• About Us
  • Contact Us
Friday, April 3, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ପୁଣେ : ଭୁଶୁଡିଲା ଇନ୍ଦ୍ରାୟାଣୀ ନଦୀରେ ହୋଇଥିବା ପାଦଚଲା ପୋଲ, ଭାସିଗଲେ ୨୫ ପର୍ଯ୍ୟଟକ, ୬ ମୃତ

by Voice of Victims
June 15, 2025
in ଦେଶ ବିଦେଶ, ମୁଖ୍ୟ ଖବର
ପୁଣେ : ଭୁଶୁଡିଲା ଇନ୍ଦ୍ରାୟାଣୀ ନଦୀରେ ହୋଇଥିବା ପାଦଚଲା ପୋଲ, ଭାସିଗଲେ ୨୫ ପର୍ଯ୍ୟଟକ, ୬ ମୃତ

ପୁଣେ : ମହାରାଷ୍ଟ୍ର ପୁଣେରେ ବଡ଼ ଅଘଟଣ । ଇନ୍ଦ୍ରାୟାଣୀ ନଦୀ ଉପରେ ଥିବା ପାଦଚଲା ପୋଲ ଭୁଶୁଡିଲା । ଫଳରେ ୨୫ ଜଣ ପର୍ଯ୍ୟଟକ ଭାସିଯାଇଥିଲା ସୂଚନା ମିଳିଛି । ସେମାନଙ୍କ ମଧ୍ୟରୁ ୬ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ନଦୀରେ ପ୍ରବଳ ସ୍ରୋତ ଆସିବାରୁ ବ୍ରିଜ ଭାସିଯାଇଥିବା ଜଣାପଡିଛି । ଭାସିଯାଇଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଜୋରଦାର ପ୍ରୟାସ ଜାରି ରହିଛି ।

ଖବର ମୁତାବକ, ଘଟଣା ୩.୪୦ ମିନିଟରେ ଘଟିଛି । ପାଦଚଲା ପୋଲର ଅଧା ଭାଗ ଭାସିଯାଇଛି । ପୋଲ ଉପରେ ଅଧିକ ସଂଖ୍ୟକ ଲୋକ ରହିଥିଲେ । କିଛି ଲୋକଙ୍କୁ ଆଘାତ ଲାଗିଥିବା ବେଳେ କେତେ ଭାସିଯାଇଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚିଛି । ଗୋଟିଏ ପାର୍ଶ୍ୱରୁ ଅନ୍ୟ ପାର୍ଶ୍ୱକୁ ଯିବା ପାଇଁ କୁଣ୍ଡମାଲା ପାର ହେବା ପାଇଁ ଥିବା ପୋଲଟି ଭୁଶୁଡ଼ି ପଡ଼ିଛି ।

ରବିବାର ଥିବାରୁ ସେଠାରେ ବହୁ ସଂଖ୍ୟକ ପର୍ଯ୍ୟଟକ ଉପସ୍ଥିତ ଥିଲେ। କିଛି ଲୋକ ପୋଲ ଉପରେ ଠିଆ ହୋଇ ଫଟୋ ଉଠାଉଥିଲେ । ଲୋକମାନେ ପୋଲ ପାର୍ କରୁଥିବା ବେଳେ ଭୁଶୁଡିପଡିଥିଲା । ଘଟଣାସ୍ଥଳରେ ପ୍ରାୟ ୨୦୦ ପର୍ଯ୍ୟଟକ ଉପସ୍ଥିତ ଥିଲେ । ଦୁର୍ଘଟଣା ପରେ ଉଦ୍ଧାର କାର୍ଯ୍ୟରେ କୌଣସି ଅସୁବିଧା ନହେବା ପାଇଁ ସମସ୍ତଙ୍କୁ ଘଟଣାସ୍ଥଳରୁ ହଟାଇ ଦିଆଯାଇଛି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ପୂର୍ବରୁ ମଧ୍ୟ ପୋଲଟିର ଖରାପ ଅବସ୍ଥା ବିଷୟରେ ପ୍ରଶାସନ ନିକଟରେ ଅଭିଯୋଗ ପହଞ୍ଚିଥିଲା, କିନ୍ତୁ ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନଥିଲା ।

Post Views: 37
Share198Tweet124Send
Voice of Victims

Voice of Victims

Recent Posts

  • ଆର୍ଜେଣ୍ଟିନା ଟିମ୍ ଏବଂ ମେସିଙ୍କ ଉପରେ ଆସିଲା ଅଭିଯୋଗ, ୨୫୦ କୋଟି ଟଙ୍କା ନେଇ ମଧ୍ୟ କେରଳ ଆସିଲେନି
  • ଆଜିଠୁ ସବୁ ସ୍କୁଲ ସକାଳୁଆ, ନିର୍ଦ୍ଦେଶ ଜାରି କଲେ ଗଣଶିକ୍ଷା ବିଭାଗ
  • ୧୨ ଦଫା ଦାବି ନେଇ ପୁରୀ ଜିଲ୍ଲାପାଳଙ୍କୁ ଘେରିଲେ ନିଖିଳ ଓଡ଼ିଶା ଅଙ୍ଗନୱାଡ଼ି କର୍ମୀ ସଂଘ
  • ଖରାକୁ ଦେଖି ରାଜ୍ୟ ସରକାରଙ୍କ ବଡ଼ ନିର୍ଦ୍ଦେଶ, ଆସନ୍ତା କାଲିଠାରୁ ରାଜ୍ୟରେ ସକାଳୁଆ ସ୍କୁଲ
  • ରଣପୁରରେ ଜନଗଣନା ତାଲିମ ଶିବିର ଶେଷ, ୧୯୮ ଜଣଙ୍କୁ ପ୍ରଶିକ୍ଷଣ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In