• About Us
  • Contact Us
Monday, August 3, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଆଜିଠୁ ତିନିଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି, ସ୍ପେଶାଲ ଟ୍ରେନରେ କରିବେ ଯାତ୍ରା

by Voice of Victims
August 3, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ଆଜିଠୁ ତିନିଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି, ସ୍ପେଶାଲ ଟ୍ରେନରେ କରିବେ ଯାତ୍ରା

ଭୁବନେଶ୍ୱର : ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି । ଆଜିଠାରୁ ମହାମହିମ ଦ୍ରୌପଦୀ ମୁର୍ମୁଙ୍କ ତିନିଦିନିଆ ଗସ୍ତ । କଟକ, ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ । ନୂଆଦିଲ୍ଲୀରୁ ବାୟୁସେନାର ସ୍ବତନ୍ତ୍ର ବିମାନରେ ଭୁବନେଶ୍ବର ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଭୁବନେଶ୍ବରରୁ କଟକ ଯାଇ ଡମପଡ଼ାନିକଟ ବାଆଁରା ଠାରେ ଜଗତ ଗୁରୁ ଶ୍ରୀ କୃପାଳୁ ମହାରାଜ ବିଶ୍ଵବିଦ୍ୟାଳୟ କୁ ଉଦଘାଟନ କରିବେ ।

ଭୁବନେଶ୍ବରରେ ୪୦ପ୍ଲାଟୁନ ଓ କଟକରେ ୧୭ ପ୍ଲାଟୁନ ଫୋର୍ସ ନିୟୋଜିତ ହେବେ । କଟକ କାର୍ଯ୍ୟକ୍ରମ ପରେ ଆସନ୍ତାକାଲି ଗଞ୍ଜାମ ଜିଲ୍ଲା ଗସ୍ତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବର୍ଷା ଋତୁକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ଟ୍ରେନରେ ବ୍ରହ୍ମପୁର ଯାତ୍ରା କରିବେ। ସେଠାରୁ ସଡ଼କ ପଥରେ ତପ୍ତପାଣି ଯାଇ ମାଆ କନ୍ଧୁଣୀ ଦେବୀଙ୍କ ପୀଠକୁ ଯାଇ ପୂଜାର୍ଚ୍ଚନା କରିବେ । ଗୋଳବନ୍ଧ ଠାରେ ଆର୍ମି ଏୟାର ଡିଫେନସ କଲେଜରେ ରାଷ୍ଟ୍ରପତି ରାତ୍ରିଯାପନ କରିବେ। ବ୍ରହ୍ମପୁର ରେଳ ଷ୍ଟେସନକୁ ହାଇ ଆଲର୍ଟ ଘୋଷଣା କରାଯାଇଛି । ଗଞ୍ଜାମ ଗସ୍ତ ବେଳେ ୪୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ।

ଅନ୍ୟପଟେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସ୍ବତନ୍ତ୍ର ଟ୍ରେନରେ ବ୍ରହ୍ମପୁର ଗସ୍ତ କରିବେ । ତିନିଦିନିଆ ଗସ୍ତ ବେଳେ ଏହା ସବୁଠାରୁ ବିଶେଷ ଆକର୍ଷଣ । ବର୍ଷା ଋତୁର ଅନିଶ୍ଚିତ ପାଣିପାଗ ଓ ସଡ଼କ ଯାତାୟାତର ସମ୍ଭାବ୍ୟ ବାଧାକୁ ଦୃଷ୍ଟିରେ ରଖି ଏଥର ରେଳଯାତ୍ରାକୁ ପ୍ରାଥମିକତା ଦିଆଯାଇଛି । ରାଷ୍ଟ୍ରପତିଙ୍କ ଟ୍ରେନ ଯାତ୍ରା ଏକ ସାଧାରଣ ଯାତ୍ରା ନୁହେଁ । ଏହା ସହ ଜଡ଼ିତ ରହିଥାଏ ଦେଶର ସର୍ବୋଚ୍ଚ ସୁରକ୍ଷା ବ୍ୟବସ୍ଥା । ଏଥିପାଇଁ ରାଷ୍ଟ୍ରପତି ସଚିବାଳୟ, ସ୍ପେଶାଲ୍ ପ୍ରୋଟେକ୍ସନ୍ ଗ୍ରୁପ, ଓଡ଼ିଶା ପୁଲିସ, ରେଳ ସୁରକ୍ଷା ବଳ, ଜିଆରପି ଏବଂ ପୂର୍ବତଟ ରେଳବାଇ ମିଳିତ ଭାବେ ପ୍ରତ୍ୟେକ ପଦକ୍ଷେପର ଯୋଜନା ପ୍ରସ୍ତୁତ କରିଛନ୍ତି ।

ଭୁବନେଶ୍ୱରରୁ ବ୍ରହ୍ମପୁର ପର୍ଯ୍ୟନ୍ତ ସମଗ୍ର ରେଳପଥରେ ସୁରକ୍ଷା କଡ଼ାକଡ଼ି କରାଯିବ । ରେଲୱେ ଟ୍ରାକରେ ନିରନ୍ତର ପାଟ୍ରୋଲିଂ, ଆଣ୍ଟି-ସାବୋଟାଜ୍ ଯାଞ୍ଚ, ପ୍ରତ୍ୟେକ ଲେବଲ୍ କ୍ରସିଂରେ କର୍ମଚାରୀ ମୁତୟନ, ଷ୍ଟେସନରେ ଯାତ୍ରୀଙ୍କ ପ୍ରବେଶ ନିୟନ୍ତ୍ରଣ, ପ୍ଲାଟଫର୍ମରେ କେବଳ ଅନୁମୋଦିତ କର୍ମଚାରୀଙ୍କୁ ସ୍ୱତନ୍ତ୍ର ପାସ ସହ ପ୍ରବେଶ ଭଳି ବ୍ୟବସ୍ଥା ରହିବ । ଭୁବନେଶ୍ୱର ଓ ବ୍ରହ୍ମପୁର ରେଳ ଷ୍ଟେସନକୁ ହାଇ ଆଲର୍ଟରେ ରଖାଯାଇଛି । ଷ୍ଟେସନ ପରିସରର ସ୍ୱଚ୍ଛତା, ସୁରକ୍ଷା, ଟ୍ରେନ୍ ର ଯାନ୍ତ୍ରିକ ଯାଞ୍ଚ, ଜରୁରୀକାଳୀନ ଚିକିତ୍ସା ବ୍ୟବସ୍ଥା ଓ ପାଣିପାଗ ଜନିତ ପରିସ୍ଥିତି ମୁକାବିଲା ପାଇଁ ବିକଳ୍ପ ପ୍ରସ୍ତୁତି ମଧ୍ୟ ସରିଛି । ଆବଶ୍ୟକ ସ୍ଥାନରେ ଡ୍ରୋନ୍ ନଜରଦାରି ଏବଂ ବହୁସ୍ତରୀୟ ସୁରକ୍ଷା ବଳୟ ମଧ୍ୟ ରହିବ । ରେଳ ଯାତ୍ରା ବେଳେ ବ୍ଲୁ ବୁକ୍ ଭିଭିଆଇପି ସୁରକ୍ଷା ପ୍ରୋଟୋକଲର କଡ଼ା ପାଳନ କରାଯିବ ।

Post Views: 72
Share198Tweet124Send
Voice of Victims

Voice of Victims

Recent Posts

  • ଆଜିଠୁ ତିନିଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି, ସ୍ପେଶାଲ ଟ୍ରେନରେ କରିବେ ଯାତ୍ରା
  • PMAY ତାଲିକାକୁ ନେଇ ତେଜିଲା ବିବାଦ, ଅଧିକାରୀଙ୍କୁ ମନ୍ତ୍ରୀଙ୍କ ତାଗିଦ୍
  • ୭,୪୩୬.୨୨ କୋଟିର ପ୍ୟାକେଜ୍ କୁ ରାଜ୍ୟ କ୍ୟାବିନେଟର ମଞ୍ଜୁରି, ଜନଜାତି, ଚାଷୀ ଓ ସହର ବିକାଶକୁ ପ୍ରାଥମିକତା
  • ହୀରାକୁଦ ଡ୍ୟାମ : ୨୨ଟି ଗେଟ୍ ଦେଇ ଚାଲିଛି ବନ୍ୟାଜଳ ନିଷ୍କାସନ
  • ଆସନ୍ତାକାଲି ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଦେବୀ ମନ୍ଦିରରେ କରିବେ ପୂଜାଅର୍ଚ୍ଚନା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In