କଟକ, ପତଞ୍ଜଳି ଯୋଗପୀଠ ପକ୍ଷରୁ ଯୋଗ ଶିକ୍ଷକ ସତ୍ୟ ରଞ୍ଜନ ଷଡ଼ଙ୍ଗୀଙ୍କ ସଭାପତିତ୍ବରେ ନୂଆବଜାର ବେଲେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଶହୀଦ ଦିବସ ପାଳିତ ହୋଇଯାଇଛି।
ଅନ୍ୟମାନଙ୍କ ମଧ୍ୟରେ ସାଗର ନାୟକ, ସୁଧୀର ନନ୍ଦ, ଶଙ୍କର୍ଷଣ ରାଉତ, ଅମୂଲ୍ୟ ମହାନ୍ତି, ଗଜେନ୍ଦ୍ର ସ୍ବାଇଁ, ପ୍ରଦୀପ୍ତ ଆଚାର୍ଯ୍ୟ, କୁରେଶ ପାତ୍ର, ଅଚ୍ୟୁତାନନ୍ଦ ନାୟକ, ସନ୍ତୋଷ ଦାଶ, ଆରତୀ ଜେନା, ଭାରତୀ ନାୟକ, ମୋନାଲିସା ଦାଶ, ଅନୁରାଧା ପ୍ରଧାନ, ନଳିନୀପ୍ରଭା ଦାଶ, ନୟନା ସାହୁ, ସୁପ୍ରିୟା ପଣ୍ଡା, କୁମୁଦିନୀ ଦେହୁରୀ, ଖୁଲଣା ମହାରଣା, ଜ୍ୟୋତିର୍ମୟୀ ବେହେରା, ବିନୋଦିନୀ ଲେଙ୍କା, ଯୋଗମାୟା ପ୍ରଧାନ, ଗୀତାଞ୍ଜଳି ଦାସ ଓ ଝୁନାରାଣୀ ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
ଏହି ଅବସରରେ ବୀର ଶହୀଦମାନଙ୍କ ତ୍ୟାଗ ଓ ବଳିଦାନର ସ୍ମୃତି ଚାରଣ ସହ ନୀରବ ପ୍ରାର୍ଥନା କରାଯାଇଥିଲା। ଦେବାଶିଷ ପ୍ରଧାନ ଧନ୍ୟବାଦ ପ୍ରଦାନ କରିଥିଲେ।
