• About Us
  • Contact Us
Friday, March 27, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ସିଆଇଆଇ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଦୃଢ଼ୋକ୍ତି: ୩ୟ ସର୍ବବୃହତ୍ ଅର୍ଥନୀତି ପାଲଟିବ ଭାରତ

by Voice of Victims
July 30, 2024
in ଦେଶ ବିଦେଶ, ବିଶେଷ ପୃଷ୍ଠା, ମୁଖ୍ୟ ଖବର
ସିଆଇଆଇ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଦୃଢ଼ୋକ୍ତି: ୩ୟ ସର୍ବବୃହତ୍ ଅର୍ଥନୀତି ପାଲଟିବ ଭାରତ

ନୂଆଦିଲ୍ଲୀ : “ଖୁବଶୀଘ୍ର ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ ହେବ । ମୋ’ ତୃତୀୟ କାର୍ଯ୍ୟକାଳ ସମୟରେ ହିଁ ଭାରତ ଏହି ଲକ୍ଷ୍ୟ ହାସଲ କରିବ । ଭାରତ ଏବେ ୫ମ ଅର୍ଥନୀତି ରହିଛି । କିନ୍ତୁ ସେଦିନ ଆଉ ବେଶୀ ଦୂର ନୁହେଁ ଯେତେବେଳେ ଭାରତ ୩ୟ ଅର୍ଥନୀତି ସାଜିବ । ଭାରତର ବିକାଶ ଜୟଯାତ୍ରା ଅବ୍ୟାହତ ରହିବ ଏବଂ ଆଗାମୀ ଦିନରେ ଭାରତ ବିଶ୍ୱର ଏକ ଅନ୍ୟତମ ପ୍ରମୁଖ ଅର୍ଥନୀତି ସାଜିବ ।” ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନରେ ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ) ଦ୍ୱାରା ଆୟୋଜିତ ‘ବିକଶିତ ଭାରତ ଅଭିମୁଖେ ଯାତ୍ରା: କେନ୍ଦ୍ର ବଜେଟ୍ ୨୦୨୪-୨୫ ସମ୍ମିଳନୀ’ର ଉଦ୍‌ଘାଟନୀ ଅଧିବେଶନକୁ ସମ୍ବୋଧିତ କରିବା ଅବସରରେ ଏପରି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ମୋଦୀଙ୍କ କହିବାନୁସାରେ ଯେତେବେଳେ ନାଗରିକମାନେ ଜୀବନର ପ୍ରତ୍ୟେକ ଦିଗରେ ସ୍ଥିରତା ହାସଲ କରନ୍ତି ଏବଂ ଉତ୍ସାହରେ ପରିପୂର୍ଣ୍ଣ ରୁହନ୍ତି, ସେତେବେଳେ ଦେଶ କେବେ ବି ପଛକୁ ଫେରିପାରିବ ନାହିଁ । ଆଜି ଆମେ ଯେତେବେଳେ ବିକଶିତ ଭାରତ ଅଭିମୁଖେ ଯାତ୍ରା ସମ୍ପର୍କରେ ଆଲୋଚନା କରୁଛେ ସେତେବେଳେ ଏହା କେବଳ ଭାବନାର ପରିବର୍ତ୍ତନ ନୁହେଁ, ଏହା ଆତ୍ମବିଶ୍ୱାସରେ ପରିବର୍ତ୍ତନକୁ ପ୍ରତିଫଳିତ କରୁଛି । ମହାମାରୀ ସମୟରେ ବ୍ୟବସାୟୀ ସମୁଦାୟ ସହିତ ଅଭିବୃଦ୍ଧିକୁ ନେଇ ଆଶଙ୍କା ସମ୍ପର୍କରେ ହୋଇଥିବା ଆଲୋଚନା ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ସେହି ସମୟରେ ପ୍ରକାଶ କରିଥିବା ଆଶାବାଦକୁ ମନେ ପକାଇଥିଲେ ଏବଂ ଆଜି ଦେଶରେ ଦ୍ରୁତ ଅଭିବୃଦ୍ଧି ଦେଖିବାକୁ ମିଳୁଛି ବୋଲି ଉଲ୍ଲେଖ କରିଥିଲେ । ପ୍ରଧାନମନ୍ତ୍ରୀ କହିଛନ୍ତି, ୨୦୧୪ରେ ଯେତେବେଳେ କେନ୍ଦ୍ରରେ ବିଜେପି ସରକାର ଗଠନ କଲା ସେସମୟରେ ସରକାରଙ୍କ ପାଇଁ ବଡ଼ ପ୍ରଶ୍ନ ଥିଲା ଯେ ଭାରତର ଅର୍ଥନୀତିକୁ କିପରି ଟ୍ରାକ୍‌କୁ ଫେରାଇ ଆଣାଯିବ । କିନ୍ତୁ ଦେଶବାସୀଙ୍କ ସମର୍ଥନ ଏବଂ ତାଙ୍କ ସରକାରଙ୍କ ଦୃଢ଼ ଆତ୍ମବିଶ୍ୱାସ ବଳରେ ଆଜି ଭାରତ ବିଶ୍ୱର ୫ମ ଅର୍ଥନୀତି ହୋଇପାରିଛି । ପୁଞ୍ଚିଗତ ବ୍ୟୟ ୧୦ ବର୍ଷ ମଧ୍ୟରେ ପାଞ୍ଚ ଗୁଣ ବଢ଼ି ୧୧.୧୧ ଲକ୍ଷ କୋଟିରେ ପହଞ୍ଚି ସାରିଲାଣି । ଗତ ୧୦ ବର୍ଷ ମଧ୍ୟରେ ମନ୍ତ୍ରଣାଳୟର ଆବଣ୍ଟନରେ ସରକାର ରେକର୍ଡ ବୃଦ୍ଧି ପାଇଥିବାବେଳେ ଟିକସ ହାର ସର୍ବନିମ୍ନ ସ୍ତରରେ ପହଞ୍ଚିଛି । ଭାରତ ଏବେ ପ୍ରତ୍ୟେକ କ୍ଷେତ୍ରର ଅର୍ଥନୀତି ଉପରେ ଧ୍ୟାନ ଦେଉଛି । ପୂର୍ବ ସରକାର ତୁଳନାରେ ବିଜେପି ସବୁ କ୍ଷେତ୍ରରେ ବଜେଟ୍ ପରିମାଣ ବୃଦ୍ଧି କରିଛନ୍ତି । ୨୦୧୩-୧୪ରେ ତତ୍କାଳୀନ ସରକାରଙ୍କ ବଜେଟ୍ ପରିମାଣ ଯେଉଁଠି ୧୬ ଲକ୍ଷ କୋଟିର ଥିଲା, ସେତେବେଳେ ଆଜିର ସମୟରେ ଏହା ୩ଗୁଣ ବଢ଼ି ୪୮ ଲକ୍ଷ କୋଟିରେ ପହଞ୍ଚିଛି । ମରୁଡ଼ି, ଝଡ଼ ବାତ୍ୟା, କରୋନା ଭଳି ସଙ୍କଟର ସାମ୍ନା କରିଛି ଭାରତ । ଯଦି ଏସବୁ ସଙ୍କଟ ଆସିନଥାନ୍ତା ତେବେ ଭାରତ ଆହୁରି ଅଧିକ ଉଚ୍ଚରେ ପହଞ୍ଚି ସାରିଥାନ୍ତା । ଗତ ୧୦ ବର୍ଷରେ ୨୫ କୋଟିରୁ ଅଧିକ ଲୋକ ଗରିବ ରେଖା ତଳୁ ଉପରକୁ ଉଠିଛନ୍ତି । ଦେଶର ନାଗରିକଙ୍କ ‘ଇଜି ଅଫ୍ ଲିଭିଂ’ ଉପରେ ଭାରତ ସରକାର ସର୍ବାଧିକ ଫୋକସ୍ ରଖୁଥିବା ମୋଦୀ କହିଛନ୍ତି । ସରକାରଙ୍କ ଉଦ୍ଦେଶ୍ୟ ଏବଂ ପ୍ରତିବଦ୍ଧତା ସ୍ପଷ୍ଟ ରହିଛି । ସରକାର ବିକଶିତ ଭାରତ ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦେଉଛନ୍ତି । ଭାରତରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପାଇଁ ନିବେଶକଙ୍କୁ ଆକୃଷ୍ଟ କରିବା ପାଇଁ ପରିବେଶ ପ୍ରସ୍ତୁତ କରାଯାଉଛି । ଏମ୍‌ଏସ୍‌ଏମ୍‌ଇ ବଳରେ ଦେଶର ଯୁବଗୋଷ୍ଠୀ ଏବେ ନିଯୁକ୍ତି ଦାତା ସାଜିବାକୁ ମନ ବଳାଉଛନ୍ତି । ପ୍ରଧାନମନ୍ତ୍ରୀ ନିଜ ଭାଷଣରେ କହିଥିଲେ ଯେ ସରକାରଙ୍କ ଉଦ୍ଦେଶ୍ୟ ଏବଂ ପ୍ରତିବଦ୍ଧତା ଅତ୍ୟନ୍ତ ସ୍ପଷ୍ଟ ଏବଂ ଏହାର ଦିଗରେ କୌଣସି ପରିବର୍ତ୍ତନ ନାହିଁ । ‘ନେସନ୍ ଫାଷ୍ଟ’ର ପ୍ରତିବଦ୍ଧତା ୫ ଟ୍ରିଲିୟନ ଡଲାର ଅର୍ଥନୀତି ଲକ୍ଷ୍ୟ, ସ୍ଥିର ଆଭିମୁଖ୍ୟ, ଜିରୋ ଇଫେକ୍ଟ-ଜିରୋ ଡିଫେକ୍ଟ ଉପରେ ଗୁରୁତ୍ୱ ଏବଂ ଆତ୍ମନିର୍ଭର ଭାରତ ବା ବିକଶିତ ଭାରତର ପ୍ରତିଶ୍ରୁତିରେ ପ୍ରତିଫଳିତ ହୋଇଛି । ଯୋଜନାଗୁଡ଼ିକର ସମ୍ପ୍ରସାରଣ ଓ ତଦାରଖ ଉପରେ ସେ ଗୁରୁତ୍ୱ ଓ ଗୁରୁତ୍ୱାରୋପ କରିଥିଲେ । ଏହି ଅବସରରେ କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣ, କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ଶ୍ରୀ ପୀୟୂଷ ଗୋୟଲ ଏବଂ ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ)ର ସଭାପତି ସଞ୍ଜୀବ ପୁରୀ ଉପସ୍ଥିତ ଥିଲେ । ଏତଦ୍‌ବ୍ୟତୀତ ଏହି ସମ୍ମିଳନୀରେ ଉଦ୍ୟୋଗୀ, ସରକାରୀ ଅଧିକାରୀ, କୂଟନୀତିଜ୍ଞ ଏବଂ ଚିନ୍ତକଙ୍କ ସମେତ ୧୦୦୦ରୁ ଅଧିକ ଅଂଶଗ୍ରହଣକାରୀ ବ୍ୟକ୍ତିଗତ ଭାବେ ଯୋଗ ଦେଇଥିବା ବେଳେ ଦେଶ ବିଦେଶର ବିଭିନ୍ନ ସିଆଇଆଇ କେନ୍ଦ୍ରରୁ ଅନେକ ବ୍ୟକ୍ତିବିଶେଷ ମଧ୍ୟ ଭର୍ଚୁଆଲ ମୋଡ୍‌ରେ ଯୋଡି ହୋଇଥିଲେ । ଅଭିବୃଦ୍ଧି ପାଇଁ ସରକାରଙ୍କ ବ୍ୟାପକ ଦୃଷ୍ଟିକୋଣ ଏବଂ ଏହି ଦୃଷ୍ଟିକୋଣରେ ଶିଳ୍ପର ଭୂମିକା ବିଷୟରେ ଆଲୋକପାତ କରିବା, କନଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଇଣ୍ଡଷ୍ଟ୍ରି (ସିଆଇଆଇ) ପକ୍ଷରୁ ଆୟୋଜିତ ଏହି ସମ୍ମିଳନୀର ଉଦ୍ଦେଶ୍ୟ ରହିଛି ।

Post Views: 54
Share198Tweet124Send
Voice of Victims

Voice of Victims

Recent Posts

  • ଭାରତୀୟ ରେଳର ବଡ଼ ଉପହାର: ଆଜୀବନ ମାଗଣା ଟ୍ରେନ ଯାତ୍ରା କରିବେ ବୀରତ୍ଵ ପଦକ ବିଜେତା
  • ବଢ଼ିବନି ବିଧାୟକଙ୍କ ଦରମା, ପ୍ରତ୍ୟାହାର ହେଲା ଦରମା ବୃଦ୍ଧି ବିଲ
  • ଓଡ଼ିଶା କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସୀ ଖବର, ଡିସେମ୍ବର ୨୪ରେ ଶ୍ରୀଲଙ୍କା ସହ କଟକରେ ଖେଳିବ ଭାରତ
  • ଭୁବନେଶ୍ୱର-କଟକରେ ପ୍ରବଳ ଝଡ଼ବର୍ଷା, ବଜ୍ରପାତ ସହ କୁଆପଥର ବୃଷ୍ଟି
  • ରାମନବମୀ ପାଇଁ ଦୁଇ ଦିନ ବନ୍ଦ ରହିବ ସରକାରୀ କାର୍ଯ୍ୟାଳୟ, ଛୁଟି ଘୋଷଣା କଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In