• About Us
  • Contact Us
Saturday, March 28, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

କଳା ଉତ୍ସବ ଉଦଘାଟନ କରି ନୃତ୍ୟଶିଳ୍ପୀଙ୍କ ସହିତ ନୃତ୍ୟ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

by Voice of Victims
September 29, 2024
in ଦେଶ ବିଦେଶ, ମୁଖ୍ୟ ଖବର
କଳା ଉତ୍ସବ ଉଦଘାଟନ କରି ନୃତ୍ୟଶିଳ୍ପୀଙ୍କ ସହିତ ନୃତ୍ୟ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ: ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭାରତୀୟ କଳା ମହୋତ୍ସବର ପ୍ରଥମ ସଂସ୍କରଣକୁ ଗତକାଲି ଉଦଘାଟନ କରିଛନ୍ତି। ଆଠ ଦିନ ଧରି ଚାଲିଥିବା ଏହି ଉତ୍ସବକୁ ଉତ୍ତର-ପୂର୍ବ ଅଞ୍ଚଳର ବିକାଶ ମନ୍ତ୍ରଣାଳୟ ଏବଂ ସଂସ୍କୃତି ମନ୍ତ୍ରଣାଳୟର ସହଯୋଗରେ କରାଯାଇଛି। ଏହା ଉତ୍ସବ ହାଇଦ୍ରାବାଦସ୍ଥିତ ରାଷ୍ଟ୍ରପତି ନୀଳୟମ ପରିସରରେ ଆୟୋଜିତ ହୋଇଛି। ଏହି ଉତ୍ସବର ମୁଖ୍ୟ ଲକ୍ଷ୍ୟ ହେଉଛି ଅରୁଣାଚଳ ପ୍ରଦେଶ, ଆସାମ, ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ସିକ୍କିମ୍, ଏବଂ ତ୍ରିପୁରାର ଉତ୍ତର-ପୂର୍ବ ରାଜ୍ୟଗୁଡିକର ସମୃଦ୍ଧ ତଥା ବିବିଧ ସାଂସ୍କୃତିକ ଐତିହ୍ୟକୁ ପ୍ରଚାର ପ୍ରସାର କରାଇବା। ଏହି ଉଦଘାଟନ ଅବସରରେ ରାଷ୍ଟ୍ରପତି କହିଛନ୍ତି ଯେ ଆମ ଦେଶର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ସଂରକ୍ଷଣ ତଥା ପ୍ରୋତ୍ସାହିତ କରିବା ଆମର ସାମୂହିକ ଦାୟିତ୍ବ। ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକର ସାଂସ୍କୃତିକ ବିବିଧତା, ସେମାନଙ୍କର ଲୋକ ନୃତ୍ୟ, ସଙ୍ଗୀତ, କଳା ଏବଂ ପାରମ୍ପାରିକ ପୋଷାକ ଆମ ଦେଶର ଐତିହ୍ୟ। ଏହି ପର୍ବ ହେଉଛି ବିଭିନ୍ନ ଲୋକମାନଙ୍କୁ ଏହି ଅଞ୍ଚଳର ପରମ୍ପରା ଏବଂ ସମ୍ପ୍ରଦାୟ ସହିତ ଅଧିକ ପରିଚିତ କରାଇବା ପାଇଁ ଏକ ପ୍ରୟାସ। ରାଷ୍ଟ୍ରପତି କହିଛନ୍ତି ଯେ ଏହି ପର୍ବ ସାଂସ୍କୃତିକ ବିନିମୟକୁ ପ୍ରୋତ୍ସାହିତ କରିବାର ଏକ ସୁଯୋଗ ଅଟେ। ସେ ଆଶା ପ୍ରକଟ କରିଛନ୍ତି ଯେ ଏହି ମହୋତ୍ସବ ଆମ ଦେଶର ଉତ୍ତର-ପୂର୍ବ ଏବଂ ଦକ୍ଷିଣ ଭାଗ ମଧ୍ୟରେ ଏକ ସେତୁ ଭାବରେ କାର୍ଯ୍ୟ କରିବ। ତେବେ ଏହି ଉତ୍ସବ ଉଦଘାଟନ ପରେ ରାଷ୍ଟ୍ରପତି ନିଜେ କଳାକାରଙ୍କ ସହିତ ନୃତ୍ୟ କରିଥିଲେ। ଯାହା ସେଠାରେ ଉପସ୍ଥିତ ଥିବା ଦର୍ଶକମାନେ ବେଶ ଉତ୍ସାହିତ ହୋଇପଡିଥିଲେ।

Post Views: 25
Share198Tweet124Send
Voice of Victims

Voice of Victims

Recent Posts

  • କରୋନା ଭୂତାଣୁର ଏକ ନୂଆ ରୂପ, ୨୩ଟି ଦେଶକୁ ମାଡ଼ିଗଲାଣି ‘ସିକାଡ଼ା’
  • ଲଦାଖରେ ବଡ ଧରଣର ହିମସ୍ଖଳନ, ୭ ମୃତ ଓ ୫ ଗୁରୁତର ଆହତ
  • ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ସ୍ଥଳସେନା ମୁଖ୍ୟ, ଶ୍ରୀଜିଉଙ୍କୁ କଲେ ଦର୍ଶନ
  • ବାରିପଦାରେ କାଳବୈଶାଖୀ ତାଣ୍ଡବ, ୨ ମୃତ ଓ ୩ ଆହତ
  • ପତଞ୍ଜଳି ପକ୍ଷରୁ ରାମନବମୀ ଓ ସନ୍ୟାସ ଦିକ୍ଷା ଦିବସ ପାଳନ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In