• About Us
  • Contact Us
Saturday, March 28, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ପ୍ରଧାନମନ୍ତ୍ରୀ ମୋଦୀଙ୍କ କଠୋର ନିର୍ଦ୍ଦେଶ: ବିଦା ହେବେ ଅଳସୁଆ ଓ ଦୁର୍ନୀତିଖୋର କର୍ମଚାରୀ

by Voice of Victims
October 11, 2024
in ଦେଶ ବିଦେଶ, ବିଶେଷ ପୃଷ୍ଠା, ମୁଖ୍ୟ ଖବର
ପ୍ରଧାନମନ୍ତ୍ରୀ ମୋଦୀଙ୍କ କଠୋର ନିର୍ଦ୍ଦେଶ: ବିଦା ହେବେ ଅଳସୁଆ ଓ ଦୁର୍ନୀତିଖୋର କର୍ମଚାରୀ

ନୂଆଦିଲ୍ଲୀ : କାମରେ ଠକୁଥିବା ଏବଂ ଦୁର୍ନୀତିଖୋର କେନ୍ଦ୍ରୀୟ କର୍ମଚାରୀଙ୍କୁ ଚାକିରିରୁ ବିଦା କରାଯିବ। ଜନତାଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସେମାନଙ୍କୁ ବାଧ୍ୟତାମୂଳକ ଅବସର ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ରୀୟ ତଥା ବିଭାଗୀୟ ସଚିବମାନଙ୍କୁ ନିର୍ଦେଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ସମସ୍ତ କର୍ମଚାରୀଙ୍କ କାର୍ଯ୍ୟର ମୂଲ୍ୟାୟନ କରାଯାଉ। ଯେଉଁମାନେ କାର୍ଯ୍ୟରେ ଅବହେଳା ପ୍ରଦର୍ଶନ କରୁଛନ୍ତି କିମ୍ବା ଦୁର୍ନୀତିରେ ଲିପ୍ତ ରହୁଛନ୍ତି ସେମାନଙ୍କୁ ବହିଷ୍କାର କରିବା ଲାଗି ସରକାରଙ୍କ ପୂର୍ଣ୍ଣ କ୍ଷମତା ରହିଛି। ପ୍ରକାଶ, ଗତ ବୁଧବାର ପ୍ରଧାନମନ୍ତ୍ରୀ ମୋଦୀ ସମସ୍ତ କେନ୍ଦ୍ରୀୟ ମନ୍ତ୍ରୀ ଏବଂ ସଚିବମାନଙ୍କ ସହିତ ଆଲୋଚନା କରିବା ସମୟରେ ଏହି ନିର୍ଦେଶ ଦେଇଛନ୍ତି। ସିସିଏସ୍ (ପେନ୍‌ସନ୍‌) ନିୟମର ମୌଳିକ ନିୟମ ୫୬ (ଜେ)ର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି। ମୌଳିକ ନିୟମ ୫୬(ଜେ) ଅନୁସାରେ, ଯଦି କୌଣସି କର୍ମଚାରୀ ନିଜ କାର୍ଯ୍ୟ ପାଇଁ ଅନ୍‌ଫିଟ୍ ବା ଅନୁପଯୁକ୍ତ ସାବ୍ୟସ୍ତ ହେବେ, ତେବେ ସରକାର ତାଙ୍କୁ ଯେକୌଣସି ସମୟରେ ବହିଷ୍କାର କରିପାରିବେ। ବାଧ୍ୟତାମୂଳକ ଅବସର କ୍ଷେତ୍ରରେ ସରକାର ଉକ୍ତ କର୍ମଚାରୀଙ୍କୁ ୩ ମାସ ଆଗରୁ ନୋଟିସ ପ୍ରଦାନ କରିବେ ଅଥବା ଆଗୁଆ ୩ ମାସ ଦରମା ଏବଂ ଅନ୍ୟାନ୍ୟ ଭତ୍ତା ଦେଇ ଚାକିରିରୁ ବିଦା କରିବେ।

Post Views: 40
Share199Tweet124Send
Voice of Victims

Voice of Victims

Recent Posts

  • କରୋନା ଭୂତାଣୁର ଏକ ନୂଆ ରୂପ, ୨୩ଟି ଦେଶକୁ ମାଡ଼ିଗଲାଣି ‘ସିକାଡ଼ା’
  • ଲଦାଖରେ ବଡ ଧରଣର ହିମସ୍ଖଳନ, ୭ ମୃତ ଓ ୫ ଗୁରୁତର ଆହତ
  • ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ସ୍ଥଳସେନା ମୁଖ୍ୟ, ଶ୍ରୀଜିଉଙ୍କୁ କଲେ ଦର୍ଶନ
  • ବାରିପଦାରେ କାଳବୈଶାଖୀ ତାଣ୍ଡବ, ୨ ମୃତ ଓ ୩ ଆହତ
  • ପତଞ୍ଜଳି ପକ୍ଷରୁ ରାମନବମୀ ଓ ସନ୍ୟାସ ଦିକ୍ଷା ଦିବସ ପାଳନ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In