ସୋର: ସ୍କୁଲ ବ୍ୟାଗରେ ପିସ୍ତଲ। ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ଜବତ ହୋଇଛି ପିସ୍ତଲ। ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଶ୍ରୀଜଙ୍ଗ ଗାଁରେ ଥିବା ଦାସମହାପାତ୍ର ବାଞ୍ଛାନିଧି ସରକାରୀ ଉଚ୍ଚ ବିଦ୍ୟାଳୟର ଜଣେ ଛାତ୍ରଙ୍କ ନିକଟରୁ ବନ୍ଧୁକ ଜବତ ହୋଇଛି । ଆଜି ସ୍କୁଲ ଛୁଟି ହେବା ପୂର୍ବରୁ କିଛି ଛାତ୍ର ଛାତ୍ରୀ ବନ୍ଧୁକ ଥିବା ଦେଖିବାକୁ ପାଇଥିଲେ ।
ସେମାନେ ଶିକ୍ଷକଙ୍କୁ ଏ ନେଇ ଅବଗତ କରିଥିଲେ । ପରେ ସ୍କୁଲ କମିଟି ପହଞ୍ଚି ଖନ୍ତାପଡ଼ା ପୋଲିସକୁ ଖବର ଦେଇଥିଲେ । ପୋଲିସ ପହଞ୍ଚି ପିସ୍ତଲ ଜବତ କରିବା ସହ ଏହାର ଯଞ୍ଚ କରୁଛି । ଛାତ୍ର ଜଣକ ବନ୍ଧୁକ କେଉଁଠୁ ଆଣିଲା ତାକୁ ନେଇ ତଦନ୍ତ କରୁଛି ପୋଲିସ ।
