ସତ୍ୟବାଦୀ ଭିଓଭି: ଗତ ୧୬ ତାରିଖରେ ସତ୍ୟବାଦୀ ମହୋତ୍ସବର ଉଦଯାପନୀ ଦିବସରେ ମୂଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଯୋଗ ଦେବା ଅବସରରେ ମହୋତ୍ସବ ସ୍ଥଳରେ ଥିବା ଏକ ଫଳକକୁ ଆବୃତ କରି ଲୁଚେଇ ଦେବାକୁ ଚେଷ୍ଟା କରିବାକୁ ନେଇ ସତ୍ୟବାଦୀରେ ଭିନ୍ନମତ ପ୍ରକାଶ ପାଇଛି। ଏହି ଫଳକଟି ୨୦୧୮ ମସିହା ଅକ୍ଟୋବର ୯ ତାରିଖରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଓଡ଼ିଆ ବିଶ୍ୱବିଦ୍ୟାଳୟ ର ଶୀଳାନ୍ୟାସ ସମୟରେ ଉକ୍ତ ସ୍ଥାନରେ ସ୍ଥାପିତ ହୋଇଥିଲା। ଏହାକୁ ଏଭଳି ଲୁଚାଇ ରଖିବାକୁ ସତ୍ୟବାଦୀ ର ବୁଦ୍ଧିଜୀବୀ ମହଲ ତଥା ବିଜେଡି ଦଳ ମଧ୍ୟରେ ଗଭୀର ଅସନ୍ତୋଷ ସୃଷ୍ଟି କରିଛି। ଆଜି ବିଜେଡିର ପୁରୀ, ନରେନ୍ଦ୍ର କୋଣ ସ୍ଥିତ ଜିଲ୍ଲା କାର୍ଯ୍ୟାଳୟ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ବିଜେଡ଼ି ସଭାପତି ଦିବାକର ପାତ୍ର, ସତ୍ୟବାଦୀ ପଞ୍ଚାୟତ ସମିତି ଅଧ୍ୟକ୍ଷ ସୁନୀଲ ପଣ୍ଡା, ସତ୍ୟବାଦୀ ବ୍ଲକ୍ ବିଜେଡି ସଭାପତି ପ୍ରମୋଦ ରାଉତରାୟ, ପୁରୀ ଜିଲ୍ଲା ପରିଷଦ ସଭ୍ୟ, ୩୧ ନମ୍ବର ଜୋନ୍ନା ରାୟଣ ରାଉତରାୟ ଓ ସତ୍ୟବାଦୀ ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ, ପ୍ରେମାନନ୍ଦ ବେହେରା ପ୍ରମୁଖ ଯୋଗଦେଇ ଏହା ଯେ କେବଳ ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଅପମାନ ତାହା ନୁହେଁ ବରଂ ଏହା ସାରା ସତ୍ୟବାଦୀର ସ୍ବାଭିମାନ ପ୍ରତି ମଧ୍ୟ ଅପମାନ ବୋଲି କ୍ଷୋଭର ସହ ମତ ଦେଇଥିଲେ, ଓଡ଼ିଆ ଅସ୍ମିତା ର ଦ୍ୱାହି ଦେଉଥିବା ବର୍ତମାନର ମୂଖ୍ୟମନ୍ତ୍ରୀଙ୍କୁ ଏହା ଅସହିଷ୍ଣୁତା ନୁହେଁ କି ବୋଲି ସେମାନେ ପ୍ରଶ୍ନ କରିଥିଲେ, ଏ ନେଇ ଆଗାମୀ ସମୟରେ ପ୍ରଶାସନିକ ଅଧିକାରୀମାନଙ୍କ ଠାରୁ ଉତ୍ତର ତଲବ କରାଯିବ ବୋଲି ସେମାନେ ଉପସ୍ଥିତ ସାମ୍ବାଦିକ ମାନଙ୍କୁ ଜଣାଇ ଅଛନ୍ତି।


