ରମୋଦ ସାହୁ, ଶ୍ରୀମନ୍ତ ପଟ୍ଟନାୟକ, ଗତେଶ୍ଵର ବେହେରା, ସୁଶିମ ଶାହା, ଜ୍ୟୋତିରଞ୍ଜନ ମୁଦୁଲି, ପ୍ରମୋଦ ଦାଶ ଓ ସନ୍ତୋଷ ରାୟ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ସତ୍ୟ ରଞ୍ଜନ ଷଡ଼ଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ବୈଦିକ ଯଜ୍ଞ, ଗୀତା ପାଠ, ଜଗନ୍ନାଥ ଅଷ୍ଟକମ୍, ଭାଗବତ, ଗୀତଗୋବିନ୍ଦ ପାଠ, ଗୁରୁ ବନ୍ଦନା ଓ ଯୋଗ ନୃତ୍ୟ ପରିବେଷଣ କରାଯାଇଥିଲା।
