• About Us
  • Contact Us
Saturday, March 28, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

୫ରେ ପିଜି ମେଧା ତାଲିକା, ସେପ୍ଟେମ୍ବର ୧୮ରୁ ପିଜି ପାଠପଢ଼ା

by Voice of Victims
July 31, 2024
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
୫ରେ ପିଜି ମେଧା ତାଲିକା, ସେପ୍ଟେମ୍ବର ୧୮ରୁ ପିଜି ପାଠପଢ଼ା

ଭୁବନେଶ୍ୱର: ୨୦୨୪-୨୫ ଶିକ୍ଷାବର୍ଷରେ ପିଜି ନାମଲେଖା ପାଇଁ ହୋଇଥିବା ଏକକ ପିଜି ପ୍ରବେଶିକା ପରୀକ୍ଷା(ସିପିଇଟି-୨୦୨୪)ର ରାଜ୍ୟସ୍ତରୀୟ ଏବଂ ବିଷୟଭିତ୍ତିକ ମେଧା ତାଲିକା ଆସନ୍ତା ୫ ତାରିଖରେ ପ୍ରକାଶ ପାଇବ । ୬ତାରିଖରୁ ୧୨ତାରିଖ ମଧ୍ୟରେ ଛାତ୍ରଛାତ୍ରୀମାନେ ଚଏସ୍ ଫିଲିଙ୍ଗ କରିବେ । ୨୦ତାରିଖ ଅପରାହ୍ନ ୪ଟାରେ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ । ମନୋନୀତ ଛାତ୍ରଛାତ୍ରୀମାନେ ୨୧ତାରିଖ ପୂର୍ବାହ୍ନ ୧୦ଟାରୁ ୨୪ତାରିଖ ସନ୍ଧ୍ୟା ୫ଟା ମଧ୍ୟରେ ନାମଲେଖାଇବେ । ୩୧ତାରିଖ ଅପରାହ୍ନ ୪ଟାରେ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ । ଏଥିରେ ଚୟନ ହୋଇଥିବା ଛାତ୍ରଛାତ୍ରୀ ସେପ୍ଟେମ୍ବର ୨ ତାରିଖ ପୂର୍ବାହ୍ନ ୧୦ଟାରୁ ୪ତାରିଖ ସନ୍ଧ୍ୟା ୫ଟା ଭିତରେ ନାମଲେଖାଇବାକୁ ପଡ଼ିବ । ସେପ୍ଟେମ୍ବର ୧୦ତାରିଖ ଅପରାହ୍ନ ୪ଟାରେ ତୃତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ । ମନୋନୀତ ଛାତ୍ରଛାତ୍ରୀ ୧୧ତାରିଖ ପୂର୍ବାହ୍ନ ୧୦ଟାରୁ ୧୩ତାରିଖ ସନ୍ଧ୍ୟା ୫ଟା ଭିତରେ ନାମଲେଖାଇବେ । ସେପ୍ଟେମ୍ବର ୨୪ ଅପରାହ୍ନ ୨ଟାରେ ବଳକା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ମେଧା ତାଲିକା ଶିକ୍ଷାନୁଷ୍ଠାନଗୁଡ଼ିକର ଇ-ସ୍ପେସ୍‌ରେ ପ୍ରକାଶ ପାଇବ । ଶିକ୍ଷାନୁଷ୍ଠାନଗୁଡ଼ିକ ମନୋନୀତ ହେଇଥିବା ଛାତ୍ରଛାତ୍ରୀଙ୍କ ନାମ ନିଜ ଶିକ୍ଷାନୁଷ୍ଠାନର ନୋଟିସ ବୋର୍ଡ, ୱେବ୍‌ସାଇଟ୍‌ରେ ପ୍ରକାଶ କରିବେ । ଏଥିସହିତ ସେହି ଛାତ୍ରଛାତ୍ରୀଙ୍କୁ ଫୋନ କଲ୍‌/ଏସ୍‌ଏମ୍‌ଏସ୍‌/ହ୍ୱାଟ୍‌ସ ଆପ୍ ଜରିଆରେ ମଧ୍ୟ ଜଣାଇବେ । ମନୋନୀତ ଛାତ୍ରଛାତ୍ରୀମାନେ ସେପ୍ଟମ୍ବର ୨୬ ପୂର୍ବାହ୍ନ ୧୦ଟାରୁ ୨୮ତାରିଖ ସନ୍ଧ୍ୟା ୫ଟା ଭିତରେ ନାମଲେଖାଇବେ । ସେପ୍ଟେମ୍ବର ୧୮ରେ ପିଜି ପ୍ରଥମ ବର୍ଷ ପାଠପଢ଼ା ଆରମ୍ଭ ହେବ । ସୂଚନାଯୋଗ୍ୟ, ରାଜ୍ୟରେ ଚଳିତ ଶିକ୍ଷାବର୍ଷ ୨୦୨୪-୨୫ରେ ପିଜି ନାମଲେଖା ପାଇଁ ମୋଟ ୧୧୪ଟି ଶିକ୍ଷାନୁଷ୍ଠାନ ଥିବା ବେଳେ ୨୮,୯୮୪ଟି ସିଟ୍ ରହିଛି । ତେବେ ୨୦୨୪-୨୫ରେ ଏକକ ପିଜି ପ୍ରବେଶିକା ପରୀକ୍ଷା ଗତ ୩ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ହୋଇଥିଲା । ଏଥିପାଇଁ ୬୩,୧୮୪ଜଣ ଆବେଦନ କରିଥିଲେ । ଏଥିମଧ୍ୟରେ ୪୩,୬୨୪ଜଣ ଛାତ୍ରୀ ଥିବା ବେଳେ ୨୧,୩୬୦ଜଣ ଛାତ୍ର ଏବଂ ୩ ଜଣ କିନ୍ନର ରହିଛନ୍ତି । ଚଳିତବର୍ଷ ଓଡ଼ିଆ ବିଶ୍ୱବିଦ୍ୟାଳୟର ଏମ୍‌ଏ ପାଠ୍ୟକ୍ରମ ଓ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ଆଚାର୍ଯ୍ୟ (ପିଜି) ପାଠ୍ୟକ୍ରମରେ ନାମଲେଖା ପାଇଁ ମଧ୍ୟ ସିପିଇଟି ପରୀକ୍ଷା କରାଯାଇଥିଲା ।

Post Views: 34
Tags: PG Merit List on 5th
Share198Tweet124Send
Voice of Victims

Voice of Victims

Recent Posts

  • କରୋନା ଭୂତାଣୁର ଏକ ନୂଆ ରୂପ, ୨୩ଟି ଦେଶକୁ ମାଡ଼ିଗଲାଣି ‘ସିକାଡ଼ା’
  • ଲଦାଖରେ ବଡ ଧରଣର ହିମସ୍ଖଳନ, ୭ ମୃତ ଓ ୫ ଗୁରୁତର ଆହତ
  • ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ସ୍ଥଳସେନା ମୁଖ୍ୟ, ଶ୍ରୀଜିଉଙ୍କୁ କଲେ ଦର୍ଶନ
  • ବାରିପଦାରେ କାଳବୈଶାଖୀ ତାଣ୍ଡବ, ୨ ମୃତ ଓ ୩ ଆହତ
  • ପତଞ୍ଜଳି ପକ୍ଷରୁ ରାମନବମୀ ଓ ସନ୍ୟାସ ଦିକ୍ଷା ଦିବସ ପାଳନ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In