ଭୁବନେଶ୍ବର: ଆଜି ପବିତ୍ର ଦୀପାବଳି ଓ ପୟାଶ୍ରାଦ୍ଧ । ବଡ଼ବଡୁଆ ଡାକରେ କମ୍ପିଲା ପୁରୀ ବଡ଼ଦାଣ୍ଡ । ଶ୍ରୀକ୍ଷେତ୍ରରେ କାଉଁରିଆ କାଠି ଜାଳି ବଡ଼ବଡୁଆ ଡାକୁଛନ୍ତି ଶ୍ରଦ୍ଧାଳୁ । ଶ୍ରୀମନ୍ଦିର ସିଂହଦ୍ଵାର ଆଗରେ ପ୍ରବଳ ଭକ୍ତଙ୍କ ସମାଗମ । ଭକ୍ତଙ୍କ ସୁରକ୍ଷା, ଶୃଙ୍ଖଳିତ ଭାବେ ବଡ଼ବଡୁଆ ଡାକିବା ପାଇଁ ପୁରୀ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

ସୁରକ୍ଷା ଦାୟିତ୍ବରେ ୨୮ ପ୍ଲାଟୁନ ପୋଲିସ ଫୋର୍ସ ସହିତ ୪ ଜଣ ଅତିରିକ୍ତ ଏସପି, ୧୫ ଡିଏସପି, ୧୪ ଜଣ ଇନ୍ସପେକ୍ଟର ମୁତୟନ ଅଛନ୍ତି । ସିଂହଦ୍ଵାର ନିକଟରେ ଚାରୋଟି ସ୍ଥାନରେ କାଉଁରିଆ କାଠି ଜାଳି ବଡ଼ବଡୁଆଙ୍କୁ ବିଦାୟ ଜଣାଉଛନ୍ତି ଶ୍ରଦ୍ଧାଳୁ । ଆଜି ଏବଂ ଆସନ୍ତାକାଲି ଦୁଇଦିନ ପାଇଁ କରାଯାଇଛି ବ୍ୟବସ୍ଥା । ଭୋର ୪ଟା ରୁ ରାତି୧୦ ଟା ଯାଏଁ ଲାଗୁ ରହିଛି ଟ୍ରାଫିକ କଟକଣା । ମାର୍କେଟ ଛକ ଠାରୁ ସିଂହଦ୍ବାର ଯାଏ ନୋ ଭେହିକିଲ ଜୋନ୍ କରାଯାଇଛି ।

