• About Us
  • Contact Us
Tuesday, March 24, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଗଣତନ୍ତ୍ର ଦିବସ ପୂର୍ବ ସନ୍ଧ୍ୟାରେ ଦେଶବାସୀଙ୍କୁ ରାଷ୍ଟ୍ରପତିଙ୍କ ଉଦ୍‌ବୋଧନ: ‘ସମ୍ବିଧାନ’ ଆମ ସାମୂହିକ ପରିଚୟର ସର୍ବୋଚ୍ଚ ମୂଳଦୂଆ

by Voice of Victims
January 25, 2025
in ଦେଶ ବିଦେଶ, ବିଶେଷ ପୃଷ୍ଠା, ମୁଖ୍ୟ ଖବର
ଗଣତନ୍ତ୍ର ଦିବସ ପୂର୍ବ ସନ୍ଧ୍ୟାରେ ଦେଶବାସୀଙ୍କୁ ରାଷ୍ଟ୍ରପତିଙ୍କ ଉଦ୍‌ବୋଧନ: ‘ସମ୍ବିଧାନ’ ଆମ ସାମୂହିକ ପରିଚୟର ସର୍ବୋଚ୍ଚ ମୂଳଦୂଆ

ନୂଆଦିଲ୍ଲୀ: ୭୬ତମ ଗଣତନ୍ତ୍ର ଦିବସ ଅବ୍ୟବହିତ ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶନିବାର ସନ୍ଧ୍ୟାରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି ମୁର୍ମୁ ନିଜ ସମ୍ବୋଧନରେ ଦେଶର ସମ୍ବିଧାନ ଠାରୁ ଆରମ୍ଭ କରି ୱାନ୍ ନେସନ୍ ୱାନ୍ ଇଲେକ୍ସନ୍‌, ଡିଜିଟାଲ କାରବାର ତଥା ଦେଶର ଅର୍ଥବ୍ୟବସ୍ଥା ଭଳି ଅନେକ ପ୍ରସଙ୍ଗରେ ନିଜ ଅଭିବ୍ୟକ୍ତି ରଖିଛନ୍ତି। ଶ୍ରୀମତୀ ମୁର୍ମୁ କହିଛନ୍ତି ସମ୍ବିଧାନ ଆମର ସାମୂହିକ ପରିଚୟର ଆଧାର। ସମ୍ବିଧାନ ଆମ ସାମୂହିକ ପରିଚୟର ସର୍ବୋଚ୍ଚ ମୂଳଦୂଆ। ୭୫ବର୍ଷ ପୂର୍ବେ, ୨୬ ଜାନୁଆରୀରେ, ଭାରତର ସମ୍ବିଧାନ କାର୍ଯ୍ୟକାରୀ ହୋଇଥିଲା। ଦେଶର ସମ୍ବିଧାନ କାର୍ଯ୍ୟକାରୀ ହେବାର ୭୫ ବର୍ଷର ସମୟକୁ ଦେଶ ପାଇଁ ଆତ୍ମ ସମୀକ୍ଷାର ସମୟ। ଭାରତର ଗଣତନ୍ତ୍ର ମୂଲ୍ୟ ପ୍ରତିଫଳନ ଆମର ସମ୍ବିଧାନ ରଚନାରେ ମଧ୍ୟ ଦୃଶ୍ୟମାନ ହେଉଛି। ସେଥିରେ ସମସ୍ତ ବର୍ଗଙ୍କର ପ୍ରତିନିଧିତ୍ୱ ରହିଛି। ଉଲ୍ଲେଖନୀୟ କଥା ହେଉଛି ସରୋଜିନୀ ନାଇଡୁ, ରାଜକୁମାରୀ ଅମୃତ କୌର, ସୁଚେତା କ୍ରିପାଲିନି, ହଂସାବେନ୍ ମେହେଟ୍ଟା ଏବଂ ମାଳତୀ ଚୌଧୁରୀଙ୍କ ପରି ୧୫ ଜଣ ଅସାଧାରଣ ମହିଳା ମଧ୍ୟ ସାମିଲ ହୋଇଥିଲେ। ଏଥିରୁ ସ୍ପଷ୍ଟ ଯେ, ସମ୍ବିଧାନ ଆମର ସାମୂହିକ ପରିଚୟର ଆଧାର। ଆଗାମୀ ଦିନରେ ଅର୍ଥନୈତିକ ସଂସ୍କାର ସମର୍ôଥତ ବିକାଶ କାର୍ଯ୍ୟ ଜାରି ରହିବ ବୋଲି ରାଷ୍ଟ୍ରପତି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଶ୍ରୀମତୀ ମୁର୍ମୁ କହିଛନ୍ତି, ଏକାଧିକ ଡିଜିଟାଲ ପେମେଣ୍ଟ ବିକଳ୍ପ ସହିତ ସିଧାସଳଖ ଲାଭ ସ୍ଥାନାନ୍ତରଣ ପ୍ରଣାଳୀ ଅନ୍ତର୍ଭୂକ୍ତିକୁ ପ୍ରୋତ୍ସାହିତ କରିଛି, ଯାହାକି ବହୁ ସଂଖ୍ୟକ ଲୋକଙ୍କୁ ଆନୁଷ୍ଠାନିକ ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ କରିବାକୁ ଅନୁମତି ଦେଇଛି। ଦେଶରେ ଅର୍ଥନୈତିକ ସଂସ୍କାର ସମର୍ôଥତ ପ୍ରଗତି ଜାରି ରହିବ ଏବଂ ଏହାର ଲାଭ ଦେଶର ସମସ୍ତ ହିତାଧିକାରୀଙ୍କୁ ପ୍ରାପ୍ତ ହେବ। ଏତଦ୍‌ବ୍ୟତୀତ ଭାରତୀୟ ପେନାଲ କୋଡ, ଭାରତୀୟ ସିଭିଲ ଡିଫେନ୍ସ କୋଡ ଏବଂ ଭାରତୀୟ ଦଣ୍ଡବିଧି ଆଇନ, ଅପରାଧିକ ପ୍ରକ୍ରିୟା ସଂକେତ ଏବଂ ଭାରତୀୟ ପ୍ରମାଣ ଆଇନ ବଦଳରେ ଭାରତୀୟ ପ୍ରମାଣ ଆଇନ କାର୍ଯ୍ୟକାରୀ କରିବା ନିଷ୍ପତ୍ତି ସବୁଠାରୁ ଉଲ୍ଲେଖନୀୟ ବୋଲି ଶ୍ରୀମତୀ ମୁର୍ମୁ ଅଭିହିତ କରିଛନ୍ତି। ନିଜ ଉଦ୍‌ବୋଧନରେ ରାଷ୍ଟ୍ରପତି କହିଛନ୍ତି, ଭାରତର ଆର୍ôଥକ ଅଭିବୃଦ୍ଧି ହାର ଆକାଶଛୁଆଁ ହେଉଛି। ନିକଟ ଅତୀତରେ ଅର୍ଥନେତିକ ଅଭିବୃଦ୍ଧି ହାର କ୍ରମାଗତ ଭାବରେ ଅଧିକ ରହିଆସିଛି, ଯାହା ଆମ ଯୁବବର୍ଗମାନଙ୍କ ପାଇଁ ରୋଜଗାରର ସୁଯୋଗ ସୃଷ୍ଟି କରିଛି। କୃଷକ ଏବଂ ଶ୍ରମିକଙ୍କ ହାତରେ ଅଧିକ ଟଙ୍କା ଦେଇଛି ଏବଂ ବହୁ ସଂଖ୍ୟକ ଲୋକଙ୍କୁ ଦାରିଦ୍ର‌୍ୟରୁ ମୁକ୍ତି ଦେଇଛି। ଦେଶରେ ଦୂରଦୃଷ୍ଟି ସମ୍ପନ୍ନ ଅର୍ଥନୈତିକ ସଂସ୍କାର ଜାରି ରହିଛି। କେନ୍ଦ୍ର ସରକାରଙ୍କ ସାହସିକ ଏବଂ ଦୂରଦର୍ଶୀ ଅର୍ଥନୈତିକ ସଂସ୍କାରକୁ ପ୍ରଶଂସା କରି ରାଷ୍ଟ୍ରପତି ଆର୍ôଥକ ଅନ୍ତର୍ଭୁକ୍ତୀକରଣର ଲାଭ ସମସ୍ତଙ୍କୁ ମିଳିପାରୁଛି ବୋଲି କହିଛନ୍ତି। ନ୍ୟାୟ, ସ୍ୱାଧୀନତା, ସମାନତା ଏବଂ ଭ୍ରାତୃତ୍ୱ କେବଳ ତତ୍ତ୍ୱିକ ଧାରଣା ନୁହେଁ ଯାହାକୁ ଆମେ ଆଧୁନିକ ଯୁଗରେ ପରିଚିତ କରିଛୁ। ଏହି ଜୀବନ ମୂଲ୍ୟ ସବୁବେଳେ ଆମର ସଭ୍ୟତା ଏବଂ ସଂସ୍କୃତିର ଏକ ଅଂଶ ହୋଇଆସିଛି। ସେହିପରି ୱାନ୍ ନେସନ୍ ୱାନ୍ ଇଲେକ୍‌ସନ୍ ସମ୍ପର୍କରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଛନ୍ତି ଯେ, ଏହା ଦେଶର ପଲିସି ନିର୍ଦ୍ଧାରକ ହୋଇପାରିବା ସହ ଅର୍ଥନୈତିକ ଚାପକୁ ଅନେକାଂଶରେ ହ୍ରାସ କରିପାରିବ।

Post Views: 47
Share199Tweet124Send
Voice of Victims

Voice of Victims

Recent Posts

  • ୩୪ ତମ ବିଶ୍ୱ ଜଳ ଦିବସ, ଦର୍ପନାରାୟଣପୁର ଶୁକୃ ବେହେରା ପାଣିପଞ୍ଚାୟତ ଅଧୀନରେ ରେ ଭାରତ ର ପ୍ରଥମ ସ୍ୱୟଂ ଚାଳିତ କେନାଲ ପ୍ରଣାଳୀ ଲୋକାର୍ପିତ
  • ଇରାନ ରାଜଧାନୀ ଉପରେ ଆମେରିକାର ଭୟଙ୍କର ବୋମା ! ବିଦ୍ୟୁତ ସେବା ଠପ୍, ଅନ୍ଧାରରେ ବୁଡ଼ିଲା ସାରା ସହର
  • ବିଜେଡିରୁ ୬ ନିଲମ୍ବିତ ସଦସ୍ୟଙ୍କ ସଭ୍ୟ ପଦ ରଦ୍ଦ ପାଇଁ ଆଜି ଦରଖାସ୍ତ ! ବାଚସ୍ପତିଙ୍କ ନିଷ୍ପତ୍ତି ଉପରେ ନିର୍ଭର
  • ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ଗ୍ୟାସ୍ ମହଜୁଦ ଅଛି, ଭୟଭୀତ ହୁଅନ୍ତୁ ନାହିଁ: ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
  • ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର, ବର୍ତ୍ତମାନ ୩ ଜିଲ୍ଲାରେ ସକ୍ରିୟ ଅଛନ୍ତି ୧୫ ମାଓବାଦୀ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In