• About Us
  • Contact Us
Friday, June 5, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ପୁରୀ ସହରର ଅଗ୍ରଣୀ ସ୍ଵେଚ୍ଛାସେବୀ ଅନୁଷ୍ଠାନ ଶଙ୍ଖକ୍ଷେତ୍ର ଫାଉଣ୍ଡେସନର ଚତୁର୍ଥ ବାର୍ଷିକ ବନ୍ଧୁମିଳନ କାର୍ଯ୍ଯକ୍ରମ ଅନୁଷ୍ଠିତ

by Voice of Victims
June 5, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ପୁରୀ ସହରର ଅଗ୍ରଣୀ ସ୍ଵେଚ୍ଛାସେବୀ ଅନୁଷ୍ଠାନ ଶଙ୍ଖକ୍ଷେତ୍ର ଫାଉଣ୍ଡେସନର ଚତୁର୍ଥ ବାର୍ଷିକ ବନ୍ଧୁମିଳନ କାର୍ଯ୍ଯକ୍ରମ ଅନୁଷ୍ଠିତ

ପୁରୀ (ଭିଓଭି): ପୁରୀ ସହରର ଅଗ୍ରଣୀ ସ୍ଵେଚ୍ଛାସେବୀ ଅନୁଷ୍ଠାନ ଶଙ୍ଖକ୍ଷେତ୍ର ଫାଉଣ୍ଡେସନ ର ଚତୁର୍ଥ ବାର୍ଷିକ ବନ୍ଧୁମିଳନ କାର୍ଯ୍ଯକ୍ରମ ପୁରୀ ଅବକାଶ ଲେନ ସ୍ଥିତ ଭୁବନେଶ୍ୱରୀ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅନୁଷ୍ଠାନ ତରଫରୁ ମଧ୍ୟ ପ୍ରାଚ୍ୟରେ ଲାଗି ରହିଥିବା ଯୁଦ୍ଧର ବିଭିଷିକା ବନ୍ଦ କରିବା, ବ୍ରହ୍ମାଣ୍ଡ ଦେବତାଙ୍କ ଚଳିତ ଘୋଷଯାତ୍ରା ନିର୍ବିଘ୍ନରେ ସମାପନ କରିବା ଓ ଶଂଖକ୍ଷେତ୍ର ଫାଉଣ୍ଡେସନକୁ ସଂସ୍କୃତି ଓ ସେବା କ୍ଷେତ୍ରରେ ଏକ ଅଗ୍ରଣୀ ଅନୁଷ୍ଠାନ ଭାବେ ଗଢି ତୋଳିବା ମନୋସ୍କାମନା ନେଇ ଶ୍ରୀ ଜଗନ୍ନାଥ ଙ୍କ ଉଦ୍ଦେଶ୍ୟରେ ମା ଭୁବନେଶ୍ଵରୀ ଙ୍କ ମନ୍ଦିରରେ ସମୂହ ଦୀପଦାନ କରାଯାଇଥିଲା।

ପରେ ଅନୁଷ୍ଠାନରେ ନୂତନ ଭାବେ ଯୋଗ ଦେଇଥିବା ସଦସ୍ୟ ମାନଙ୍କୁ। ଏବଂ ଅନୁଷ୍ଠାନର ବିଭିନ୍ନ ପ୍ରତିଯୋଗିତାରେ ବିଚାରକ ମଣ୍ଡଳୀ ମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଶ୍ରୀଜଗନ୍ନାଥ ମନ୍ଦିରର ବରିଷ୍ଠ ସେବାୟତ ତଥା ବିଶିଷ୍ଟ ହୋଟେଲ ଶିଳ୍ପପତି ଗୋପାଳ ଚନ୍ଦ୍ର ଖୁଣ୍ଟିଆ ଏବଂ ଭାଗବାନ ସୁଆର, ମହିଳା ଉଦ୍ୟୋଗୀ ରୁଚିମିତ୍ରା ଜଗଦେବ ମହାପାତ୍ର ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇଥିଲେ।

ଏହି କାର୍ଯ୍ୟକ୍ରମ କୁ ସଂଗଠନର ସଭାପତି ଡଃ ପ୍ରଧାନ ଧୀରେନ୍ ରାୟ, ସଂପାଦିକା ଗୀତାଶ୍ରୀ ପଟ୍ଟନାୟକ, କୋଷାଧ୍ଯକ୍ଷା ରେଣୁବାଳା ଜୟସିଂହ, ଉପଦେଷ୍ଟା ଡା ରଶ୍ମି ରଞ୍ଜନ ମହାରଥା, ରତ୍ନ କୁମାର ଦାସ ଏବଂ ଲଲାଟେନ୍ଦୁ ମିଶ୍ର ପ୍ରମୁଖ ପରିଚାଳନା କରିଥିବା ବେଳେ ସ୍ମିତାଞ୍ଚଳି ମହାନ୍ତି, ଲିଲି ପରିଡା, ଅଞ୍ଜଳି ସ୍ୱାଇଁ, ପ୍ରୀତି ତ୍ରିପାଠୀ, ବିଷ୍ଣ ପ୍ରିୟା ବରାଳ , ସୌଦାମିନୀ ଜୟସିଂ, ବିଜୟ ଭୂଷଣ ରଥ, ସୁନୀତା ନାୟକ, ଲିପା ବରାଳ, ଅନସୂୟା ମହାପାତ୍ର, ରୋଜାଲିନ ଦାସ, ପ୍ରମିଳା ସାହୁ, ଶୁଭଶ୍ରୀ ପଟ୍ଟନାୟକ, ମନୋରମା କରନ୍, ପ୍ରିୟଙ୍କା ହାତୀ, ପ୍ରଦ୍ୟୁମ୍ନ ମହାନ୍ତି, ମାନସ ରଞ୍ଜନ ପତି, ମାମୁନି ନନ୍ଦ, ଜ୍ୟୋତ୍ସ୍ନା ସ୍ୱାଇଁ, ଭାରତ ସାହୁ, ସୁଶାନ୍ତ କୁମାର ପାତ୍ର, ଦୀପ୍ତୀ ତ୍ରିପାଠୀ, ଲକ୍ଷ୍ମୀ ନାୟକ, ଅଙ୍କିତା ସୁବୁଦ୍ଧି, ଜୀବନନିତା ପଟ୍ଟନାୟକ, ଲୋପାମୁଦ୍ରା କର, ମିଲି ପ୍ରଧାନ, ରାକେଶ ପ୍ରଧାନ,ଝରଣା ପତି, ଜ୍ୟୋତି ମହାପାତ୍ର ସମେତ କାର୍ଯ୍ୟକାରୀ କମିଟିର ସଦସ୍ୟ ସଦସ୍ୟା ସହଯୋଗ କରିଥିଲେ

Post Views: 28
Share202Tweet126Send
Voice of Victims

Voice of Victims

Recent Posts

  • ସୁପ୍ରିମକୋର୍ଟଙ୍କ ବଡ଼ ରାୟ, ଅଧିକ ପାଠ ପଢ଼ିଥିଲେ ମିଳିବନି ଛୋଟ ଚାକିରି !
  • ରାଜ୍ୟସଭା ଉପ ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ଦେବାଶିଷ, ବିଜେପି ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କଲେ
  • ଆସନ୍ତା ୧୦ରେ ହେବନି ଘରୋଇ ବସ ଧର୍ମଘଟ, ସ୍ଥଗିତ ରଖିଲା ସଂଘ
  • ପତଞ୍ଜଳି ପକ୍ଷରୁ ବିଶ୍ଵ ପରିବେଶ ଦିବସ ପାଳିତ
  • ଜନଜାତିଙ୍କ ମଧ୍ୟରେ ବହୁ ବିରଳ ପ୍ରତିଭା ଲୁକ୍‍କାୟିତ ଭାବେ ରହିଛି : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In