• About Us
  • Contact Us
Saturday, March 28, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣର ଅଭିଯୁକ୍ତ ମୃତ

by Voice of Victims
September 24, 2024
in ଦେଶ ବିଦେଶ, ମୁଖ୍ୟ ଖବର
ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣର ଅଭିଯୁକ୍ତ ମୃତ

ନୂଆଦିଲ୍ଲୀ: ୨୦୧୯ରେ ପୁଲୱାମା, ଜମ୍ମୁ କଶ୍ମୀରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ସମ୍ପୃକ୍ତ ଥିବା ଜଣେ ଅଭିଯୁକ୍ତଙ୍କର ସୋମବାର ବିଳମ୍ବିତ ରାତିରେ ହୃଦଘାତରେ ମୃତ୍ୟୁ ହୋଇଛି। ତାଙ୍କୁ ଜମ୍ମୁର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଯେଉଁଠାରେ ସେ ହୃଦଘାତରେ ପୀଡିତ ହୋଇଥିଲେ। ଏହି ୩୨ବର୍ଷୀୟ ଅଭିଯୁକ୍ତଙ୍କ ନାମ ଥିଲା ବିଲାଲ ଅହମ୍ମଦ କୁଚି। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଜଣେ ଅଧିକାରୀ ଏ ବିଷୟରେ ସୂଚନା ଦେଇଛନ୍ତି। ପୁଲୱାମା ଆକ୍ରମଣର ଅଭିଯୁକ୍ତ କୁଚି କାକାପୋରାର ହାଜିବଲ ଗାଁର ବାସିନ୍ଦା ଥିଲେ। ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ଅଭିଯୁକ୍ତ ଥିବା ୧୯ ଜଣଙ୍କ ତାଲିକାରେ ତାଙ୍କ ନାମ ଅନ୍ତର୍ଭୁକ୍ତ କରାଯାଇଥିଲା। ସୂଚନାଯୋଗ୍ୟ, ୧୪ ଫେବୃଆରୀ ୨୦୧୯ରେ ପୁଲୱାମାରେ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ ନାମକ ଜଣେ ଆତଙ୍କବାଦୀ ତାଙ୍କ କାରକୁ ବିସ୍ଫୋରକ ସାମଗ୍ରୀ ଭର୍ତ୍ତି କରି ସୁରକ୍ଷା ବାହିନୀର କନଭେନରେ ପ୍ରବେଶ କରିଥିଲେ। ଏହି ଆତଙ୍କବାଦୀ ଆକ୍ରମଣରେ ୪୦ ସିଆରପିଏଫ ଯବାନ ଶହୀଦ ହୋଇଥିଲେ। ଏଥିରେ ୮ଜଣ ଯବାନ ମଧ୍ୟ ଆହତ ହୋଇଥିଲେ। ଅଧିକାରୀଙ୍କ କହିବାନୁସାରେ, ପୁଲୱାମା ଆକ୍ରମଣର ଅଭିଯୁକ୍ତଙ୍କ ସ୍ବାସ୍ଥ୍ୟ କିଶଓ୍ବାଡା ଜିଲା ଜେଲରେ ଖରାପ ହୋଇଯାଇଥିଲା। ଏହା ପରେ ଅଭିଯୁକ୍ତ ବିଲାଲ ଅହମ୍ମଦଙ୍କୁ ୧୭ସେପ୍ଟେମ୍ବରରେ ଜମ୍ମୁର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଯେଉଁଠାରେ ସୋମବାର ବିଳମ୍ବିତ ରାତିରେ ସେ ହୃଦଘାତରେ ପୀଡିତ ହୋଇ ମୃତ୍ୟୁ ବରଣ କରିଥିଲେ। ସୂଚନାଯୋଗ୍ୟ, ଜମ୍ମୁ କଶ୍ମୀରର ପୁଲୱାମା ଜିଲାରେ ଘଟିଥିବା ଏହି ଆକ୍ରମଣକୁ ଦେଶ କେବେ ବି ଭୁଲି ପାରିବ ନାହିଁ। ଏହି ଆକ୍ରମଣରେ ୪୦ ଯବାନ ପ୍ରାଣ ହରାଇଥିଲେ। ଶ୍ରୀନଗର-ଜମ୍ମୁ ରାଜପଥରେ ଲେଥପୋରା ନିକଟରେ ଏହି ଆକ୍ରମଣ କରାଯାଇଥିଲା। ଯେଉଁଥି ପାଇଁ ଆତଙ୍କବାଦୀମାନେ ଆଇଡି ବ୍ୟବହାର କରିଥିଲେ। ଆତଙ୍କବାଦୀମାନେ ଆଇଏଡି ବିସ୍ଫୋରଣ କରି ସିଆରପିଏଫ କନଭେନକୁ ଟାର୍ଗେଟ କରିଥିଲେ। ଏହି ଆକ୍ରମଣରେ ଅନେକ ଯବାନ ମଧ୍ୟ ଗୁରୁତର ଆହତ ହୋଇଥିଲେ।

Post Views: 28
Share199Tweet124Send
Voice of Victims

Voice of Victims

Recent Posts

  • କରୋନା ଭୂତାଣୁର ଏକ ନୂଆ ରୂପ, ୨୩ଟି ଦେଶକୁ ମାଡ଼ିଗଲାଣି ‘ସିକାଡ଼ା’
  • ଲଦାଖରେ ବଡ ଧରଣର ହିମସ୍ଖଳନ, ୭ ମୃତ ଓ ୫ ଗୁରୁତର ଆହତ
  • ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ସ୍ଥଳସେନା ମୁଖ୍ୟ, ଶ୍ରୀଜିଉଙ୍କୁ କଲେ ଦର୍ଶନ
  • ବାରିପଦାରେ କାଳବୈଶାଖୀ ତାଣ୍ଡବ, ୨ ମୃତ ଓ ୩ ଆହତ
  • ପତଞ୍ଜଳି ପକ୍ଷରୁ ରାମନବମୀ ଓ ସନ୍ୟାସ ଦିକ୍ଷା ଦିବସ ପାଳନ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In