• About Us
  • Contact Us
Saturday, June 20, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଓଡ଼ିଶାକୁ ମିଳିବ ୪୬,୦୦୦ କୋଟିର ପ୍ରକଳ୍ପ ଭେଟି

by Voice of Victims
June 20, 2026
in ଆଞ୍ଚଳିକ ଖବର, ଦେଶ ବିଦେଶ, ମୁଖ୍ୟ ଖବର, ରାଜ୍ୟ
ପ୍ରଧାନମନ୍ତ୍ରୀଙ୍କ ମନ କି ବାତ୍ କାର୍ଯ୍ୟକ୍ରମ, ‘ପାର୍ବତୀ ଗିରି’ଙ୍କୁ ପ୍ରେରଣାର ଉତ୍ସ ବୋଲି କହିଲେ ମୋଦି

ଭୁବନେଶ୍ବର: ଆଜି ମୟୂରଭଞ୍ଜ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଓଡ଼ିଶାକୁ ମିଳିବ ୪୬,୦୦୦ କୋଟିର ପ୍ରକଳ୍ପ ଭେଟି । ପ୍ରଧାନମନ୍ତ୍ରୀ ମୋଦି ଆଜି ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆସୁଛନ୍ତି । ରାଜ୍ୟରେ ବିଜେପି ନେତୃତ୍ୱାଧୀନ ସରକାର ଗଠନ ହେବାର ଦୁଇ ବର୍ଷ ପୂର୍ତ୍ତି ଅବସରରେ ଏହି ଗସ୍ତର ଆୟୋଜନ କରାଯାଇଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ରାଜ୍ୟ ପାଇଁ ୪୬ ହଜାର କୋଟିରୁ ଅଧିକ ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ।

ପୂର୍ବାହ୍ଣ ପ୍ରାୟ ୧୧ଟା୫ ମିନିଟ୍ ରେ ପ୍ରଧାନମନ୍ତ୍ରୀ ମୟୂରଭଞ୍ଜ ଜିଲ୍ଲାର ପାହାଡ଼ପୁର ହେଲିପ୍ୟାଡ୍ ରେ ପହଞ୍ଚିବେ । ଏହାପରେ ସେ ସ୍ଥାନୀୟ ଗୋସାଣୀ ପୀଠ ପରିଦର୍ଶନ କରି ପ୍ରାର୍ଥନା କରିବେ । ପାହାଡ଼ପୁର ଅଞ୍ଚଳରେ ପ୍ରଧାନମନ୍ତ୍ରୀ ପ୍ରାୟ ଏକ ଘଣ୍ଟା ସମୟ ଅତିବାହିତ କରିବେ । ସେଠାରେ ପ୍ରଧାନମନ୍ତ୍ରୀ ମୋଦି ଓ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସ୍ଥାନୀୟ ବାସିନ୍ଦାମାନଙ୍କ ସହ ଆଲୋଚନା କରିବା ସହ ଏକ ବିଦ୍ୟାଳୟ, ଦକ୍ଷତା ବିକାଶ କେନ୍ଦ୍ର ଏବଂ ଆଞ୍ଚଳିକ ସଫଳତା ସମ୍ପର୍କିତ ପ୍ରଦର୍ଶନୀ ବୁଲି ଦେଖିବାର କାର୍ଯ୍ୟକ୍ରମ ରହିଛି ।

ପାହାଡ଼ପୁର ଗାଁ ହେଉଛି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଶ୍ୱଶୁର ଘର ଗ୍ରାମ । ପ୍ରଧାନମନ୍ତ୍ରୀ ସେଠାରେ ଥିବା ପ୍ରସିଦ୍ଧ ‘ଗୋସାଣୀ ପୀଠ’ ସେବାଶ୍ରମକୁ ଯାଇ ପୂଜାର୍ଚ୍ଚନା କରିବେ । ଏହାପରେ ରାଜ୍ୟ ବିଜେପି ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଉପଲକ୍ଷେ ରାଇରଙ୍ଗପୁରଠାରେ ଆୟୋଜିତ ଜନସଭାରେ ପ୍ରଧାନମନ୍ତ୍ରୀ ଯୋଗଦେବେ । ସେଠାରେ ଏକ ବିଶାଳ ଜନସମୁଦ୍ରକୁ ସମ୍ବୋଧିତ କରିବା ସହ ରାଜ୍ୟର ଭିତ୍ତିଭୂମି, ରାସ୍ତାଘାଟ, ଜାତୀୟ ରାଜପଥ, ରେଳପଥ, ଜଳସେଚନ, ପାନୀୟ ଜଳ, ସ୍ୱାସ୍ଥ୍ୟ ଓ ଗ୍ରାମୀଣ ବିକାଶ ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ୪୬,୦୦୦ କୋଟିରୁ ଅଧିକ ଟଙ୍କାର ଅନେକ ପ୍ରକଳ୍ପର ଭେଟି ଦେବେ । ୬୦୦ ମେଗାୱାଟ୍ ବିଶିଷ୍ଟ ଅପର୍ ଇନ୍ଦ୍ରାବତୀ ପମ୍ପଡ୍ ଷ୍ଟୋରେଜ ପ୍ରକଳ୍ପ ଓ ଇବ୍ ଥର୍ମାଲ୍ ପାୱାର୍ ଷ୍ଟେସନର ଦ୍ୱିତୀୟ ପର୍ଯ୍ୟାୟ ସମ୍ପ୍ରସାରଣର ଶିଳାନ୍ୟାସ କରିବେ ।

ଝାରସୁଗୁଡ଼ା ଜିଲ୍ଲାର ଲଖନପୁରଠାରେ ‘ଭାରତ କୋଲ୍ ଗ୍ୟାସିଫିକେସନ୍ ଆଣ୍ଡ କେମିକାଲ୍ସ ଲିମିଟେଡ୍’ ପ୍ରକଳ୍ପ, କଟକ ଓ ଭୁବନେଶ୍ୱରକୁ ସିଧାସଳଖ ଯୋଡ଼ୁଥିବା କାଠଯୋଡ଼ି ନଦୀ ଉପରେ ନୂତନ ସେତୁ, ବୌଦ୍ଧ ଜିଲ୍ଲାର ଧଲପୁର-ହରଭଙ୍ଗା ରାସ୍ତାର ସମ୍ପ୍ରସାରଣ ଏବଂ NH-353 ର ନୂଆପଡ଼ାରୁ ଘାଟିପଡ଼ା ପର୍ଯ୍ୟନ୍ତ ୪-ଲେନ୍ ବିଶିଷ୍ଟ ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ରାଇରଙ୍ଗପୁରରେ ଇଗ୍ନୋ ଆଞ୍ଚଳିକ କେନ୍ଦ୍ର ଓ ଇନଡୋର ବ୍ୟାଡମିଣ୍ଟନ କମ୍ପ୍ଲେକ୍ସର ଶିଳାନ୍ୟାସ ହେବ। ରାଜ୍ୟର ବିଭିନ୍ନ ଜିଲ୍ଲାରେ ୨୪ଟି ଅଟଳ ବସ୍ ଷ୍ଟାଣ୍ଡ ଓ ୯ଟି ଅଟୋମେଟେଡ୍ ଟେଷ୍ଟିଂ ଷ୍ଟେସନ, ଯାଜପୁର କେନ୍ଦୁଝର ରୋଡ୍-ବୈତରଣୀ ରୋଡ୍ ଏବଂ ହିନ୍ଦୋଳ ରୋଡ୍-ମେରାମଣ୍ଡଳୀ ମଲ୍ଟି-ଟ୍ରାକିଂ ପ୍ରକଳ୍ପର ଉଦଘାଟନ ହେବ। ଏହା ସହିତ ରାଇରଙ୍ଗପୁରଠାରେ ସ୍ପୋର୍ଟସ କମ୍ପ୍ଲେକ୍ସ ଏବଂ ଜନଜାତି ଗବେଷଣା କେନ୍ଦ୍ର ର ମଧ୍ୟ ଉଦଘାଟନ କରାଯିବ।

୨୦୨୪ ଜୁନ୍ ୧୨ ରେ ଓଡ଼ିଶାରେ ପ୍ରଥମ ଥର ପାଇଁ ବିଜେପି ସରକାର ଗଠନ ହୋଇଥିଲା। ଏହି ଗସ୍ତ ସରକାରଙ୍କ ସଫଳତାର ଦ୍ୱିତୀୟ ବର୍ଷକୁ ସେଲିବ୍ରେଟ୍ କରୁଛି। ମୋହନ ମାଝୀ ସରକାର କ୍ଷମତାକୁ ଆସିବା ପରେ ପ୍ରଧାନମନ୍ତ୍ରୀଙ୍କର ଏହା ଓଡ଼ିଶାକୁ ଅଷ୍ଟମଗସ୍ତ । ଯାହା କେନ୍ଦ୍ର ସରକାରଙ୍କ ଓଡ଼ିଶା ପ୍ରତି ଥିବା ଫୋକସକୁ ଦର୍ଶାଉଛି। ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜନ୍ମଦିନ ହୋଇଥିବାରୁ, ଏହି ଗସ୍ତ ମୟୂରଭଞ୍ଜ ମାଟି ପାଇଁ ସାଂସ୍କୃତିକ ଏବଂ ଭାବଗତ ମହତ୍ତ୍ୱ ବହନ କରୁଛି। ପ୍ରଧାନମନ୍ତ୍ରୀଙ୍କ ଆଗମନକୁ ନେଇ ସାରା ମୟୂରଭଞ୍ଜରେ ଏବେ ଉତ୍ସାହର ପରିବେଶ। ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିବା ବେଳେ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିବା ପାଇଁ ଲକ୍ଷ ଲକ୍ଷ ଜନସାଧାରଣ ଏକାଠି ହେବାକୁ ଯାଉଛନ୍ତି ।

Post Views: 77
Share200Tweet125Send
Voice of Victims

Voice of Victims

Recent Posts

  • ରମେଶ ଚନ୍ଦ୍ର ମିଶ୍ରଙ୍କ ଗୋବର୍ଦ୍ଧନେଶ୍ୱର ପୁସ୍ତକ ଉନ୍ମୋଚିତ
  • ସିଗନାଲସ କୋରରୁ 6 ଓଡ଼ିଆ ଅଗ୍ନିବୀରଙ୍କ ସହିତ 726 ଅଗ୍ନିବୀରଙ୍କ ପାସିଂ ଆଉଟ ପ୍ୟାରେଡ ସମ୍ପନ୍ନ
  • ରାଇରଙ୍ଗପୁରରେ ମେଗା ପାଇପ୍ ଜଳଯୋଗାଣ ପ୍ରକଳ୍ପ ସହ ଏକାଧିକ ପ୍ରକଳ୍ପର ଉଦ୍‌ଘାଟନ କଲେ ରାଷ୍ଟ୍ରପତି
  • ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଓଡ଼ିଶାକୁ ମିଳିବ ୪୬,୦୦୦ କୋଟିର ପ୍ରକଳ୍ପ ଭେଟି
  • ଓଡ଼ିଶାକୁ ମିଳିବ ଆଉ ୪୦୦ ଇ-ବସ୍, ରାସ୍ତାରେ ଗଡ଼ିବ ହାଇଡ୍ରୋଜେନ୍ ବସ୍

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In