• About Us
  • Contact Us
Monday, March 23, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଧ୍ୟାତ୍ମିକ

୨୦୨୫ ରଥଯାତ୍ରା ପ୍ରସ୍ତୁତି ଆରମ୍ଭ, ଅନୁକୂଳ ହେଲା ରଥକାଠ

by Voice of Victims
February 2, 2025
in ଆଧ୍ୟାତ୍ମିକ, ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
୨୦୨୫ ରଥଯାତ୍ରା ପ୍ରସ୍ତୁତି ଆରମ୍ଭ, ଅନୁକୂଳ ହେଲା ରଥକାଠ

ଭୁବନେଶ୍ବର: ବିଧି ପରମ୍ପରା ମୁତାବକ ପବିତ୍ର ବସନ୍ତ ପଞ୍ଚମୀ ଅର୍ଥାତ୍ ସରସ୍ୱତୀ ପୂଜାରେ ଆଗାମୀ ପବିତ୍ର ରଥଯାତ୍ରା ପାଇଁ ପୁରୀଠାରେ ତିନିରଥର ତିନୋଟି ୧୨ ଫୁଟିଆ ଧଉରା କାଠକୁ ଅନୁକୂଳ କରାଯାଇଛି। ଆଜିର ପବିତ୍ର ତିଥିରେ ୨୦୨୫ ରଥଯାତ୍ରା ପାଇଁ ଏହା ହେଉଛି ଅୟମାରମ୍ଭ। ଶୁଭ ମୁହୂର୍ତ୍ତ ମୁତାବକ ସଂଧ୍ୟା ୬. ୩୦ ମିନିଟରେ ଏକ ଆଧ୍ୟାତ୍ମିକ ପରିବେଶରେ ରଥକାଠ ଅନୁକୂଳ ପର୍ବ ସମ୍ପନ୍ନ ହୋଇଛି। ସ୍ୱତ୍ରୀୟ ବ୍ରାହ୍ମଣ ଓ ଶ୍ରୀନହର ରାଜଗୁରୁ ବନଜାଗ ପଦ୍ଧତିରେ ମନ୍ତ୍ର ଉଚ୍ଚାରଣ ପୂର୍ବକ ପୂଜାର୍ଚ୍ଚନା ଓ ରଥକାଠ ଅନୁକୂଳ କରିଛନ୍ତି। ଚଳିତ ବର୍ଷ ରଥଯାତ୍ରା କିଭଳି ଶାନ୍ତିଶୃଙ୍ଖଳାର ସହିତ ସମାପନ ହେବ ସେନେଇ ଶ୍ରୀଜିଉଙ୍କ ନିକଟରେ ପ୍ରାର୍ଥନା କରାଯାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ, ଉପମୁଖ୍ୟ ପ୍ରଶାସକ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଶ୍ରୀମନ୍ଦିର ନୀତି ପ୍ରଶାସକ, ଏସ୍‌ପି ଭିନୀତ ଅଗ୍ରୱାଲ୍ ଓ ତିନିରଥର ଭୋଇ ସର୍ଦ୍ଦାର ପ୍ରମୁଖ ଉପସ୍ଥିତ ରହିଥିଲେ। ତେବେ ଆସନ୍ତା ରାମନବମୀ ତିଥିରେ ରଥକାଠ ଚିରଟ ପ୍ରକ୍ରିୟା ଆରମ୍ଭ କରାଯିବା ସହ ଆସନ୍ତା ଅକ୍ଷୟ ତୃତୀୟା ଦିନ ରଥନିର୍ମାଣ କାର୍ଯ୍ୟ ଅନୁକୂଳ ହେବ। ତେବେ ତିନିରଥ ନିର୍ମାଣ ପାଇଁ ମୋଟ ୮୬୫ ଖଣ୍ଡ କାଠର ଆବଶ୍ୟକତା ଥିବାବେଳେ ଗତବର୍ଷର ୫୧ ଖଣ୍ଡ କାଠ ବଳକା ରହିଛି। ତେବେ ଚଳିତ ବର୍ଷ ରଥନିର୍ମାଣ ପାଇଁ ଆଉ ୮୧୪ ଖଣ୍ଡ କାଠ ଦରକାର ଥିବାବେଳେ ପ୍ରଥମ ପର୍ଯ୍ୟାୟରେ ତିନୋଟି ଟ୍ରକ୍ ଯୋଗେ ୧୦୧ ଖଣ୍ଡ କାଠ ପୁରୀରେ ପହଞ୍ଚିଛି। ସୂଚନାଯୋଗ୍ୟ, ପ୍ରସିଦ୍ଧ ଘୋଷଯାତ୍ରା ପାଇଁ ରଥକାଠ କାଟିବା ଅନୁକୂଳ ପୂଜା ଗତ ଜାନୁଆରୀ ୧୮ ତାରିଖରେ ଅନୁଷ୍ଠିତ ହୋଇଥିଲା।

Post Views: 102
Tags: Preparations for the 2025 Rath Yatra have begun
Share199Tweet124Send
Voice of Victims

Voice of Victims

Recent Posts

  • ୩୪ ତମ ବିଶ୍ୱ ଜଳ ଦିବସ, ଦର୍ପନାରାୟଣପୁର ଶୁକୃ ବେହେରା ପାଣିପଞ୍ଚାୟତ ଅଧୀନରେ ରେ ଭାରତ ର ପ୍ରଥମ ସ୍ୱୟଂ ଚାଳିତ କେନାଲ ପ୍ରଣାଳୀ ଲୋକାର୍ପିତ
  • ଇରାନ ରାଜଧାନୀ ଉପରେ ଆମେରିକାର ଭୟଙ୍କର ବୋମା ! ବିଦ୍ୟୁତ ସେବା ଠପ୍, ଅନ୍ଧାରରେ ବୁଡ଼ିଲା ସାରା ସହର
  • ବିଜେଡିରୁ ୬ ନିଲମ୍ବିତ ସଦସ୍ୟଙ୍କ ସଭ୍ୟ ପଦ ରଦ୍ଦ ପାଇଁ ଆଜି ଦରଖାସ୍ତ ! ବାଚସ୍ପତିଙ୍କ ନିଷ୍ପତ୍ତି ଉପରେ ନିର୍ଭର
  • ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ଗ୍ୟାସ୍ ମହଜୁଦ ଅଛି, ଭୟଭୀତ ହୁଅନ୍ତୁ ନାହିଁ: ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
  • ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର, ବର୍ତ୍ତମାନ ୩ ଜିଲ୍ଲାରେ ସକ୍ରିୟ ଅଛନ୍ତି ୧୫ ମାଓବାଦୀ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In