• About Us
  • Contact Us
Monday, May 11, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ରଣପୁର ମହୋତ୍ସବ ‘ଅର୍ଜୁନ-୨୦୨୫’ ପାଇଁ ସାମ୍ବାଦିକ ସମ୍ମିଳନୀ

by Voice of Victims
December 24, 2024
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ରଣପୁର ମହୋତ୍ସବ ‘ଅର୍ଜୁନ-୨୦୨୫’ ପାଇଁ ସାମ୍ବାଦିକ ସମ୍ମିଳନୀ

ରଣପୁର (ଭିଓଭି) : ନୟାଗଡ଼ ଜିଲ୍ଲା ରଣପୁର ମହୋତ୍ସବ ଅର୍ଜ୍ଜୁନ ୨୦୨୫ ଆସନ୍ତା ବର୍ଷ ଜାନୁଆରୀ ୫ ତାରିଖ ର ଜାନୁୟାରୀ ୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଅଛି। ନୟାଗଡ଼ ଜିଲ୍ଲା ର ପ୍ରଥମ ମହୋତ୍ସବ ଭାବେ ରଣପୁର ମହୋତ୍ସବ ର ଓଡ଼ିଶାରେ ଅନେକ ସୁନାମ ରହିଛି। ୨୦୦୬ ମସିହାରେ ରଣପୁର ମହୋତ୍ସବ ର ପ୍ରତିଷ୍ଠାତା ଥିଲେ ତତ୍ କାଳୀନ ଓଡ଼ିଶାର ସମବାୟ ରାଷ୍ଟ୍ରମନ୍ତ୍ରୀ ସୁରମା ପାଢୀ। କାଳର କରାଳ ଚକ୍ରରେ ଇତି ମଧ୍ୟରେ ଅନେକ ବର୍ଷ ଅତିବାହିତ ହୋଇଥିଲେ ମଧ୍ୟ ୨୦୨୫ ମହୋତ୍ସବ ଅର୍ଜ୍ଜୁନ ର ମଙ୍ଗ ଧରିଛନ୍ତି ରଣପୁର ବିଧାୟିକା ତଥା ବାଚସ୍ପତି ସୁରମା ପାଢୀ। ତେଣୁ ମହୋତ୍ସବ କୁ ପ୍ରଚାର ପ୍ରସାର କରିବା ପାଇଁ ସୁରମା ପାଢୀ ଙ୍କ ଅଧ୍ୟକ୍ଷତା, ଅନୁପସ୍ଥିତିରେ ସମ୍ପାଦକ ସ୍ବରାଜ ମହାନ୍ତି ସହଭାଗିତା ରେ ରଣପୁର ମଣିନାଗ ପୀଠ କଲ୍ୟାଣ ମଣ୍ଡପ ରେ ଡିସେମ୍ବର ୨୪ ତାରିଖ ମଧ୍ୟାହ୍ନରେ ଏକ ଗଣମାଧ୍ୟମ ବୈଠକ ଅନୁଷ୍ଠିତ ହୋଇଥିଲା।

ବରିଷ୍ଠ ସାମ୍ବାଦିକ ବିଶ୍ୱରଂଜନ ଆଚାର୍ଯ୍ୟ ଙ୍କ ଆବାହକତ୍ୱରେ ଏକ ମହୋତ୍ସବ ସଞ୍ଚାଳନ କମିଟି ଗଠନ ହୋଇ ଯାଇଛି। ରଣପୁର ମହୋତ୍ସବ ପାଇଁ ରଣପୁର ଗଣମାଧ୍ୟମ ସମନ୍ୱୟ କମିଟି ଗଠନ କରାଯାଇଛି। ଯେଉଁଥିରେ ୪୦ ରୁ ଉର୍ଦ୍ଧ ଛାପା, ବୈଦୁତିକ ଓ ସାମାଜିକ ଗଣମାଧ୍ୟମ ପ୍ରତିନିଧି ଯୋଗଦାନ କରିଥିଲେ। ଆଗାମୀ ଦିନରେ ରଣପୁର ମହୋତ୍ସବ କୁ ଓଡିଶାରେ ଏକ ନମ୍ବର ଭାବେ ପ୍ରଚାର ପ୍ରସାର କରିବା ପାଇଁ ବରିଷ୍ଠ ସାମ୍ବାଦିକ ସୁକାନ୍ତ ପଟ୍ଟନାୟକ ଓ ରଘୁନାଥ ନାୟକଙ୍କ ଦାୟିତ୍ଵ ରେ ବିଭିନ୍ନ ସବ କମିଟିରେ ସାମ୍ବାଦିକ ମାନଙ୍କ ପ୍ରତିନିଧି ରଖିବା ପାଇଁ ପ୍ରସ୍ତାବ ଆଗତ କରାଯାଇଥିଲା । ଏହି ବୈଠକ ରେ ପୁରୀ ସାଂସଦ ଡ଼ଃ ସମ୍ବିତ ପାତ୍ର ଙ୍କ ପ୍ରତିନିଧି ଭାବେ ବରିଷ୍ଠ ଆଇନଜୀବି ପ୍ରିୟବ୍ରତ ପ୍ରହରାଜ,ଉପ ସଭାପତି ପରେଶ ମିଶ୍ର,ବିଜୟ ଜେନା,ରାଜ କିଶୋର ପଟ୍ଟନାୟକ,ଶିବ ପ୍ରସାଦ ମିଶ୍ର ଆଦି ଅନେକ କାର୍ଯ୍ୟ କାରିଣୀ ସଦସ୍ୟ ଯୋଗଦେଇଥିଲେ। ମହୋତ୍ସବ ସଞ୍ଚାଳନ ପାଇଁ ଏକ ଗଣମାଧ୍ୟମ ସମନ୍ୱୟ କମିଟି ଗଠନ କରାଯାଇଛି।ଆଗାମୀ ଡିସେମ୍ବର ୨୭ ରେ ଏକ ସାଧାରଣ ବୈଠକ ହେବାପାଇଁ ସ୍ଥିରୀକୃତ ହୋଇଅଛି। ରଣପୁର ଜନ ସାଧାରଣ ଙ୍କ ସହଯୋଗ କାମନା କରାଯାଇଛି।

Post Views: 148
Share205Tweet128Send
Voice of Victims

Voice of Victims

Recent Posts

  • ବାଲିଅନ୍ତା ଭିଡ଼ ହିଂସା ଘଟଣା; ଅତ୍ୟନ୍ତ କ୍ଷବ୍ଧ ମୁଖ୍ୟମନ୍ତ୍ରୀ ଦେଲେ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ
  • ଆସନ୍ତା ୧୧ରୁ ପୁଣି ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଗଣତି ମଣତି କାର୍ଯ୍ୟ
  • ତାମିଲନାଡୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବିଜୟ, ସମାରୋହରେ ରାହୁଲ ଗାନ୍ଧୀ ସାମିଲ
  • ଓଡ଼ିଶାକୁ ଘାରିଲା ବାତ୍ୟା ଭୟ ! ୧୧ରେ ଲଘୁଚାପ ସମ୍ଭାବନା, ୧୩ ତାରିଖ ସୁଦ୍ଧା ସ୍ପଷ୍ଟ ହେବ ଚିତ୍ର
  • ‘ନବୀନ ନିବାସ’ ସାମ୍ନାରୁ ହଟିବ ବ୍ୟାରିକେଡ୍‌ ! ହାଇକୋର୍ଟଙ୍କ ଅସନ୍ତୋଷ ପରେ ତତ୍ପର ପୂର୍ତ୍ତ ବିଭାଗ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In