• About Us
  • Contact Us
Monday, March 23, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଆଳୁ ପରେ କନ୍ଦାଇଲାଣି ପିଆଜ

by Voice of Victims
August 20, 2024
in ଆଞ୍ଚଳିକ ଖବର, ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ଆଳୁ ପରେ କନ୍ଦାଇଲାଣି ପିଆଜ

ଭୁବନେଶ୍ବର: ରାଜ୍ୟରେ ଆଳୁ ସମସ୍ୟାର ସମାଧାନ ହୋଇ ପାରିନଥିଲା ବେଳେ ଆଳୁକୁ ଟପିଲାଣି ପିଆଜ ଦର। ଆଳୁ ଓ ପିଆଜ ଦରବୃଦ୍ଧିକୁ ନେିଇ ଏବେ ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତ ପରିବାରର ଚିନ୍ତାରେ ପଡ଼ିଯାଇଛନ୍ତି। କିଲୋ ପ୍ରତି ଏବେ ଆଳୁ ଦର ୪୦ଟଙ୍କାରେ ବିକ୍ରି ହେଉଛି। ଫଳରେ ଯିଏ ଆଳୁ କିଲେ କିଣିବା କଥା ସେ ଏବେ ଅଧକିଲୋ କିମ୍ବା ଅଢେଇ ଶହରେ କାମ ଚଳାଇ ଦେଉଛନ୍ତି। ବର୍ତ୍ତମାନ ପରିବା ଦର ମଧ୍ୟ ଉଚ୍ଚ ରହିଛି। ଯେଉଁ ପରିବାକୁ ଛୁଇଁବ ତାହା କିଲୋପ୍ରତି ୭୦ଟଙ୍କା ରହିଛି। ସାଧାରଣ ଲୋକ ବିଶେଷକରି ଆଳୁ ଏବଂ ପିଆଜରେ ନିଜର ରୋଷେଇଶାଳାକୁ ସୀମିତ ରଖିଥାନ୍ତି। ମାତ୍ର ଆଳୁ ଦର ବଢ଼ିଚାଲିଥିବା ବେଳେ ଏବେ ପିଆଜ ଦର ବୃଦ୍ଧି ପାଇଲାଣି।
ଆଳୁ କିଲୋ ପ୍ରତି ୪୦ ଟଙ୍କା ଥିଲାବେଳେ ପିଆଜ ଦର ହଠାତ୍ ୩୦ ଟଙ୍କାରୁ ୫୦ଟଙ୍କାକୁ ଛୁଇଁଛି। ଆଜି କଟକର ପ୍ରମୁଖ ପରିବା ମଣ୍ଡି ଛତ୍ରବଜାରରେ ଆଳୁ ଦର ୩ କିଲୋପ୍ରତି ୧୧୦ ଟଙ୍କା ରହିଥିବାବେଳେ କିଲୋପ୍ରତି ୪୦ଟଙ୍କାରେ ବିକ୍ରି ହେଉଛି। ସେହିପରି ଆଜି ସନ୍ଧ୍ୟାରେ ଛତ୍ରବଜାରରେ କିଲୋପ୍ରତି ୫୦ଟଙ୍କାରେ ବିକ୍ରି ହେଉଥିବା ଜଣାପଡ଼ିଛି। ତେବେ ହଠାତ୍ ପିଆଜ ଦର କାହିଁକି ବୃଦ୍ଧି ପାଇଲା ବୋଲି ପଚାରିବାରୁ ଛତ୍ରବଜାର ବ୍ୟବସାୟୀ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ କହିଛନ୍ତି ଯେ ନାସିକ୍‌ରୁ ଏବେ ପିଆଜ ଗାଡ଼ି ଆସିବାରେ ସମସ୍ୟା ସୃଷ୍ଟି ହୋଇଛି। ବର୍ଷାଜନିତ ସମସ୍ୟା ଯୋଗୁ ପିଆଜ ଆସିପାରୁନାହିଁ। ଦୈନିକ ଯେତିକି ପିଆଜ ଟ୍ରକ୍ ଆସୁଥିଲା ତା’ର ପ୍ରାୟ ଅଧା ସଂଖ୍ୟକ ଗାଡ଼ି ଆସୁଥିବାରୁ ଏହି ସମସ୍ୟା ଦେଖାଦେଇଛି। ମାତ୍ର ଏହି ସମସ୍ୟା ବେଶୀ ଦିନ ରହିବ ନାହିଁ। ଏହାର ସମାଧାନ ଖୁବ୍ ଶୀଘ୍ର ହୋଇଯିବ ବୋଲି ସେ କହିଛନ୍ତି। ତେବେ ଆଳୁ ଦରବୃଦ୍ଧି ପରେ ବର୍ତ୍ତମାନ ପିଆଜ ଦର ବୃଦ୍ଧି ଗରିବ ଜନତାକୁ କନ୍ଦାଇବାକୁ ବସିଲାଣି। ଏମାନଙ୍କ ପାଇଁ ବୋଝ ଉପରେ ଲଳିତା ବିଡ଼ା ସଦୃଶ ହୋଇଛି। ରାଜ୍ୟ ସରକାର ବେଳ ଥାଉ ଥାଉ ଏଥିପ୍ରତି ଦୃଷ୍ଟି ନ ଦେଲେ ଏହି ସମସ୍ୟା ଗୁରୁତର ଆଡ଼କୁ ଗତିକରିବା ବୋଲି ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ ପଶ୍ଚିମବଙ୍ଗରୁ ଆଳୁ ଆସିବାରେ ନାନାବିଧ ସମସ୍ୟା ସୃଷ୍ଟି ହୋଇଥିବାରୁ ଏହାର ପ୍ରଭାବ ଆମ ରାଜ୍ୟରେ ପଡ଼ିଛି। ଆଳୁର ଅଭାବକୁ ଭରଣା କରିବା ଲାଗି ରାଜ୍ୟ ସରକାର ତଥା ବ୍ୟବସାୟୀ ସଂଘ ଉତ୍ତର ପ୍ରଦେଶରୁ ଆଳୁ ଆଣିବା ଲାଗି ଯୋଜନା କରିଥିଲାବେଳେ ପ୍ରକୃତପକ୍ଷେ ଉତ୍ତର ପ୍ରଦେଶ ଆଳୁ ଓଡ଼ିଶାର ଆଳୁ ଚାହିଦାକୁ ସେଭଳି ପୂରଣ କରିଲା ଭଳି ଅନୁଭୂତ ହୋଇନାହିଁ। ସରକାର ଟ୍ରେନ୍ ଯୋଗେ ଉତ୍ତର ପ୍ରଦେଶରୁ ଆଳୁଆଣିବା ଲାଗି ଉଦ୍ୟମ କରୁଛନ୍ତି। ତେବେ ଏହା ଦ୍ୱାରା କେତେଦୂର ସମସ୍ୟାର ସମାଧାନ ହୋଇପାରିବ ସେନେଇ ରାଜ୍ୟବାସୀ ସନ୍ଦେହରେ ପଡ଼ିଛନ୍ତି। ରାଜ୍ୟ ବ୍ୟବସାୟୀ ସଂଘ କହୁଛି ଯେ ଗୋଟିଏ ଦିନରେ ପଶ୍ଚିମବଙ୍ଗରୁ ଓଡ଼ିଶାରେ ଆଳୁ ପହଞ୍ôଚ ପାରୁଥିଲା। ମାତ୍ର ଟ୍ରକ୍‌ରେ ଉତ୍ତର ପ୍ରଦେଶରୁ ଆଳୁ ଆଣିବାରେ ୨ରୁ ୩ଦିନ ସମୟ ଲାଗୁଛି। ଫଳରେ ଆଳୁ ପଚିସଢ଼ି ଯାଉଥିଲାବେଳେ ସେଥିରେ କଳାଦାଗ ମଧ୍ୟ ସୃଷ୍ଟି ହୋଇଛି। ସର୍ବୋପରି ସେଠାରୁ ଆଳୁ ଆଣିବା ପାଇଁ ବ୍ୟବସାୟୀଙ୍କୁ ଅଧିକ ଖର୍ଚ୍ଚ ସହିବାକୁ ପଡ଼ୁଛି। ଫଳରେ ଆଳୁଦର ହ୍ରାସ ପାଇବାରେ ନାଁ ଧରୁନି। ଏହି ମର୍ମରେ ରାଜ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବେଆଇନ୍ ଆଳୁ ଗଚ୍ଛିତକାରୀ ଏବଂ ଚଢ଼ା ଦରରେ ବିକ୍ରି କରୁଥିବା ବ୍ୟବସାୟୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛନ୍ତି। ମାତ୍ର ଆଳୁ ଦର ଖସୁ ନାହିଁ। ଅପରପକ୍ଷେ ପିଆଜ ଦର ଏବେ ବୃଦ୍ଧି ପାଇଲାଣି। ଆଗକୁ ପରିସ୍ଥିତ ଜଟିଳ ହେବାର ଆଶଙ୍କା ଜଳଜଳ ହୋଇ ଦେଖାଗଲାଣି । ଆଳୁ ପରେ ପିଆଜ ଦର ବୃଦ୍ଧି ପାଇଥିବାରୁ ଏବେ ଖାଉଟିଙ୍କ ଚିନ୍ତା ବଢ଼ିଯାଇଛି। ଛତ୍ରବଜାର ବ୍ୟବସାୟୀ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁଙ୍କ ସୂଚନା ଅନୁଯାୟୀ, ମହାରାଷ୍ଟ୍ରର ନାସିକ୍‌ରୁ ଛତ୍ରବଜାରକୁ ଏବେ ପିଆଜ ଆମଦାନୀ ହେଉଛି। କେବଳ ନାସିକ୍ ହିଁ ବର୍ତ୍ତମାନ ଭରସା। ହେଲେ ସେଠାରେ ପ୍ରବଳ ବର୍ଷା ହୋଇ କ୍ଷେତରେ ପିଆଜ ନଷ୍ଟ ହୋଇଛି। ଏବେ ସେଠାକାର ଚାଷୀମାନଙ୍କ ପାଖରେ ଯେତିକି ମହଜୁଦ୍ ଅଛି ସେମାନେ ଉଚ୍ଚା ଦରରେ ରତ୍ପାନୀ କରୁଛନ୍ତି। ପିଆଜ ସଙ୍କଟ ହେତୁ ଚାଷୀମାନେ ଦର କମାଉନାହାନ୍ତି। ସେମାନେ ବି ଅଧିକ ଲାଭ ଉଠାଇବାକୁ ଚାହୁଁଛନ୍ତି। ଫଳରେ କଟକରେ ଦର ବୃଦ୍ଧିର କାରଣ ହେଉଛି। ଆନ୍ଧ୍ରର କର୍ଣ୍ଣଲରୁ ଗଣେଶ ପୂଜା ପରେ ପିଆଜ ଆସିବ। ସେଠାରେ ପାଗ ଅନୁକୂଳ ରହିଲେ ଏବଂ ଭଲ ଫସଲ ହୋଇଥିଲେ ପିଆଜ ଦର କମିବ। ନଚେତ ପୁଣି ଦର ଅଧିକ ରହିବ। ଗଣେଶ ପୂଜା ଯାଏ ପିଆଜ ଦର ଏମିତି ବଢ଼ି ରହିବ। ଦୈନିକ ଛତ୍ରବଜାରକୁ ୧୨୦ରୁ ୧୪୦ ଟନ୍ ଭଳି ପିଆଜ ଆବଶ୍ୟକ ହୋଇଥାଏ। ଓଡ଼ିଶାରେ ପିଆଜ ଉତ୍ପାଦନ ନଥିବାରୁ ନାସିକ୍ ଓ କର୍ଣ୍ଣଲ ଉପରେ ଓଡ଼ିଶା ବଜାର ନିର୍ଭର କରୁଛି।

Post Views: 35
Share198Tweet124Send
Voice of Victims

Voice of Victims

Recent Posts

  • ୩୪ ତମ ବିଶ୍ୱ ଜଳ ଦିବସ, ଦର୍ପନାରାୟଣପୁର ଶୁକୃ ବେହେରା ପାଣିପଞ୍ଚାୟତ ଅଧୀନରେ ରେ ଭାରତ ର ପ୍ରଥମ ସ୍ୱୟଂ ଚାଳିତ କେନାଲ ପ୍ରଣାଳୀ ଲୋକାର୍ପିତ
  • ଇରାନ ରାଜଧାନୀ ଉପରେ ଆମେରିକାର ଭୟଙ୍କର ବୋମା ! ବିଦ୍ୟୁତ ସେବା ଠପ୍, ଅନ୍ଧାରରେ ବୁଡ଼ିଲା ସାରା ସହର
  • ବିଜେଡିରୁ ୬ ନିଲମ୍ବିତ ସଦସ୍ୟଙ୍କ ସଭ୍ୟ ପଦ ରଦ୍ଦ ପାଇଁ ଆଜି ଦରଖାସ୍ତ ! ବାଚସ୍ପତିଙ୍କ ନିଷ୍ପତ୍ତି ଉପରେ ନିର୍ଭର
  • ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ଗ୍ୟାସ୍ ମହଜୁଦ ଅଛି, ଭୟଭୀତ ହୁଅନ୍ତୁ ନାହିଁ: ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
  • ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର, ବର୍ତ୍ତମାନ ୩ ଜିଲ୍ଲାରେ ସକ୍ରିୟ ଅଛନ୍ତି ୧୫ ମାଓବାଦୀ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In