• About Us
  • Contact Us
Friday, March 27, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଉତ୍ତରାଖଣ୍ଡରେ ବର୍ଷା ବିତ୍ପାତ: ମୃତ୍ୟୁସଂଖ୍ୟା ୧୬କୁ ବୃଦ୍ଧି

by Voice of Victims
August 3, 2024
in ଦେଶ ବିଦେଶ, ବିଶେଷ ପୃଷ୍ଠା, ମୁଖ୍ୟ ଖବର
ଉତ୍ତରାଖଣ୍ଡରେ ବର୍ଷା ବିତ୍ପାତ: ମୃତ୍ୟୁସଂଖ୍ୟା ୧୬କୁ ବୃଦ୍ଧି

ଡେରାଡୁନ୍‌ : ଉତ୍ତରାଖଣ୍ଡରେ ବାଦଲଫଟା ବର୍ଷା ଏବଂ ଭୂସ୍ଖଳନ ଜନିତ ମୃତ୍ୟୁସଂଖ୍ୟା ୧୬ରେ ପହଞ୍ଚିଛି । ଦିନକ ପୂର୍ବେ ଏଠାରେ କେବଳ ବାଦଲ ଫଟା ବର୍ଷା ଯୋଗୁ ୧୦ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସମ୍ବାଦ ମିଳିଥିବା ବେଳେ ଆଜି ସୁଦ୍ଧା ଏହା ୧୬କୁ ବୃଦ୍ଧି ପାଇଛି । ସେହିପରି ଅନ୍ୟ ୬ ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡିଛି । ଏସବୁ ମଧ୍ୟରେ ଲଗାଣ ବର୍ଷା ଏବଂ ଭୂସ୍ଖଳନ ଯୋଗୁ କେଦାରନାଥ ସହ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇପଡିବା ଯୋଗୁ ସେଠାରେ ହଜାର ହଜାର ସଂଖ୍ୟକ ଶିବଭକ୍ତ ଫସିରହିଛନ୍ତି । ଏମାନଙ୍କ ମଧ୍ୟରେ ଓଡ଼ିଶାର କେନ୍ଦୁଝର ଜିଲ୍ଲାରୁ କେଦାରନାଥ ଧାମ ଯାଇଥିବା ୪ ଓଡ଼ିଆ ବୋଲବମ୍ ଭକ୍ତ ମଧ୍ୟ ସାମିଲ ଅଛନ୍ତି । ଏମାନେ ହେଲେ ତେଲକୋଇ ଥାନା ଅନ୍ତର୍ଗତ ଜଗମୋହନପୁର ଗ୍ରାମର ସଦାନନ୍ଦ ସାହୁ (୩୫), ସରୁଆଳୀ ଗ୍ରାମର କାର୍ତ୍ତିକ ଖିଲାର (୪୪), ଚନ୍ଦ୍ରଶେଖରପୁର ଗ୍ରାମର ମହେଶ୍ୱର ପ୍ରଧାନ(୫୪) ଓ ସଦର ଥାନା ଅନ୍ତର୍ଗତ କେମ୍ପସଡା ଗ୍ରାମର ଋଷିନାଥ ମହାନ୍ତ (୨୮) । ଗତ ୩୧ ତାରିଖ ଦିନ କେଦାରନାଥଙ୍କୁ ପୂଜାର୍ଚ୍ଚନା ପରେ ୧ ତାରିଖ ସକାଳେ ଏହି ୪ ଓଡ଼ିଆ ଶ୍ରଦ୍ଧାଳୁ ଓଡ଼ିଶା ଫେରିବା ଯୋଜନା ରହିଥିଲା । କିନ୍ତୁ ୩୧ ତାରିଖ ରାତିରେ ବାଦଲ ଫଟା ବର୍ଷା ସାଙ୍ଗକୁ ଭୂସ୍ଖଳନ ଯୋଗୁଁ ଉତ୍ତରାଖଣ୍ଡର ସୋନପ୍ରୟାଗ ଓ ଗୌରୀକୁଣ୍ଡ ମଧ୍ୟରେ କେଦାରନାଥ ରାଜପଥ ଏବଂ ପୋଲ ଧୋଇ ହୋଇଯିବା ସହ ନଷ୍ଟ ହୋଇଯାଇଥିଲା । ଫଳରେ ଏମାନେ ସେଠାରେ ଅନ୍ୟ ଭକ୍ତଙ୍କ ସହ ଫଶି ରହିଯାଇଥିଲେ । ତେବେ ସେଠାରେ ସେମାନେ ସୁରକ୍ଷିତ ଥିବା ଜଣାପଡିଛି । ଖୁବଶୀଘ୍ର ସେମାନେ ସେଠାରୁ ଉଦ୍ଧାର ହେବେ କୁହାଯାଉଛି । ଉତ୍ତରାଖଣ୍ଡ ସରକାରଙ୍କ ପକ୍ଷରୁ ରିଲିଫ ସହାୟତା ସହିତ ହେଲିକପ୍ଟର ଯୋଗେ ଉଦ୍ଧାର କାର୍ଯ୍ୟ ଚାଲିଛି । ତେବେ ପାଗ ମେଘୁଆ ଓ କୋହଲା ସାଙ୍ଗକୁ ଅନ୍ଧାରିଆ ରହୁଛି । ପ୍ରତିକୂଳ ପାଗ ପାଇଁ ଉଦ୍ଧାର କାର୍ଯ୍ୟରେ ସାମାନ୍ୟ ସମସ୍ୟା ସୃଷ୍ଟି ହେଉଛି । ଅନ୍ୟପକ୍ଷେ ବର୍ତ୍ତମାନ ସୁଦ୍ଧା ଫସି ରହିଥିବା ପ୍ରାୟ ୫ ହଜାର ଯାତ୍ରୀଙ୍କୁ ବାୟୁସେନା, ଏନ୍‌ଡିଆରଏଫ୍ ଏବଂ ଏସ୍‌ଡିଆର୍‌ଏଫ୍‌ର ମିଳିତ ଅଭିଯାନରେ ସୁରକ୍ଷିତ ଉଦ୍ଧାର କରାଯାଇଥିଲେ ମଧ୍ୟ ଆହୁରି ୩ହଜାରରୁ ଅଧିକ ଶ୍ରଦ୍ଧାଳୁ ଫସିରହିଛନ୍ତି । ରୁଦ୍ରପ୍ରୟାଗ ଜିଲ୍ଲା କେଦାରଘାଟିରେ ପ୍ରବଳ ବର୍ଷା ଯୋଗୁଁ ଫସି ରହିଥିବା ତୀର୍ଥଯାତ୍ରୀ ଓ ସ୍ଥାନୀୟ ଲୋକଙ୍କୁ ବିଭିନ୍ନ ସ୍ଥାନରେ ପହଞ୍ଚାଇବା ପାଇଁ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଆଜି ତୃତୀୟ ଦିନ ପାଇଁ ଜାରି ରହିଛି ।

Post Views: 63
Share198Tweet124Send
Voice of Victims

Voice of Victims

Recent Posts

  • ଭାରତୀୟ ରେଳର ବଡ଼ ଉପହାର: ଆଜୀବନ ମାଗଣା ଟ୍ରେନ ଯାତ୍ରା କରିବେ ବୀରତ୍ଵ ପଦକ ବିଜେତା
  • ବଢ଼ିବନି ବିଧାୟକଙ୍କ ଦରମା, ପ୍ରତ୍ୟାହାର ହେଲା ଦରମା ବୃଦ୍ଧି ବିଲ
  • ଓଡ଼ିଶା କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସୀ ଖବର, ଡିସେମ୍ବର ୨୪ରେ ଶ୍ରୀଲଙ୍କା ସହ କଟକରେ ଖେଳିବ ଭାରତ
  • ଭୁବନେଶ୍ୱର-କଟକରେ ପ୍ରବଳ ଝଡ଼ବର୍ଷା, ବଜ୍ରପାତ ସହ କୁଆପଥର ବୃଷ୍ଟି
  • ରାମନବମୀ ପାଇଁ ଦୁଇ ଦିନ ବନ୍ଦ ରହିବ ସରକାରୀ କାର୍ଯ୍ୟାଳୟ, ଛୁଟି ଘୋଷଣା କଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In