• About Us
  • Contact Us
Thursday, February 5, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ପାଲି ସାଂସଦ ଖେଳ ମହାକୁମ୍ଭରେ ପ୍ରଧାନମନ୍ତ୍ରୀଙ୍କ ଉଦ୍‌ବୋଧନ

by Voice of Victims
February 4, 2024
in ଦେଶ ବିଦେଶ, ମୁଖ୍ୟ ଖବର
ପାଲି ସାଂସଦ ଖେଳ ମହାକୁମ୍ଭରେ ପ୍ରଧାନମନ୍ତ୍ରୀଙ୍କ ଉଦ୍‌ବୋଧନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ଆଭାସୀ ମାଧ୍ୟମରେ ପାଲି ସାଂସଦ ଖେଳ ମହାକୁମ୍ଭ କୁ ସମ୍ବୋଧିତ କରିଛନ୍ତି । ଉଲ୍ଲେଖନୀୟ କ୍ରୀଡା ନୈପୁଣ୍ୟ ପ୍ରଦର୍ଶନ ନିମନ୍ତେ ଅଂଶଗ୍ରହଣକାରୀଙ୍କୁ ଅଭିନନ୍ଦନ ଜଣାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ “ଖେଳରେ କେବେ ମଧ୍ୟ କୌଣସି ପରାଜୟ ନ ଥାଏ,  ଆପଣମାନେ ବିଜୟୀ ହେବେ, ନ ହେଲେ କିଛି ଶିଖିବେ । ସେଥିପାଇଁ ମୁଁ କେବଳ କ୍ରୀଡାବିତ୍ ନୁହେଁ, ସେମାନଙ୍କ ପ୍ରଶିକ୍ଷକ ଓ ଏଠାରେ ଉପସ୍ଥିତ ସେମାନଙ୍କ ପରିବାରବର୍ଗଙ୍କୁ ଶୁଭେଚ୍ଛା ଜଣାଉଛି ।” କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ଦେଶ ଓ ଯୁବାଗୋଷ୍ଠୀର ବିକାଶରେ କ୍ରୀଡାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ସେ କହିଥିଲେ ଯେ “ସାଂସଦ ଖେଳ ମହାକୁମ୍ଭରେ ଦେଖାଦେଇଥିବା ଉତ୍ସାହ ଓ ଆତ୍ମବିଶ୍ୱାସ ଆଜି ପ୍ରତ୍ୟେକ ଯୁବକ ଯୁବତୀ ଓ ଖେଳାଳୀମାନଙ୍କ ପରିଚୟ ପାଲଟିଛି  । ସରକାରଙ୍କ କ୍ରୀଡା ପ୍ରତି ଉତ୍ସାହ ପ୍ରତ୍ୟେକ ଖେଳାଳୀର ଉତ୍ସାହକୁ ପଡିଆରେ ଶକ୍ତିଶାଳୀ କରିଥାଏ । ବର୍ତ୍ତମାନ ସରକାରଙ୍କ ଏପରି କାର୍ଯ୍ୟକ୍ରମ ସଂଗଠିତ କରିବା ଯୋଗୁଁ ସାଂସଦ ଖେଳ ମହାକୁମ୍ଭ ରାଜ୍ୟ ଓ ବିଭିନ୍ନ ଜିଲ୍ଲାର ଲକ୍ଷ ଲକ୍ଷ କ୍ରୀଡାବିତ୍‌ଙ୍କୁ ଏକ ମଂଚ ପ୍ରଦାନ କରିଛି । ଏହା ନୂତନ ଓ ସୃଷ୍ଟି ହେଉଥିବା ନୂତନ ପ୍ରତିଭାଙ୍କ ନିମନ୍ତେ ଏକ ମାଧ୍ୟମ ପାଲଟିଛି । ପ୍ରଧାନମନ୍ତ୍ରୀ ମୁଖ୍ୟତଃ ମହିଳା କ୍ରୀଡାବିତ୍ ପାଇଁ ଉତ୍ସର୍ଗୀକୃତ ସଂଗଠନ ଉପରେ ଗୁରୁତ୍ୱ ଆରୋପ କରିଥିଲେ । ପ୍ରଧାନମନ୍ତ୍ରୀ ସାଂସଦ ଖେଳ ମହାକୁମ୍ଭରେ ପାଲିର ୧୧୦୦ ପିଲାଙ୍କ ସହ ଅଂଶଗ୍ରହଣ କରୁଥିବା ଦୁଇ ଲକ୍ଷ ପ୍ରତିଯୋଗୀଙ୍କୁ ପ୍ରଶଂସା କରିଥିଲେ । କାର୍ଯ୍ୟକ୍ରମ ଜରିଆରେ କ୍ରୀଡାବିତ୍ ମାନେ ପାଉଥିବା ସୁଯୋଗକୁ ସେ ସ୍ୱୀକାର କରିଥିଲେ । ପାଲିର ସାଂସଦ ସଦସ୍ୟ ଶ୍ରୀ ପି.ପି. ଚୌଧୁରୀଙ୍କ ପ୍ରଶଂସନୀୟ ଉଦ୍ୟମ ପାଇଁ ସେ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ । ରାଜସ୍ଥାନ ଓ ସର୍ବୋପରି ଦେଶର ଯୁବାଗୋଷ୍ଠୀର କ୍ରୀଡାର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଗୁରୁତ୍ୱା୍ରଆରୋପ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ “ରାଜସ୍ଥାନର ସାହସୀ ଯୁବାଗୋଷ୍ଠୀ ସଶସ୍ତ୍ର ସେନା ଓ କ୍ରୀଡ। କ୍ଷେତ୍ରରେ ଦେଶକୁ ଗୌରବ ଆଣି ଦେଇଛନ୍ତି । ମୁଁ ନିଶ୍ଚିତ ଯେ ତୁମେ କ୍ରୀଡାବିତ୍‌ଗଣ ଏହି ଉଦ୍ୟମକୁ ଅବ୍ୟାହତ ରଖିବ ।” ଖେଳର ଅବସ୍ଥାନ୍ତର ଶକ୍ତି ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ “ କ୍ରୀଡାର ମଧୁତରା କେବଳ ବିଜୟରେ ନିହିତ ନାହିଁ । ଏହା ମଧ୍ୟ ନିରବଚ୍ଛିନ୍ନ ବ୍ୟକ୍ତିଗତ ବିକାଶକୁ ତ୍ୱରାନ୍ୱିତ କରିଥାଏ । କ୍ରୀଡା ଉତ୍କର୍ଷର କୌଣସି ସୀମା ନାହିଁ , ଆମକୁ ସମସ୍ତ ଶକ୍ତି ଖଟାଇ ଏହାକୁ ଅବ୍ୟାହତ ରଖିବାକୁ ହେବ ।” ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ ଯେ କ୍ରୀଡାର ସବୁଠାରୁ ବଡ ଶକ୍ତି ହେଲା ଏହା ଯୁବଗୋଷ୍ଠୀକୁ ଅନେକ ବଦଭ୍ୟାସରୁ ଦୂରେଇ ଥାଏ । କ୍ରୀଡା ନମନୀୟତା ଗୁଣ ଆଣିବା ସହ ଏକାଗ୍ରତା ବୃଦ୍ଧି କରେ ଓ ଆମକୁ ଧ୍ୟାନର କେନ୍ଦ୍ରବିନ୍ଦୁ କରି ଗଢି ତୋଳିଥାଏ । ସେ ଦୃଷ୍ଟିରୁ ଖେଳ ବ୍ୟକ୍ତିଗତ ବିକାଶରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ଯୁବାକଲ୍ୟାଣ ନେଇ ସରକାରଙ୍କ ଅଙ୍ଗୀକାରବଦ୍ଧତା ଉପରେ ଶ୍ରୀ ମୋଦୀ କହିଥିଲେ ଯେ “ ସେ କେଗଦ୍ର ହେଉ ବା ରାଜ୍ୟ ବର୍ତ୍ତମାନର ସରକାର ଯୁବାଗୋଷ୍ଠୀର କ୍ରୀଡା ରୁଚିକୁ ପ୍ରାଧାନ୍ୟ ଦେଉଛନ୍ତି । କ୍ରୀଡାବିତ୍‌ଙ୍କୁ ଅଧିକ ସୁଯୋଗ ଦେବା, ଚୟନ ପ୍ରକ୍ରିୟାରେ ସ୍ୱଚ୍ଛତା ରକ୍ଷା ତ୍ତ୍ୱଓ ସମ୍ବଳ ବରାଦ କରି ସରକାର ଅନେକ ଉପାୟରେ ଭାରତୀୟ ଖେଳାଳୀମାନଙ୍କୁ ସମର୍ଥନ କରିଛନ୍ତି ।

Post Views: 32
Share198Tweet124Send
Voice of Victims

Voice of Victims

Recent Posts

  • ସଂସଦରେ କାଲି ମୋଦିଙ୍କ ଉପରକୁ ଆକ୍ରମଣ ହୋଇଥାନ୍ତା : ଲୋକସଭା ବାଚସ୍ପତି
  • ଅନୁରାଗ ଠାକୁରଙ୍କୁ ସୁପ୍ରିମକୋର୍ଟରୁ ଆଶ୍ବସ୍ତି, ବିସିସିଆଇ ସହିତ କରିପାରିବେ କାମ
  • ରାଷ୍ଟ୍ରୀୟ ପ୍ରତୀକ ବା ଚିହ୍ନକୁ ଅପବ୍ୟବହାର ନେଇ ଜନସ୍ବାର୍ଥ ମାମଲା, ରୋକିବାକୁ ହାଇକୋର୍ଟଙ୍କ କଡା ନିର୍ଦ୍ଦେଶ
  • ଆଇଏଏସ ସ୍ତରରେ ବଡ଼ ଅଦଳବଦଳ, ଅରବିନ୍ଦ ପାଢ଼ୀଙ୍କୁ ରାଜସ୍ବ ବିଭାଗର ଅତିରିକ୍ତ ଦାୟିତ୍ବ
  • ବିଶିଷ୍ଟ ସୀତାର ବାଦକ ଗୁରୁ ପଣ୍ଡିତ ରବି ଶଙ୍କର ପ୍ରଧାନଙ୍କୁ ଶ୍ରଦ୍ଧାସୁମନ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In