ରଣପୁର (ଭିଓଭି) : ୨୦୨୪ ନିର୍ବାଚନରେ ପୁରୀ ସାଂସଦ ଭାବେ ବିଜେପିରୁ ଡ଼ଃ ସମ୍ବିତ ପାତ୍ର ନିର୍ବାଚିତ ହୋଇଛନ୍ତି | ନୟାଗଡ ଜିଲ୍ଲା ରଣପୁର ନିର୍ବାଚନ ମଣ୍ଡଳୀର ରଣପୁର ତ୍ରିଲୋଚନ ପ୍ରହରାଜଙ୍କ ପୁତ୍ର ପ୍ରିୟବ୍ରତ ପ୍ରହରାଜଙ୍କୁ ସାଂସଦ ପ୍ରତିନିଧି ଭାବେ ସାଂସଦ ଡ଼. ସମ୍ବିତ ପାତ୍ର ମନୋନୟନ କରିଛନ୍ତି | ପ୍ରିୟବ୍ରତ ପ୍ରହରାଜ ସାଂସଦ ପ୍ରତିନିଧି ଭାବେ ମନୋନୟନ ହେବା ପରେ ସାଂସଦ ଶ୍ରୀ ପାତ୍ର ଓ ରଣପୁର ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇଛନ୍ତି | ସେ ଜନସାଧାରଣଙ୍କ ସମସ୍ୟାକୁ ସାଂସଦଙ୍କ ନିକଟରେ ଉପସ୍ଥାପନା କରିବା ସହିତ ସମାଧାନ କରିବା ପାଇଁ ସର୍ବଦା ଚେଷ୍ଟା କରିବେ ବୋଲି କହିଛନ୍ତି |
