କଟକ, ବିଦ୍ୟାଧରପୁର ଅଲେଖ ମହିମା ଆଶ୍ରମ ସ୍ଥିତ ପତଞ୍ଜଳି ଯୋଗ କେନ୍ଦ୍ରର ବାର୍ଷିକ ଉତ୍ସବ ବରଦା ମହାବୀର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ଡ଼ ଜ୍ୟୋତ୍ସ୍ନାରାଣୀ ସ୍ବାଇଁଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରୀମଦ୍ ବାୟା ବାବା ମୁଖ୍ୟ ଅତିଥି ଭାବେ ଓ ଡଃ ବବଲିନା ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ନିୟମିତ ଯୋଗାଭ୍ୟାସ କରିବାକୁ ପରାମର୍ଶ ଦେଇଥିଲେ।
ଅନ୍ୟମାନଙ୍କ ମଧ୍ୟରେ ପତଞ୍ଜଳି ଯୋଗ ସମିତିର ସହ ରାଜ୍ୟ ପ୍ରଭାରୀ ସୁନିଲ ଶର୍ମା, ଶିଶିର ଜେନା, ବିଚିତ୍ର ସାହୁ, କବିତା କରଣ, କଳ୍ପଲତା ଷଡ଼ଙ୍ଗୀ, ଉମେଶ ସାହୁ ଓ ସତ୍ୟ ରଞ୍ଜନ ଷଡ଼ଙ୍ଗୀ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ଅବସରରେ ଗୀତା, ଭାଗବତ, ରାମଚରିତ ମାନସ ପାଠ, ଯୋଗ ନୃତ୍ୟ, ଯଜ୍ଞ, ସଂକୀର୍ତ୍ତନ ଓ କ୍ଷୁଦ୍ର ସାମାଜିକ ନାଟକ ପରିବେଷଣ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ହୃଷିକେଶ ସାହୁ, ପାର୍ବତୀ ବିଶ୍ଵାଳ, ଲକ୍ଷ୍ମଣ କରଣ, ପୂର୍ଣ୍ଣଚନ୍ଦ୍ର ସାହୁ, ବିମଳା ପାଣିଗ୍ରାହୀ, ପତିତପାବନ ରାମ, ଜୟନ୍ତ ପୃଷ୍ଟି, ସୌରଭ ସାହୁ, ହର୍ଷମଣି ମହାରଣା, ବିଜୟ ବେହେରା, ରୋଜାଲିନ ସାହୁ, ମମତା ସାହୁ, ଆରତୀ ପଣ୍ଡା ଓ ମିନାକ୍ଷୀ କର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଝରଣା ଦାସ ଧନ୍ୟବାଦ ପ୍ରଦାନ କରିଥିଲେ।
