• About Us
  • Contact Us
Sunday, May 10, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ବିଶ୍ଵ ପ୍ରସିଦ୍ଧ ଯୋରନ୍ଦା ମାଘମେଳା ପାଇଁ ପ୍ରସ୍ତୁତି ବୈଠକ

by Voice of Victims
January 9, 2025
in ଆଞ୍ଚଳିକ ଖବର, ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ବିଶ୍ଵ ପ୍ରସିଦ୍ଧ ଯୋରନ୍ଦା ମାଘମେଳା ପାଇଁ ପ୍ରସ୍ତୁତି ବୈଠକ

ଢେଙ୍କାନାଳ (ଭିଓଭି): ବିଶ୍ଵ ପ୍ରସିଦ୍ଧ ଯୋରନ୍ଦା ମାଘମେଳା ଆୟୋଜନ ନିମନ୍ତେ ଆଜି ପୂର୍ବାହ୍ନରେ ଢେଙ୍କାନାଳ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କ ଅଧ୍ୟକ୍ଷତାରେ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଶ୍ଵପ୍ରସିଦ୍ଧ ମାଘମେଳା କିଭଳି ଶାନ୍ତିଶୃଙ୍ଖଳା ଓ ଧାର୍ମିକ ଭାବନା ମଧ୍ୟରେ ଆୟୋଜିତ ହେବ ସେଥିପାଇଁ ସେ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ଚଳିତ ବର୍ଷ ଫେବୃଆରୀ ମାସ ୧୧ ଏବଂ ୧୨ତାରିଖ ଦୁଇ ଦିନ ଧରି ଏହି ମେଳା ଆନୁଷ୍ଠାନିକ ଭାବେ ଆୟୋଜିତ ହେବ । ବୈଠକରେ ଉଠା ଦୋକାନୀ ମାନଙ୍କୁ ବ୍ୟବସ୍ଥିତ ଭାବେ ବସାଇବା, ଯାତ୍ରା ପଡ଼ିଆର ଆଲୋକି କରଣ, ଉତ୍ସବ ଅବସରରେ ମଦ ଦୋକାନ ବନ୍ଦ ରଖିବା, ନିୟମିତ ବିଦ୍ୟୁତ୍ ଯୋଗାଣ,ନିୟନ୍ତ୍ରଣ କକ୍ଷ ଓ ସି.ସି. ଟିଭି କ୍ୟାମେରା ବ୍ୟବସ୍ଥା, ଯାତାୟତ ନିମନ୍ତେ ଟ୍ରାଫିକ୍ ବ୍ୟବସ୍ଥା, ବ୍ୟବସ୍ଥିତ ଗାଡ଼ି ପାର୍କିଂ, ଆଶୁଚ଼ିକିତ୍ସା ଓ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର ଆୟୋଜନ, ଯାତ୍ରା ପଡ଼ିଆ ସଂପ୍ରସାରଣ, ପରିମଳ ବ୍ୟବସ୍ଥା, ପାନୀୟ ଜଳ ଯୋଗାଣ, ମହିଳା,ଦିବ୍ୟାଙ୍ଗ ତଥା ଛୋଟ ପିଲାମାନଙ୍କ ସୁବିଧା ରେ ଦର୍ଶନ, ଭଜନ ସମାରୋହ, ମନ୍ଦିର ପାର୍ଶ୍ଵରେ ବ୍ୟାରିକେଟ୍ ନିର୍ମାଣ, ଯାତ୍ରା ପଡ଼ିଆରେ ଜଳ ସିଞ୍ଚନ, ମହିମା ମହୋତ୍ସବ ସୂଚାରୁରୂପେ ଆୟୋଜନ ଆଦି ସଂପର୍କରେ ଆଲୋଚ଼ନା ହୋଇଥିଲା ।

ଏହି ବୈଠକରେ ଜିଲ୍ଲାପାଳଙ୍କ ସମେତ ଜିଲ୍ଲା ପ୍ରଶାସନ ର ଅନ୍ୟ ଅଧିକାରୀ ଓ ସାଧୁସନ୍ଥ ମାନେ ଯୋଗ ଦେଇଥିଲେ ।ସୂଚନାଯୋଗ୍ୟ ଯେ ଏହି ବିଶ୍ଵ ପ୍ରସିଦ୍ଧ ମାଘମେଳା ରେ ରାଜ୍ୟ ତଥା ଦେଶ ବିଦେଶରୁ ଲକ୍ଷାଧିକ ମହିମା ଧର୍ମାବଲମ୍ବୀ ସାଧୁସନ୍ଥ, ଭକ୍ତଙ୍କ ସମାଗମ ହେବା ସହିତ ନିଜ ନିଜର ମାନସିକ ପୂରଣ କରିବା ପାଇଁ ଆସିଥାନ୍ତି। ମେଳାକୁ ଆଖି ଆଗରେ ରଖି ଜିଲ୍ଲା ସଦର ମହକୁମା ଠାରୁ ଯୋରନ୍ଦା ଗାଦି ପଯ୍ୟନ୍ତ ଯାଇଥିବା ରାସ୍ତାର ପ୍ରଶସ୍ତିକରଣ ଓ ମରାମତି କାର୍ଯ୍ୟ ମଧ୍ୟ ଆଗେଇ ଚାଲିଛି ।

Post Views: 79
Share198Tweet124Send
Voice of Victims

Voice of Victims

Recent Posts

  • ବାଲିଅନ୍ତା ଭିଡ଼ ହିଂସା ଘଟଣା; ଅତ୍ୟନ୍ତ କ୍ଷବ୍ଧ ମୁଖ୍ୟମନ୍ତ୍ରୀ ଦେଲେ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ
  • ଆସନ୍ତା ୧୧ରୁ ପୁଣି ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଗଣତି ମଣତି କାର୍ଯ୍ୟ
  • ତାମିଲନାଡୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବିଜୟ, ସମାରୋହରେ ରାହୁଲ ଗାନ୍ଧୀ ସାମିଲ
  • ଓଡ଼ିଶାକୁ ଘାରିଲା ବାତ୍ୟା ଭୟ ! ୧୧ରେ ଲଘୁଚାପ ସମ୍ଭାବନା, ୧୩ ତାରିଖ ସୁଦ୍ଧା ସ୍ପଷ୍ଟ ହେବ ଚିତ୍ର
  • ‘ନବୀନ ନିବାସ’ ସାମ୍ନାରୁ ହଟିବ ବ୍ୟାରିକେଡ୍‌ ! ହାଇକୋର୍ଟଙ୍କ ଅସନ୍ତୋଷ ପରେ ତତ୍ପର ପୂର୍ତ୍ତ ବିଭାଗ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In