• About Us
  • Contact Us
Tuesday, March 24, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଉତ୍କର୍ଷ ଓଡିଶାରେ ପ୍ରଧାନମନ୍ତ୍ରୀ ମୋଦି, କନଭେନସନ ଓ କନସର୍ଟ ପରି ନୂଆ ପର୍ଯ୍ୟଟନ ପାଇଁ ଦେଲେ ଆହ୍ବାନ

by Voice of Victims
January 28, 2025
in ଦେଶ ବିଦେଶ, ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ଉତ୍କର୍ଷ ଓଡିଶାରେ ପ୍ରଧାନମନ୍ତ୍ରୀ ମୋଦି, କନଭେନସନ ଓ କନସର୍ଟ ପରି ନୂଆ ପର୍ଯ୍ୟଟନ ପାଇଁ ଦେଲେ ଆହ୍ବାନ

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭୁବନେଶ୍ବରର ଜନତା ମଇଦାନରେ ଆୟୋଜିତ ଉତ୍କର୍ଷ ଓଡିଶା ସମ୍ମିଳନୀକୁ ଉଦଘାଟନ କରିଛନ୍ତି। ଏହି ଅବସରରେ ସେ ଓଡିଶାର ବିକାଶ ପାଇଁ ନୂଆ ସମ୍ଭାବନାର ଆଶା ସଂଚାର କରିଛନ୍ତି। ମୁଖ୍ୟତଃ ଓଡିଶାର ଶିଳ୍ପ ସହିତ ପର୍ଯ୍ୟଟନର ବିକାଶ ପାଇଁ ନିବେଶକ ଆଗେଇ ଆସିବାକୁ ସେ ଆହ୍ବାନ କରିଛନ୍ତି। ଆଜି ଜନତା ମଇଦାନରେ ଆୟୋଜିତ ଏହି ସମ୍ମିଳନୀରେ ସେ ଓଡିଶାରେ କନଭେନସ ଓ ଲାଇଭ କନସର୍ଟ ପର୍ଯ୍ୟଟନ ପାଇଁ ଆଗେଇ ଆସିବାକୁ ନିବେଶକଙ୍କୁ କହିଛନ୍ତି। ସେ ଉଦବୋଧନ ଦେଇ କହିଛନ୍ତି ଯେ, ଦିଲ୍ଲୀରେ ଭାରତ ମଣ୍ଡପମ ପରି ଓଡିଶାରେ ମଧ୍ୟ ଏକ ବଡ ମଣ୍ଡପର ଆବଶ୍ୟକତା ରହିଛି। କାରଣ ଓଡିଶାରେ ଯେପରି ପ୍ରାକୃତିକ ତଥା ଐତିହାସିକ ସ୍ଥଳ ରହିଛି ତାହା ଏହି କନଭେସନ କରାଗଲେ ଉନ୍ନତି ହୋଇପାରିବ। ଦେଶ ବିଦେଶରୁ ଲୋକେ ଆସି ଏଠାରେ ସମ୍ମିଳନୀର ଆୟୋଜନ କରିବେ। ସେହିପରି ଓଡିଶାରେ ଯେପରି ସାଂସ୍କୃତିକ ଶୋଭାରାଶି ରହିଛି ତାହା ମଧ୍ୟ ବେଶ ଆକର୍ଷଣୀୟ ବୋଲି ମୋଦି କହିଥିଲେ। ସେଥିପାଇଁ ଓଡିଶା ଲାଇଭ କନସର୍ଟ କାର୍ଯ୍ୟକ୍ରମ ପାଇଁ ଉପଯୁକ୍ତ ସ୍ଥଳ। ଏ କ୍ଷେତ୍ରରେ ଦେଶ ବିଦେଶର ଇଭେଣ୍ଟ ସଂସ୍ଥାମାନେ ଆଗେଇ ଆସିବା ଉଚିତ ବୋଲି ମୋଦି କହିଥିଲେ। ବର୍ତ୍ତମାନ ସାରା ବିଶ୍ବରେ ଏହି ଲାଇଭ କନସର୍ଟ ଏକ ନୂଆ ରୂପନେବାରେ ଲାଗିଛି। ଏଥିପାଇଁ କୋଟିକୋଟି ଟଙ୍କା ବିନିଯୋଗ ମଧ୍ୟ ହେଉଛି ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ।ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣ ପ୍ରଥମେ ସେହି ଜୟ ଜଗନ୍ନାଥ ବୋଲି କହି ଆରମ୍ଭ କରିଥିଲେ। ଏହାପରେ ସେ ଓଡିଶାର ପ୍ରାଚୀନ ନୌବାଣିଜ୍ୟ ପରଂପରା ଉପରେ ବର୍ଣ୍ଣନା କରିଥିଲେ। ଏଥିରେ ସେ ଓଡିଶାରେ କେବଳ ଟ୍ରାଡିସନ ନାହିଁ ଟ୍ରେଡ ମଧ୍ୟ ରହିଛି ବୋଲି କହିଥିଲେ।ସେତେବେଳେ ଓଡିଶା ଭାରତର ଗେଟୱେ ଥିଲା। ସେହି ପ୍ରାଚୀନ ଟ୍ରେଡ ପରଂପରାକୁ ବର୍ତ୍ତମାନର ରାଜ୍ୟ ସରକାର ସାକାର କରିବେ। ଆଉ ଓଡିଶାର ବିକାଶ ବେଶ ଉପରକୁ ଛୁଇଁବ ବୋଲି ସେ କହିଥିଲେ।ମୋଦି ଅଭିଭାଷଣ ବେଳେ ନିବେଶକଙ୍କୁ କହିଥିଲେ ଯେ, ଓଡିଶାରେ ନିବେଶ କରିବାକୁ ହେଲେ ଏହି ସମୟ ହେ ସହି ସମୟ। ଅର୍ଥାତ ଓଡିଶାରେ ନିବେଶ କରିବା ପାଇଁ ବର୍ତ୍ତମାନର ସମୟ ହେଉଛି ଠିକ ସମୟ। ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି କଥାକୁ ଉଲ୍ଲେଖ କରିଥିବାରୁ ପ୍ରଧାନମନ୍ତ୍ରୀ ତାହାକୁ ପୁଣି ଥରେ ନିବେଶକଙ୍କୁ ମନେ ପକାଇଥିଲେ।ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣ ବେଳେ କହିଥିଲେ ଯେ, ବର୍ତ୍ତମାନ ଏହି ଉତ୍କର୍ଷ ଓଡିଶା କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ନିବେଶକ ଯୋଗଦେଇଛନ୍ତି। ପୂର୍ବରୁ ଯେତେ ଏହି ସମ୍ମିଳନୀ ହୋଇଥିଲା ସେଥିରେ ଏତେ ନିବେଶକ ଆସି ନ ଥିଲେ। ବର୍ତ୍ତମାନ ପ୍ରାୟ ଛଅ ଗୁଣା ଅଧିକ ନିବେଶକ ଓଡିଶା ଆସିଛନ୍ତି କହି ନବୀନ ସରକାରଙ୍କରୁ ପରୋକ୍ଷରେ କେଞ୍ଚି ଥିଲେ। ଶେଷରେ ମୋଦି କହିଥିଲେ ଯେ, ବିକଶିତ ଭାରତର ପ୍ରମୁଖ କେନ୍ଦ୍ର ହେବ ଓଡିଶା। ଓଡିଶା ହିଁ ବିକଶିତ ଭାରତର ପ୍ରମୁଖ ଭୂମିକା ଗ୍ରହଣ କରିବ।

Post Views: 47
Share200Tweet125Send
Voice of Victims

Voice of Victims

Recent Posts

  • ୩୪ ତମ ବିଶ୍ୱ ଜଳ ଦିବସ, ଦର୍ପନାରାୟଣପୁର ଶୁକୃ ବେହେରା ପାଣିପଞ୍ଚାୟତ ଅଧୀନରେ ରେ ଭାରତ ର ପ୍ରଥମ ସ୍ୱୟଂ ଚାଳିତ କେନାଲ ପ୍ରଣାଳୀ ଲୋକାର୍ପିତ
  • ଇରାନ ରାଜଧାନୀ ଉପରେ ଆମେରିକାର ଭୟଙ୍କର ବୋମା ! ବିଦ୍ୟୁତ ସେବା ଠପ୍, ଅନ୍ଧାରରେ ବୁଡ଼ିଲା ସାରା ସହର
  • ବିଜେଡିରୁ ୬ ନିଲମ୍ବିତ ସଦସ୍ୟଙ୍କ ସଭ୍ୟ ପଦ ରଦ୍ଦ ପାଇଁ ଆଜି ଦରଖାସ୍ତ ! ବାଚସ୍ପତିଙ୍କ ନିଷ୍ପତ୍ତି ଉପରେ ନିର୍ଭର
  • ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ଗ୍ୟାସ୍ ମହଜୁଦ ଅଛି, ଭୟଭୀତ ହୁଅନ୍ତୁ ନାହିଁ: ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
  • ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର, ବର୍ତ୍ତମାନ ୩ ଜିଲ୍ଲାରେ ସକ୍ରିୟ ଅଛନ୍ତି ୧୫ ମାଓବାଦୀ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In