• About Us
  • Contact Us
Monday, March 23, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଆସନ୍ତା କାଲି ମତଦାନ, ଚଳଚଂଚଳ ପୁରୀ

by Voice of Victims
May 24, 2024
in ଆଞ୍ଚଳିକ ଖବର, ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ଆସନ୍ତା କାଲି ମତଦାନ, ଚଳଚଂଚଳ ପୁରୀ

ପୁରୀ (ଭିଓଭି): ରାତି ପାହିଲେ ଭାଗ୍ୟ ନିର୍ଦ୍ଧାରଣ ହେବ ଜନନାୟକଙ୍କର । ନିଜ ନିଜର ମତଦାନ ଅଧିକାର ସାବ୍ୟସ୍ତ କରିବେ ସାଧାରଣ ଜନତା । ଭୋଟରଙ୍କ ଠାରୁ ଆରମ୍ଭ କରି ରାଜନେତା ପର୍ଯ୍ୟନ୍ତ ଚଳଚଂଚଳ ସମସ୍ତେ । ସ୍ଥାନୀୟ ନେତା, ସମର୍ଥକ, ପ୍ରଚାରକ ମାନେ ଗାଁ କୁ ଗାଁ, ସାହି କୁ ସାହି, ଘରକୁ ଘର ବୁଲି ଭୋଟର ମାନଙ୍କୁ ନିଜ ସପକ୍ଷରେ କରିବା ପାଇଁ ବିଭିନ୍ନ ପ୍ରଲୋଭନ ଦେଖାଇ ଭୋଟ ଖଣ୍ଡିକୁ ହାତେଇବା ପାଇଁ ଉଦ୍ୟମ ଚଳାଇଛନ୍ତି । ଏଣେ ଆସନ୍ତା କାଲି ମତଦାନକୁ ଶାନ୍ତି ଶୃଙ୍ଖଳା ସହିତ ପରିଚାଳନା କରିବା ପାଇଁ ପୁରୀ ପ୍ରଶାସନ ପ୍ରସ୍ତୁତ ହୋଇ ରହିଛି । ପ୍ରାୟ ସମସ୍ତ ପୋଲିଂ ପାର୍ଟି ନିଜ ନିଜର ଗନ୍ତବ୍ୟ ସ୍ଥଳରେ ପହଁଚି ସାରିଛନ୍ତି । ଅଧିକାଂଶ ମତଦାନ କେନ୍ଦ୍ରରେ ଇଭିଏମ୍ ମେସିନ ରହିବା ସ୍ଥାନ, ପୋଲିଂ ଅଫିସର ଏବଂ ଅନ୍ୟ ସହକର୍ମୀ ମାନେ ବସିବା ସ୍ଥାନ ଇତ୍ୟାଦି ସଜା ସଜି ସରିଲାଣି । ଭୋଟ ଗ୍ରହଣ କେନ୍ଦ୍ରରେ ଅଧିକାରୀ ମାନେ ମଧ୍ୟ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ଆସନ୍ତା କାଲିକୁ । ପୁରୀ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ମେମୋ ନଂ. ୧୭୫/୨୩.୦୫.୨୦୨୪ ରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଇଭିଏମ୍ ବିତରଣ ଏବଂ ଗ୍ରହଣ କେନ୍ଦ୍ର ଏବଂ ପ୍ରତ୍ୟେକ ଭୋଟ ଗ୍ରହଣ କେନ୍ଦ୍ର ମାନଙ୍କରେ ଆବଶ୍ୟକ ଚିକିତ୍ସ ସୁବିଧା ଯୋଗାଇ ଦେବାକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି । ସେହିପରି ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଭୋଟ ଗ୍ରହଣ କେନ୍ଦ୍ର ହେବାକୁ ଥିବା ବିଦ୍ୟାଳୟ ଗୁଡିକୁ ଠିକ୍ ସମୟରେ ଖୋଲିବା ତଥା ପୋଲିଂ କର୍ମଚାରୀଙ୍କୁ ଆବଶ୍ୟକ ଆସବାପତ୍ର ଯୋଗାଇଦେବା, ବିଦ୍ୟାଳୟ ପରିସର ସହିତ ବିଦ୍ୟାଳୟରେ ଥିବା ଶୌଚାଳୟ ଗୁଡିକୁ ପରିଷ୍କାର ପରିଚ୍ଛନ୍ନ ରଖିବା ଏବଂ ନିରବଚ୍ଛିନ୍ନ ବିଦ୍ୟୁତ ସେବା ଯୋଗାଇ ଦେବାକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି । ସମସ୍ତ ଅଙ୍ଗନବାଡି କର୍ମୀ ମାନଙ୍କୁ ନିଜ ନିଜ ଅଂଚଳରେ ଥିବା ଭୋଟ ଗ୍ରହଣ କେନ୍ଦ୍ରରେ ଉପସ୍ଥିତ ରହି ବରିଷ୍ଠ ନାଗରିକ, ପି.ଡବ୍ଲ୍ୟୁ.ଡି. ଭୋଟର ଏବଂ ମହିଳା ପୋଲିଂ ଅଧିକାରୀ ମାନଙ୍କୁ ସାହାଯ୍ୟ କରିବାକୁ ନିର୍ଦ୍ଦେଶ ଦେବା ପାଇଁ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀଙ୍କୁ ଏବଂ ଚିଠି ନଂ. ୧୬୭୯/୨୪.୦୫.୨୦୨୪ ରେ ସମସ୍ତ ସିଡିପିଓ ମାନଙ୍କୁ ନିର୍ଦ୍ଦେଶନାମା ଜାରି କରିଛନ୍ତି । ସେହିପରି ସମସ୍ତ ବରିଷ୍ଠ ନାଗରିକ ଏବଂ ଦିବ୍ୟାଙ୍ଗ ବ୍ୟକ୍ତି ମାନଙ୍କ ଯିବା ଆସିବା ପାଇଁ ହୁଇଲ୍ ଚେୟାର ସମେତ ଅନ୍ୟାନ୍ୟ ବାହାନ ବ୍ୟବସ୍ଥା କରିବା ସହିତ ରୁଟ୍ ପ୍ଲାନ୍ ପ୍ରସ୍ତୁତ କରି ସଜାଗ ରହିବାକୁ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ନିଦ୍ଦେଶନାମା ଜାରି କରାଯାଇଛି ଏବଂ ପ୍ରତ୍ୟେକ ଭୋଟ ଗ୍ରହଣ କେନ୍ଦ୍ରରେ ଭୋଟର ମାନଙ୍କ ସର୍ବନିମ୍ନ ଆବଶ୍ୟକତାକୁ ପ୍ରାଥମିକତା ଦିଆଯାଇଛି ବୋଲି ଜିଲ୍ଲା ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରକାଶ କରିଛନ୍ତି ।

Post Views: 35
Tags: Polling tomorrow tomorrow
Share198Tweet124Send
Voice of Victims

Voice of Victims

Recent Posts

  • ୩୪ ତମ ବିଶ୍ୱ ଜଳ ଦିବସ, ଦର୍ପନାରାୟଣପୁର ଶୁକୃ ବେହେରା ପାଣିପଞ୍ଚାୟତ ଅଧୀନରେ ରେ ଭାରତ ର ପ୍ରଥମ ସ୍ୱୟଂ ଚାଳିତ କେନାଲ ପ୍ରଣାଳୀ ଲୋକାର୍ପିତ
  • ଇରାନ ରାଜଧାନୀ ଉପରେ ଆମେରିକାର ଭୟଙ୍କର ବୋମା ! ବିଦ୍ୟୁତ ସେବା ଠପ୍, ଅନ୍ଧାରରେ ବୁଡ଼ିଲା ସାରା ସହର
  • ବିଜେଡିରୁ ୬ ନିଲମ୍ବିତ ସଦସ୍ୟଙ୍କ ସଭ୍ୟ ପଦ ରଦ୍ଦ ପାଇଁ ଆଜି ଦରଖାସ୍ତ ! ବାଚସ୍ପତିଙ୍କ ନିଷ୍ପତ୍ତି ଉପରେ ନିର୍ଭର
  • ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ଗ୍ୟାସ୍ ମହଜୁଦ ଅଛି, ଭୟଭୀତ ହୁଅନ୍ତୁ ନାହିଁ: ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
  • ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର, ବର୍ତ୍ତମାନ ୩ ଜିଲ୍ଲାରେ ସକ୍ରିୟ ଅଛନ୍ତି ୧୫ ମାଓବାଦୀ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In