• About Us
  • Contact Us
Wednesday, April 15, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ସମ୍ରାଟ ଚୌଧୁରୀଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

by Voice of Victims
April 15, 2026
in ଦେଶ ବିଦେଶ, ମୁଖ୍ୟ ଖବର
ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ସମ୍ରାଟ ଚୌଧୁରୀଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ସମ୍ରାଟ ଚୌଧୁରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଶ୍ରୀ ସମ୍ରାଟ ଚୌଧୁରୀଙ୍କ ଊର୍ଜା, ଜନସେବା ପ୍ରତି ତାଙ୍କର ସମର୍ପଣ ଏବଂ ତୃଣମୂଳସ୍ତରର ଅଭିଜ୍ଞତା ଅତ୍ୟନ୍ତ ଉପଯୋଗୀ ସାବ୍ୟସ୍ତ ହେବ। ତାଙ୍କର ଦକ୍ଷ ନେତୃତ୍ୱରେ ବିହାର ସାମଗ୍ରିକ ବିକାଶର ନୂତନ ଶିଖର ଛୁଇଁବା ସହିତ ଲୋକଙ୍କ ଆକାଂକ୍ଷାକୁ ପୂରଣ କରିବ ବୋଲି ପ୍ରଧାନମନ୍ତ୍ରୀ ବିଶ୍ୱାସ ପ୍ରକଟ କରିଛନ୍ତି।

ସେହିପରି ବିହାର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ଶ୍ରୀ ବିଜୟ କୁମାର ଚୌଧୁରୀ ଏବଂ ଶ୍ରୀ ବିଜେନ୍ଦ୍ର ପ୍ରସାଦ ଯାଦବଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ଶୁଭକାମନା ଜଣାଇଛନ୍ତି। ସେ ବିଶ୍ୱାସର ସହିତ କହିଛନ୍ତି, ତୃଣମୂଳସ୍ତରରେ ସେମାନଙ୍କର ଅଭିଜ୍ଞତା ଏବଂ ଜନ କଲ୍ୟାଣ ପ୍ରତି ସମର୍ପଣ ବିହାରର ବିକାଶକୁ ନୂଆ ମାର୍ଗ ଓ ଗତି ଦେବ। ଏଥିସହିତ ରାଜ୍ୟ ସୁଶାସନ, ପାରଦର୍ଶିତା ଏବଂ ଜନକଲ୍ୟାଣର ନୂଆ ମାନଦଣ୍ଡ ପ୍ରତିଷ୍ଠା କରିବ ବୋଲି ସେ କହିଛନ୍ତି।

ପ୍ରଧାନମନ୍ତ୍ରୀ ଏକ୍ସରେ ଲେଖିଛନ୍ତି;

‘‘ବିହାରର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବା ପାଇଁ ସମ୍ରାଟ ଚୌଧୁରୀ ଜୀଙ୍କୁ ଅନେକ ଅନେକ ଅଭିନନ୍ଦନ ଏବଂ ଶୁଭକାମନା ! ତାଙ୍କର ଊର୍ଜା, ଜନସେବା ପ୍ରତି ସମର୍ପଣ ଏବଂ ତୃଣମୂଳସ୍ତରର ଅଭିଜ୍ଞତା ରାଜ୍ୟ ପାଇଁ ଅତ୍ୟନ୍ତ ଉପଯୋଗୀ ସାବ୍ୟସ୍ତ ହେବ। ମୋର ପୂର୍ଣ୍ଣ ବିଶ୍ୱାସ ଯେ ତାଙ୍କ ଦକ୍ଷ ନେତୃତ୍ୱରେ, ଜନସାଧାରଣଙ୍କ ଆକାଂକ୍ଷା ପୂରଣ କରି ବିହାର ସାମଗ୍ରିକ ବିକାଶର ନୂତନ ଶିଖରରେ ପହଞ୍ଚିବ।’’

@samrat4bjp’’

‘‘ବିହାର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ଶ୍ରୀ ବିଜୟ କୁମାର ଚୌଧୁରୀ ଏବଂ ଶ୍ରୀ ବିଜେନ୍ଦ୍ର ପ୍ରସାଦ ଯାଦବଙ୍କୁ ମଧ୍ୟ ଅନେକ ଅନେକ ଅଭିନନ୍ଦନ ଓ ଶୁଭକାମନା! ମୋର ସମ୍ପୂର୍ଣ୍ଣ ବିଶ୍ୱାସ ରହିଛି ଯେ, ଏମାନଙ୍କର ତୃଣମୂଳସ୍ତରର ଅଭିଜ୍ଞତା ଏବଂ ଜନ କଲ୍ୟାଣ ପ୍ରତି ସମର୍ପଣ ବିହାରର ବିକାଶକୁ ନୂଆ ମାର୍ଗ ଓ ଗତି ଦେବ। ଏଥିସହିତ ରାଜ୍ୟ ସୁଶାସନ, ପାରଦର୍ଶିତା ଏବଂ ଜନକଲ୍ୟାଣର ନୂଆ ମାନଦଣ୍ଡ ପ୍ରତିଷ୍ଠା କରିବ।’’

Post Views: 9
Share197Tweet123Send
Voice of Victims

Voice of Victims

Recent Posts

  • ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ସମ୍ରାଟ ଚୌଧୁରୀଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ
  • ପୁନଃସୀମା ନିର୍ଦ୍ଧାରଣ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ନବୀନଙ୍କ ଚିଠି
  • ବଢିବ ଲୋକସଭା ଆସନ ସଂଖ୍ୟା, ୫୪୩ ରୁ ଆସନ ସଂଖ୍ୟା ବୃଦ୍ଧି ହେବ ୮୫୦
  • ଦିନରେ ଗରମ, ସନ୍ଧ୍ୟାରେ ବର୍ଷା, ଆସନ୍ତା ୬ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିବ ଏଭଳି ପାଗ
  • ସିପିଆଇ(ଏମ) ତରଫରୁ ବାବା ସାହେବ୍ ଆମ୍ବେଦକର ଙ୍କ ୧୩୫ ତମ ଜନ୍ମ ଜୟନ୍ତି ପାଳିତ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In