ସତ୍ୟବାଦୀ (ଭିଓଭି): ସତ୍ୟବାଦୀ ବ୍ଲକ୍ର ୨୫ଟି ଉଚ୍ଚବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ନେଇ ଫୁଟବଲ ଓ ବ୍ୟାଡମିଣ୍ଟନ ଖେଳ ପାଇଁ ସତ୍ୟବାଦୀ ଉଚ୍ଚବିଦ୍ୟାଳୟ ଖେଳ ପଡ଼ିଆରେ ଖେଳାଳି ମନୋନୟନ ପ୍ରକ୍ରିୟା ଶେଷ ହୋଇଯାଇଛି। ଫୁଟବଲ ପାଇଁ ଏକ ପନ୍ଦର ଜଣିଆ ଦଳ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ କରା ଯାଇଥିଲା ବେଳେ ବ୍ୟାଡମିଣ୍ଟନ ପାଇଁ ୬ ବାଳକ ଓ ୬ ବାଳିକା ମନୋନୀତ ହୋଇଥିବା ବ୍ଲକସ୍ତରୀୟ ଗେମ୍ ଆଣ୍ଡ ଷ୍ଟେଟ୍ସ ର ସମ୍ପାଦକ ସୁଚିତ୍ର ଖଟେଇଙ୍କଠାରୁ ଜଣାପଡ଼ିଛି। ଏହି ମନୋନୟନ ଶିବିରକୁ ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ଶ୍ରୀ ମାନସ ରଞ୍ଜନ ପଟ୍ଟନାୟକ ଉଦଘାଟନ କରିଥିବା ବେଳେ ଏହି କାର୍ଯ୍ୟକ୍ରମକୁ ବିଭିନ୍ନ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ମାନେ ପରିଚାଳନାରେ ସହଯୋଗ କରିଥିଲେ।
