• About Us
  • Contact Us
Wednesday, November 25, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

କାର୍ତ୍ତିକ ପୂର୍ଣ୍ଣିମାରେ ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି, ପୋଲିସ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା

by Voice of Victims
November 24, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ମହିଳାଙ୍କ ବିକାଶ ବିନା ବିକଶିତ ଭାରତ ସ୍ବପ୍ନ ପୂରଣ ହୋଇପାରିବ ନାହିଁ: ରାଷ୍ଟ୍ରପତି ଦୌପଦ୍ରୀ ମୁର୍ମୁ

ଭୁବନେଶ୍ୱର: ଆଜିଠୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି । ମଧ୍ୟାହ୍ନ ୧୨ଟା ୩୦ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ । ସେଠାରୁ ରାଜଭବନ ଓ କଟକ ଗସ୍ତ କରିବେ । ସଂଧ୍ୟା ୫ଟାରୁ ରାତି ୮ଟା ୧୫ ମିନିଟ୍ ପର୍ଯ୍ୟନ୍ତ ରାଷ୍ଟ୍ରପତିଙ୍କ କଟକ କାର୍ଯ୍ୟକ୍ରମ । ପ୍ରଥମେ ‘କଟକ ଇନ୍ କଟକ’ ପ୍ରଦର୍ଶନୀ ଉଦ୍ ଘାଟନ କରିବା ପରେ ମୁଖ୍ୟ ମଞ୍ଚରୁ ଐତିହାସିକ ବାଲିଯାତ୍ରାର ଶୁଭାରମ୍ଭ କରିବେ । ସେଥିପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।

ବାଲିଯାତ୍ରା ପାଇଁ ସଜେଇ ହୋଇଛି କଟକ। ଏଥର ରାଷ୍ଟ୍ରପତିଙ୍କ ବାଲିଯାତ୍ରା ଗସ୍ତରେ ରହିଛି ଏକ ସ୍ୱତନ୍ତ୍ର ଆକର୍ଷଣ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସିଲଭର ସିଟି ବୋଟ୍ କ୍ଲବ୍ ରୁ ଡଙ୍ଗାରେ ମହାନଦୀ ପାର ହୋଇ ବାଲିଯାତ୍ରା ପଡ଼ିଆରେ ପହଞ୍ଚିବେ। ଏଥିପାଇଁ ‘କଳିଙ୍ଗ ତରଙ୍ଗିଣୀ’ ନାମକ ଡଙ୍ଗାକୁ ପ୍ରସ୍ତୁତ କରାଯାଉଛି । ରାଷ୍ଟ୍ରପତିଙ୍କ ଡଙ୍ଗା ସହ ସାତଟି ସୁରକ୍ଷା ଡଙ୍ଗା ରହିବ । ଭାରତୀୟ ନୌସେନା, ଅଗ୍ନିଶମ ବାହିନୀ ଓ ଓଡ୍ରାଫ୍ କୁ ନେଇ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଉଛି ।

ପୂରା ବ୍ୟବସ୍ଥାର ତଦାରଖ କରିଛନ୍ତି ନିଜେ ପୋଲିସ ଡିଜି ବିନୟତୋଷ ମିଶ୍ର । ନିଜେ ବୋଟ୍ ରେ ବସି ସମସ୍ତ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ବାଲିଯାତ୍ରା ସୁରକ୍ଷାରେ ୭୦ ପ୍ଲାଟୁନ୍ ଫୋର୍ସ, ୪୦୦ ଅଫିସର ଓ ୬୦୦ ହୋମଗାର୍ଡ ମୁତୟନ ହେବେ । ୩୮ଟି ୱାଚ ଟାୱାର ନିର୍ମାଣ କରାଯାଇଛି । ୧୪ ଶହ ପାଖାପାଖି ସିସିଟିଭି ପୂରା ଅଞ୍ଚଳ ଉପରେ ନଜର ରଖିବେ । ରାଷ୍ଟ୍ରପତିଙ୍କ ଗସ୍ତ ବେଳେ, ରୁଟ୍ ଲାଇନରେ ବାରିକେଡିଂ ବ୍ୟବସ୍ଥା କରାଯାଇଛି। ବାଲିଯାତ୍ରା ପଡ଼ିଆରେ ୧୮୦୦ରୁ ଅଧିକ ଷ୍ଟଲ ଲାଗିଛି। ଆଠଦିନ ଧରି ଜମିବ ବାଲିଯାତ୍ରା ।

Post Views: 24
Share198Tweet124Send
Voice of Victims

Voice of Victims

Recent Posts

  • ସୋଆରେ ୩ ଦିନିଆ ସମ୍ମିଳନୀ ‘ଏପିକନ୍ ଓଡ଼ିଶା ୨୦୨୬’, ଏକତ୍ରିତ ହେବେ ୭୦୦ରୁ ୮୦୦ ଚିକିତ୍ସକ ଓ ବିଶେଷଜ୍ଞ
  • ଜାତୀୟ ବୈଜ୍ଞାନିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ: ହୋମିଓପାଥି ଶିକ୍ଷା ଓ ଗବେଷଣାର ଗୁଣାତ୍ମକ ବିକାଶ ଉପରେ ଗୁରୁତ୍ୱ
  • ଓଡ଼ିଶା କଂଗ୍ରେସ ସହ-ପ୍ରଭାରୀ ଭାବେ ଦାୟିତ୍ୱ ନେଲେ ପୂର୍ଣ୍ଣଚନ୍ଦ୍ର କୋକୋ ପାଢ଼ୀ
  • ଚାମେଲିଙ୍କୁ ପୁଣି ହାଇକୋର୍ଟ ଝଟ୍‌କା
  • ଆସନ୍ତାକାଲି ବିଧାନସଭାରେ ଆତ୍ମାହୁତି ଦେବି… ଚରମ ଚେତାବନୀ ଦେଲେ ତାରା ବାହିନୀପତି

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In